Posted inଜାତୀୟ

ମହରାଷ୍ଟ୍ର ରାଜନୀତିରେ ବଡ଼ ବିସ୍ଫୋରଣ: ଶିନ୍ଦେ-ଫଡନ୍‌ଭିସ୍‌ କି ଅଜିତ୍‌ ପାଓ୍ବାର ନୁହଁନ୍ତି, ଏହି ହେବେ ଆଗାମୀ ମୁଖ୍ୟମନ୍ତ୍ରୀ!

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି । ହେଲେ ମୁଖ୍ୟମନ୍ତ୍ରୀଙ୍କ ନାମ ଏ ପର୍ଯ୍ୟନ୍ତ ଚୟନ ହୋଇନାହିଁ। ଭାଜପାର ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଶିବସେନାର ଏକନାଥ ଶିନ୍ଦେ ଏହି ଦୌଡ଼ର ମୁଖ୍ୟ ନାମ, କିନ୍ତୁ ବର୍ତ୍ତମାନ ଅନ୍ୟ ଏକ ନାମ ସାମ୍ନାକୁ ଆସିଛି, ଯାହା ରାଜ୍ୟର ରାଜନୀତିକୁ ତୀବ୍ର କରିଛି।

ମହାରାଷ୍ଟ୍ରରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଘୋଷଣା ପୂର୍ବରୁ, ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି ଯେ ଯଦି ଫଡନ୍‌ଭିସ-ଶିନ୍ଦେ ସିଏମ ନ ହୁଅନ୍ତି, ତେବେ ତୃତୀୟ ନାମ କିଏ ହୋଇପାରେ? ଏହି ସମୟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଏକ ନାମ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସେ ହେଉଛି କେନ୍ଦ୍ର ମନ୍ତ୍ରୀ ମୁରଲୀଧର ମୋହୋଲ। ବହୁ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି ଯେ ମୁରଲୀଧର ମୋହୋଲ ସିଧାସଳଖ ଏମ୍‌ପି ପଦରୁ ମୁଖ୍ୟମନ୍ତ୍ରୀ ପଦ ପାଇ ଲଟେରୀ ଲାଗିବାକୁ ଯାଉଛି। ତେବେ ମୁରଲିଧର ମୋହୋଲ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।

ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ ଏକ ଜୋରଦାର ଆଲୋଚନା ହେଉଛି ଯେ ମହାରାଷ୍ଟ୍ରର ଲୋକମାନେ ପ୍ରଥମ ଥର ଏମ୍‌ପି ହୋଇଥିବା ମୁରଲିଧର ମୋହୋଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ତେବେ ପୁଣେ ଏମ୍‌ପି ନିଜେ ଏହାକୁ ଅସ୍ବୀକାର କରି ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି।

ମୁରଲୀଧର ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋ ନାମ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଆଲୋଚନା ହେଉଛି, ଯାହା ସତ୍ୟ ଖବର ନୁହେଁ। ଆମେ ଭାଜପାର ନେତୃତ୍ୱରେ ଲଢେଇ କରିଥିଲୁ। ଆମର ନେତା ହେଉଛନ୍ତି ଦେବେନ୍ଦ୍ର ଫଡନ୍‌ଭିସ୍‌। ଆମ ଦଳର ନିଷ୍ପତ୍ତି ସୋସିଆଲ ମିଡିଆ ମାଧ୍ୟମରେ ନୁହେଁ, ବରଂ ସଂସଦୀୟ ବୋର୍ଡରେ ସହମତି ଅନୁଯାୟୀ ନିଆଯବ। ତେଣୁ ସୋସିଆଲ ମିଡିଆରେ ମୋ ନାମ ବିଷୟରେ ଆଲୋଚନା କରିବା ଅର୍ଥହୀନ।

ପୁଣେ ଲୋକ ସଭା ଆସନରୁ ମୁରଲିଧର ପ୍ରଥମ ଥର ପାଇଁ ଏମ୍‌ପି ହୋଇଛନ୍ତି ଏବଂ ବହୁ ସଂଖ୍ୟାରେ ଜିତିବା ପରେ ସଂସଦକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ମୋହୋଲଙ୍କ ପାଇଁ ଏକ ନିର୍ବାଚନୀ ରାଲି କରିଥିଲେ। ଏମ୍‌ପି ଭାବେ ଶପଥ ଗ୍ରହଣ କରିବା ପରେ ମୋହୋଲଙ୍କୁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ପଦର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri