ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା ବିବାଦ ମାମଲାରେ ମଙ୍ଗଳବାର ଭୁବନେଶ୍ୱର ସିଭିଲ୍‌ ଜଜ୍‌ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପିୟୂଷଙ୍କ ବିରୋଧରେ ଲାଗିଥିବା ଅନ୍ତଃରୀଣ ରହିତାଦେଶକୁ ଅଦାଲତ ପ୍ରତ୍ୟାହାର କରିନେଇଥିବାରୁ ଏବେ ସେ ପୁଣି ମଞ୍ଚରେ ଅଭିନୟ କରିପାରିବେ।

ସୂର୍ଯ୍ୟମନ୍ଦିର ଅନୁଷ୍ଠାନ ସହ ଚୁକ୍ତି ଖିଲାପ କରି ସିଂହବାହିନୀ ଯାତ୍ରା ପାର୍ଟିରେ ଯୋଗ ଦେବାକୁ ନେଇ ପିୟୂଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟ ତାଙ୍କୁ ମଞ୍ଚ ଚଢ଼ିବା ଉପରେ ବାରଣ କରିଥିଲେ। ମାତ୍ର ମଙ୍ଗଳବାର କୋର୍ଟ କହିଛନ୍ତି ଯେ ପିୟୂଷ ପୁଣି ଯାତ୍ରା ମଞ୍ଚରେ କଳା ପରିବେଷଣ କରିପାରିବେ।

ରାୟ ପୂର୍ବରୁ ପିୟୂଷ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ମଞ୍ଚକୁ ଫେରିବା ଅନୁମତି ମିଳିବା ପରେ ସେ ଖୁସି ପ୍ରକଟ କରି କହିଛନ୍ତି, “ସବୁର ବିଚାର କାଳିଆ ପାଖରେ। ଯେଉଁମାନେ ମୋ ବିରୁଦ୍ଧରେ ଯାଇଥିଲେ ସେମାନଙ୍କର ଅହଙ୍କାର ବଢ଼ିଯାଇଥିଲା। ମହାପ୍ରଭୁଙ୍କ କୃପା ଓ ଦର୍ଶକଙ୍କ ଭଲପାଇବା ଯୋଗୁଁ ମୁଁ ନିଶ୍ଚିତ ଭାବେ ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବି।”

ସୂଚନା ଅନୁଯାୟୀ, ସୁର୍ଯ୍ୟମନ୍ଦିର ପାର୍ଟିରେ ୨୦୨୬ ମସିହା ଜୁନ ଯାଏ ପିୟୂଷଙ୍କ ଚୁକ୍ତି ଥିଲା। ହେଲେ ସେ ୨୦୨୫ ଯାତ୍ରାଋତୁରେ ସିଂହବାହିନୀରେ ଯୋଗ ଦେବେ ବୋଲି ଟଙ୍କା ଆଣିଥିଲେ। ଫଳରେ ସୁର୍ଯ୍ୟ ମନ୍ଦିର ଓ ସିଂହବାହିନୀ ପାର୍ଟି ମଧ୍ୟରେ ବିବାଦ ଉପୁଜିଥିଲା। ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। ଗତ ଏପ୍ରିଲ ୧୧ରେ ହୋଇଥିବା ଯାତ୍ରା ମାଲିକ ସଂଘ ବୈଠକରେ ପିୟୁଷ ସୂର୍ଯ୍ୟମନ୍ଦିର ମାଲିକଙ୍କୁ ୬୦ ଲକ୍ଷ ଏବଂ ସିଂହବାହିନୀ ମାଲିକଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ଏପରିକି ବର୍ଷେ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ପିୟୂଷ କହିଥିଲେ। ହେଲେ ସେ ଚଳିତବର୍ଷ ଜାନୁଆରୀ ୫ ତାରିଖରେ ସିଂହବାହିନୀ ଯାତ୍ରା ମଞ୍ଚ ଚଢ଼ିଥିଲେ। ଏହାକୁ ନେଇ ସୂର୍ଯ୍ୟମନ୍ଦିର ପକ୍ଷରୁ କୋର୍ଟରେ ମାମଲା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri