ମକର ସଂକ୍ରାନ୍ତିରେ ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୧୪।୧: ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି। ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ ରହିଛନ୍ତି। ଏବେ ଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଲାଗିପାରିନି ଭୋଗ। ମଙ୍ଗଳବାର କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଲାଗିରହିଛି। କ୍ଷୀର ଆଉଟା ନୀତି କିଏ କରିବ ତାକୁ ନେଇ ଟଣାଓଟରା ହୋଇଛନ୍ତି।

Dharitri – Odisha’s No.1 Odia Daily

Share