ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ପୁରୀର ଏକ ହୋଟେଲର ବୋଲି ଜଣାପଡିଛି । ତେବେ ସେମାନେ କେବଳ ଡାଇନିଂ ଟେବୁଲରେ ବସି ଖାଉନଖିଲେ ବରଂ ଚପଲ ମଧ୍ୟ ପିନ୍ଧିଥିଲେ । ତେବେ ଏହି ଖବର ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।
ତେବେ ସେମାନେ କେଉଁ ସ୍ଥାନର ବ୍ୟକ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ତେବେ ସେମାନେ ଏହି କାର୍ଯ୍ୟ କିଭଳି କରିପାରିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଉଛି ।ତେବେ ଏହା ପ୍ରଥମ ଘଟଣା ନୁହେଁ, ଅନେକ ବାର୍ ଏଭଳି ଘଟଣା ଭାଇରାଲ ହେଉଛି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।