ମହାନଦୀ ଜଳ ବିବାଦ: ୪୧ ଇସ୍ୟୁ ଫ୍ରେମ୍‌ କଲେ ଟ୍ରିବ୍ୟୁନାଲ; ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ହୋଇଥିବା ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର ଇସ୍ୟୁ ଫ୍ରେମ୍‌ କରିଛନ୍ତି। ଅଧ୍ୟକ୍ଷ ଏଏମ୍‌ ଖାନ୍‌ଓ୍ବିଲକର ଏବଂ ସଦସ୍ୟ ଜଷ୍ଟିସ ରବି ରଞ୍ଜନ ଏବଂ ଇନ୍ଦରମିତ କୌରଙ୍କୁ ନେଇ ଗଠିତ ଟ୍ରିବ୍ୟୁନାଲ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୮କୁ ଧାର୍ଯ୍ୟ କରିଛନ୍ତି।

ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଶନିବାର ଟ୍ରିବ୍ୟୁନାଲ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ବିଭିନ୍ନ ବିଷୟକୁ ନେଇ ୪୦ଟି ଇସ୍ୟୁ ଫ୍ରେମ୍‌ କରିଛନ୍ତି। ଓଡ଼ିଶା ପକ୍ଷରୁ ଏହି ମାମଲା ପରିଚାଳନା କରୁଥିବା ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ରାଜ୍ୟ ପକ୍ଷରୁ ୨୮ଟି ଇସ୍ୟୁ ଫ୍ରେମ୍‌ କରିଥିବା ବେଳେ ଛତିଶଗଡ଼ ୨୧ଟି ଇସ୍ୟୁ ଫ୍ରେମ୍‌ କରିଥିଲା।
ମହାନଦୀରୁ ଅଧିକ ଜଳ ବ୍ୟବହାର କରିବାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଛତିଶଗଡ଼ ବିରୋଧରେ କରାଯାଇଥିବା ମାମଲାର ଶୁଣାଣି କରିବା ପୂର୍ବରୁ ଉଭୟ ରାଜ୍ୟ ଚୂଡ଼ାନ୍ତ ଚିଠା ଇସ୍ୟୁ ପ୍ରସ୍ତୁତ କରିବାକୁ ପୂର୍ବରୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ।

ମହାନଦୀ ଜଳ ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ନ ହେବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଓଡ଼ିଶା, ଛତିଶଗଡ଼ ଓ ଏହାର ଅବବାହିକାରେ ଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଟ୍ରିବ୍ୟୁନାଲ ଗଠନ ହେବାର ୨ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ଏହି ବିବାଦ ଉପରେ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରାଯାଇ ପାରି ନାହିଁ। ଓଡ଼ିଶା ସରକାର ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ୟାରେଜକୁ ବନ୍ଦ କରିବାକୁ ଅନ୍ତରୀଣ ଆଦେଶ ଦେବାକୁ ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଛନ୍ତି। ତେବେ ଏହି ଆଦେଶକୁ ଟ୍ରିବ୍ୟୁନାଲ ସଂରକ୍ଷିତ ରଖିଛନ୍ତି।

ଓଡ଼ିଶା ଆବେଦନରେ ଉଲ୍ଲେଖ କରିଛି ଯେ, ଅଣ ମୌସୁମୀ ସମୟରେ ମହାନଦୀରୁ ୧.୭୪ ନିୟୁତ ଏକର ଫୁଟ ଜଳ ଓଡ଼ିଶାକୁ ଛଡ଼ାଯିବା ନେଇ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା। କିନ୍ତୁ ୨୦୧୯ ଜାନୁୟାରୀ ୧ ତାରିଖ ସୁଦ୍ଧା ପଡ଼ୋଶୀ ରାଜ୍ୟ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ ନିର୍ମାଣ କରି ପ୍ରବାହିତ ହେଉଥିବା ୨.୭୬ ନିୟୁତ ଏକର ଫୁଟ ଜଳକୁ ଅଟକାଇ ଦେଇଛି ବୋଲି ଓଡ଼ିଶା ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଥିଲା। ଓଡ଼ିଶା ସରକାରଙ୍କ ଏହି ଆବେଦନକୁ ବିରୋଧ କରି ଛତିଶଗଡ଼ ସରକାର ମଧ୍ୟ ଅନ୍ୟ ଏକ ଆବେଦନ କରିଥିଲେ। ଉଭୟ ରାଜ୍ୟ ଏହି ସମସ୍ୟାକୁ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର ସମାଧାନ ହୋଇ ପାରି ନାହିଁ। ମହାନଦୀରେ ଗତ ୨୦ ବର୍ଷ ମଧ୍ୟରେ କେତେ ଜଳ ପ୍ରବାହିତ ହେଉଥିଲା ସେ ନେଇ ୨୦୧୮ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?