ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ମୋହନା,୨୬ା(ମନ୍ମଥ ମିଶ୍ର): ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି। ମୋହନାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ହୋଇଥିବା ଏହି ଉତ୍ସବରେ ସଂଘ ସଭାପତି ଅଜିତ ପାତ୍ର ଓ ବାର୍‌ ଆସୋସିଏଶନ ଉପସଭାପତି ସୀମାଞ୍ଚଳ କାର୍ଜି, ମୋହନା ସାମ୍ବାଦିକ ସଂଘ ସମ୍ପାଦକ ମିହିର ରଞ୍ଜନ ଜତି ଅତିଥି ରୂପେ ଉପସ୍ଥିତ ରହି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସୁଶାସନର ଆଲୋଚନା କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ଥିଲେ। ଓଡ଼ିଶା ସତନ୍ତ୍ର ପ୍ରଦେଶ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।ପ୍ରଥମେ ଅତିଥିମାନେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷକ ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ ।