Posted inଜାତୀୟ

ମହାରାଷ୍ଟ୍ର ରାଜନୀତି ସରଗରମ: ଉଦ୍ଧବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରିଥିଲେ ଆଦିତ୍ୟ…

ମୁମ୍ବାଇ,୨୯।୪ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି ସାମ୍ନାକୁ ଆସିଛି। କୁହାଯାଉଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ପଦବୀରେ ଥିବାବେଳେ ଉଦ୍ଧବ ଠାକରେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ପୁଅ ଆଦିତ୍ୟ ଠାକରେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରିଥିଲେ। ଭାଜପା ବିଧାୟକ ନୀତେଶ ରାଣେ ଏହି ଦାବି କରିଛନ୍ତି। ଖବର ଅନୁଯାୟୀ, ନୀତେଶ ରାଣେ ଶନିବାର କହିଛନ୍ତି, ମହାବିକାଶ ଆଘାଡି (ଏମଭିଏ) ସରକାରରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଦ୍ଧବଙ୍କ ବେକ ଏବଂ ପିଠିରେ ଅସ୍ତ୍ରୋପଚାର ହୋଇଥିଲା।

ଏହି ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସରକାରରେ ଜଣେ ମନ୍ତ୍ରୀ ଥିବା ତାଙ୍କ ପୁଅ ଆଦିତ୍ୟ ଠାକରେ ତାଙ୍କ ପିତା ଉଦ୍ଧବଙ୍କୁ ପଦବୀରୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଥିଲେ।

ଜସଲୋକ ହସ୍ପିଟାଲର ଯେଉଁ ରୁମରେ ବୈଠକ ଅନୁଷ୍ଠିତ ହୋଇଥିଲା ତାହାର ସିସିଟିଭି ଫୁଟେଜ ଅଛି ବୋଲି ନୀତୀଶ ରାଣେ ଦାବି କରିଛନ୍ତି।

ରାଣେ କହିଛନ୍ତି, ସେତେବେଳେ କୁହାଯାଇଥିଲା ଉଦ୍ଧବଙ୍କ ସ୍ବାସ୍ଥ୍ୟ ଭଲ ହେବ ନାହିଁ। ତେବେ ଏନସିପି ଏବଂ କଂଗ୍ରେସର ବିରୋଧ ଯୋଗୁଁ ଆଦିତ୍ୟ ଠାକରେ ଆଗକୁ ଯାଇପାରି ନ ଥିଲେ। ରିପୋର୍ଟ ଅନୁଯାୟୀ, ଉଦ୍ଧବ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଆଦିତ୍ୟ ତାଙ୍କ ବନ୍ଧୁ ବରୁଣ ସର୍ଦ୍ଦାରଙ୍କ ସହ ସ୍ବିଜରଲାଣ୍ଡର ଡାଭୋସରେ ମଜା କରୁଥିଲେ। ଆଦିତ୍ୟଙ୍କ ସମ୍ବନ୍ଧୀୟ ଏହି ତଥ୍ୟ ସତ କି ମିଥ୍ୟା ତାହା ମଧ୍ୟ ଉଦ୍ଧବ ଦଳର ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିବା ଉଚିତ।

ସଞ୍ଚୟ ଅନ୍ୟମାନଙ୍କ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ଆଦିତ୍ୟଙ୍କ ବିବାହ ଉପରେ ଲେଖିବା ଉଚିତ। ଆଦିତ୍ୟ ଠାକରେ କେବେ ବିବାହ କରିବେ ଏବଂ କାହା ସହିତ ହେବ ତାହା ଲେଖିବା ଆବଶ୍ୟକ। ଆଦିତ୍ୟଙ୍କ ସ୍ବରକୁ ଅନୁକରଣ କରି ସେ କହିଛନ୍ତି କିଏ କରିବ ମ୍ୟାଉଁ ମ୍ୟାଉଁ ସହିତ ବିବାହ ।

ନୀତୀଶ ରାଣେଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉଦ୍ଧବ ଠାକରେ କହିଛନ୍ତି, ତାଙ୍କ ଦଳ ଏବଂ ଏହାର ନେତାମାନେ ନୀତୀଶଙ୍କୁ ଗୁରୁତ୍ୱ ଦେଉନାହାଁନ୍ତି। ତେଣୁ ତାଙ୍କ କଥା ଉପରେ ପ୍ରତିକ୍ରିୟା ଦେବାର କରିବାର କୌଣସି ଅର୍ଥ ନାହିଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri