ମହାନଦୀ ଜଳ ବିବାଦ: ୪୧ ଇସ୍ୟୁ ଫ୍ରେମ୍‌ କଲେ ଟ୍ରିବ୍ୟୁନାଲ; ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ହୋଇଥିବା ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଇସ୍ୟୁ ଫ୍ରେମ୍‌ କରିଛନ୍ତି। ଅଧ୍ୟକ୍ଷ ଏଏମ୍‌ ଖାନ୍‌ଓ୍ବିଲକର ଏବଂ ସଦସ୍ୟ ଜଷ୍ଟିସ ରବି ରଞ୍ଜନ ଏବଂ ଇନ୍ଦରମିତ କୌରଙ୍କୁ ନେଇ ଗଠିତ ଟ୍ରିବ୍ୟୁନାଲ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୮କୁ ଧାର୍ଯ୍ୟ କରିଛନ୍ତି।

ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଶନିବାର ଟ୍ରିବ୍ୟୁନାଲ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ବିଭିନ୍ନ ବିଷୟକୁ ନେଇ ୪୦ଟି ଇସ୍ୟୁ ଫ୍ରେମ୍‌ କରିଛନ୍ତି। ଓଡ଼ିଶା ପକ୍ଷରୁ ଏହି ମାମଲା ପରିଚାଳନା କରୁଥିବା ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ରାଜ୍ୟ ପକ୍ଷରୁ ୨୮ଟି ଇସ୍ୟୁ ଫ୍ରେମ୍‌ କରିଥିବା ବେଳେ ଛତିଶଗଡ଼ ୨୧ଟି ଇସ୍ୟୁ ଫ୍ରେମ୍‌ କରିଥିଲା।
ମହାନଦୀରୁ ଅଧିକ ଜଳ ବ୍ୟବହାର କରିବାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଛତିଶଗଡ଼ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି କରିବା ପୂର୍ବରୁ ଉଭୟ ରାଜ୍ୟ ଚୂଡ଼ାନ୍ତ ଚିଠା ଇସ୍ୟୁ ପ୍ରସ୍ତୁତ କରିବାକୁ ପୂର୍ବରୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ।

ମହାନଦୀ ଜଳ ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ନ ହେବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଡ଼ିଶା, ଛତିଶଗଡ଼ ଓ ଏହାର ଅବବାହିକାରେ ଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଟ୍ରିବ୍ୟୁନାଲ ଗଠନ ହେବାର ୨ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ଏହି ବିବାଦ ଉପରେ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରାଯାଇ ପାରି ନାହିଁ। ଓଡ଼ିଶା ସରକାର ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ୟାରେଜକୁ ବନ୍ଦ କରିବାକୁ ଅନ୍ତରୀଣ ଆଦେଶ ଦେବାକୁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଛନ୍ତି। ତେବେ ଏହି ଆଦେଶକୁ ଟ୍ରିବ୍ୟୁନାଲ ସଂରକ୍ଷିତ ରଖିଛନ୍ତି।

ଓଡ଼ିଶା ଆବେଦନରେ ଉଲ୍ଲେଖ କରିଛି ଯେ, ଅଣ ମୌସୁମୀ ସମୟରେ ମହାନଦୀରୁ ୧.୭୪ ନିୟୁତ ଏକର ଫୁଟ ଜଳ ଓଡ଼ିଶାକୁ ଛଡ଼ାଯିବା ନେଇ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। କିନ୍ତୁ ୨୦୧୯ ଜାନୁୟାରୀ ୧ ତାରିଖ ସୁଦ୍ଧା ପଡ଼ୋଶୀ ରାଜ୍ୟ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ ନିର୍ମାଣ କରି ପ୍ରବାହିତ ହେଉଥିବା ୨.୭୬ ନିୟୁତ ଏକର ଫୁଟ ଜଳକୁ ଅଟକାଇ ଦେଇଛି ବୋଲି ଓଡ଼ିଶା ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଥିଲା। ଓଡ଼ିଶା ସରକାରଙ୍କ ଏହି ଆବେଦନକୁ ବିରୋଧ କରି ଛତିଶଗଡ଼ ସରକାର ମଧ୍ୟ ଅନ୍ୟ ଏକ ଆବେଦନ କରିଥିଲେ। ଉଭୟ ରାଜ୍ୟ ଏହି ସମସ୍ୟାକୁ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର ସମାଧାନ ହୋଇ ପାରି ନାହିଁ। ମହାନଦୀରେ ଗତ ୨୦ ବର୍ଷ ମଧ୍ୟରେ କେତେ ଜଳ ପ୍ରବାହିତ ହେଉଥିଲା ସେ ନେଇ ୨୦୧୮ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri