ଶାଢ଼ି, ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର: ପୁଣି ମହାପ୍ରଭୁଙ୍କୁ ଅପମାନ

ପୁରୀ,୨୪ା୧୦(ଅଜିତ୍‌ କୁମାର ମହାନ୍ତି):ମହାପ୍ରଭୁଙ୍କୁ ଅପମାନ କରିବା ଭଳି ଘଟଣା ପୁଣି ଦେଖିବାକୁ ମିଳିଛି। ଶାଢ଼ି ଓ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର ଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବହୁ କୋଟି ଜଗନ୍ନାପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ଏଭଳି ଚିତ୍ରିତ ମଧୁବନୀ ଶାଢ଼ି ପିନ୍ଧି ବିଜ୍ଞାପିତ କରିଛନ୍ତି ମଡେଲ। ଶାଢ଼ି ଧଡ଼ିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ରହିଛି। ବ୍ଲାଉଜରେ ମଧ୍ୟ ମହାପ୍ରଭୁଙ୍କ ଚିତ୍ର ରହିଛି। ଏହି ଶାଢ଼ି ହ୍ୟାଣ୍ଡ ପେଣ୍ଟେଡ୍‌ ମଧୁବନୀ ବୋଲି ଉଲ୍ଲେଖ ରହିଛି। ସାୟନ୍ତୀ ଘୋଷ୍‌ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହି ପୋଷ୍ଟ କରାଯାଇଛି। ଆଇଡିରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନରେ ଦେଖିବାକୁ ମିଳିଛି। କୋଲକତାର ଏହି ଆଇଡିଟି ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ ରହିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଉଦ୍‌ବେଗ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମଡେଲିଂ ଜଣକ ବିଜ୍ଞାପିତ କରିବା ବେଳେ ଶାଢ଼ିର ଧଡ଼ି ଗୋଡ଼ ତଳକୁ ଓହଳି ରହିଛି। ତେଣୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କୁ ବିଜ୍ଞପିତ କରିବାରେ ଆପତ୍ତି ନାହିଁ, କିନ୍ତୁ ପିନ୍ଧା ବସ୍ତ୍ରରେ ମହାପ୍ରଭୁଙ୍କୁ ସ୍ଥାନିତ କରିବା ଗ୍ରହଣୀୟ ନୁହେଁ ବୋଲି କେତେଜଣ ଭକ୍ତ କହିଛନ୍ତି। ତେଣୁ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଉକ୍ତ ପୋଷ୍ଟ ହଟାଯିବାକୁ ମତ ପ୍ରକାଶ ପାଇଛି। ଏନେଇ ସୁପକୁଦା ଅଞ୍ଚଳର ଶ୍ରଦ୍ଧାଳୁ ମନ୍ଦାକିନୀ ପ୍ରଧାନ କହିଛନ୍ତି, ଅନେକ ସମୟରେ ମହାପ୍ରଭୁଙ୍କୁ ଅପମାନ କରିବା ଭଳି କାଯର୍ର୍‌ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯାହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଉଛି। ମହାପ୍ରଭୁଙ୍କ ଚିତ୍ରଥିବା ଶାଢ଼ି ଓ ବ୍ଲାଉଜ୍‌ ଦେଖି ମନରେ ଆଘାତ ଲାଗିଲା। ଏଭଳି ପୋଷାକ ପରିଧାନ କରିବା ଆଦୌ ଗ୍ରହଣୀୟ ନୁହେଁ। ଏପରି ଶାଢ଼ିକୁ ହଟାଯିବା ସହ ଡିଜାଇନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଓଡ଼ିଶା ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ। ସେହିପରି ପୁରୀ ବାସିନ୍ଦା ଆଇନଜୀବୀ ରମେଶ ସିଂ କହିଛନ୍ତି, ସାୟନ୍ତୀ ଘୋଷ ଜଣେ ହିନ୍ଦୁ ହୋଇ ଏଭଳି କାର୍ଯ୍ୟ କରିବା ଅତି ଦୁଃଖଦାୟକ ଓ ପରିତାପର ବିଷୟ। ସମ୍ପୃକ୍ତ ଡିଜାଇନକୁ ବ୍ୟାନ କରାଯାଉ। ଏପରି କାର୍ଯ୍ୟ ନିମନ୍ତେ ତାଙ୍କୁ କୈଫିୟତ ମଗାଯିବା ସହ ଦଣ୍ଡ ଦିଆଯାଉ। ନ୍ୟାୟ ସଂହିତାରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri