ପୁରୀ,୨୪।୬: ପୁରୀ ଶ୍ରୀମନ୍ଦିରରୁ ମୋଦକ ଚୋରି। କିଏ ନେଇଗଲେ ବଡ଼ଠାକୁରଙ୍କ ମୋଦକ? ମୋଦକକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ୩ ଠାକୁର ଅସୁସ୍ଥ ଥିଲାବେଳେ ବଡ଼ ଠାକୁରଙ୍କ ପାଇଁ ୧୧୩ ମୋଦକ କମାଣ୍ଡରଙ୍କ ସୁରକ୍ଷାରେ ଆସିଥିଲା । ତାହାକୁ ଶ୍ରୀମନ୍ଦିର ଗାରଦ ଘରେ ରଖାଯାଇଥିଲା ସେଥିରୁ ୭୦ଟି ମୋଦକ କିଏ ନେଇଯାଇଥିବା ଜଣାପନଡିଛି ତେବେ ମୋଦକ କିଏ ନେଲା , କୁଆଡେ ଗଲା ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ।
ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ। ସେ କହିଛନ୍ତି, ” ଯେଉଁମାନେ ଆଉ ଏକ ପୁରୀ ମନ୍ଦିର କରିଥିବା ଡିଣ୍ଡିମ ପିଟୁଛନ୍ତି, ସେହିମାନେ ହିଁ ଏହା ପଛରେ ଅଛନ୍ତି। ଯିଏ ପୂର୍ବରୁ କାଠ ଚୋରି କରି ଦୀଘା ନେଇଥିଲେ, ମୋଦକ ଚୋରି ପଛରେ ବି ସେମାନଙ୍କ ହାତ“ ବୋଲି ରଥ କହିଛନ୍ତି।
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନ ମନ୍ତ୍ରୀ ରିପୋର୍ଟ ମାଗିଛନ୍ତି।ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ ।ବାଡ଼ଗ୍ରାହୀଙ୍କ ଅଭିଯୋଗକ୍ରମେ ତଦନ୍ତ କରାଯାଉଛି। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ପାଢୀ କହିଛନ୍ତି।