ମହାନଦୀ ଜଳ ବିବାଦ: ଫିଟିପାରେ ସମାଧାନ ବାଟ

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ବଙ୍ଗୋପସାଗରରେ ମିଶିଥିବା ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ୮୫୧ କି.ମି. ଲମ୍ବର ହୋଇଥିବାବେଳେ ଏଥିରୁ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ। ନଦୀ ଜଳ ବଣ୍ଟନ ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ କୌଣସି ଆନୁଷ୍ଠାନିକ ଚୁକ୍ତି ହୋଇ ନ ଥିବାରୁ ଏହାକୁ ନେଇ ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ମୁହଁାମୁହିଁ ହୋଇଆସୁଛନ୍ତି। ଛତିଶଗଡ଼ ଉପରମୁଣ୍ଡରେ ବ୍ୟାରେଜ ଓ ସେତୁ ନିର୍ମାଣକରି ଅଣମୌସୁମୀ ଋତୁରେ ଜଳ ପ୍ରବାହକୁ ଅଟକାଉଥିବାରୁ ଏହି ଆନ୍ତଃ ଜଳ ବିବାଦ ଲାଗିରହିଛି। ୨୦୨୪ରେ ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଛତିଶଗଡ଼ର ଭାଜପା ସରକାର ସହ ଆଲୋଚନା ଜରିଆରେ ସମାଧାନ ବାଟ ଫିଟିବା ନେଇ ଆଶା କରାଯାଉଥିଲା। ୨୦୨୫ ଅଗଷ୍ଟ ୨ରେ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆପୋସ ଆଲୋଚନା ଜରିଆରେ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେବା ସହ ସେପ୍ଟେମ୍ବର ୬ରେ ପରବର୍ତ୍ତୀ ଶୁଣାଣି ଲାଗି ଧାର୍ଯ୍ୟ କରିଥିଲେ। ଏହି କ୍ରମରେ ଶନିବାର ନୂଆଦିଲ୍ଲୀରେ ଉଭୟ ରାଜ୍ୟ ସମାଧାନ ପାଇଁ ଅଗ୍ରସର ହୋଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ପାରସ୍ପରିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସହମତି ପ୍ରକାଶ ପାଇଛି। ତଦନୁସାରେ ସେପ୍ଟେମ୍ବରରେ ବୈଷୟିକ କମିଟି ବୈଠକ ବସିବ।

ମହାନଦୀ ଜଳବିବାଦ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସମେତ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମହାନଦୀ ଜଳ ବିବାଦ ଉପରେ ଆଲୋଚନା କରିଛନ୍ତି। ବୈଠକରେ ହୋଇଥିବା ଆଲୋଚନା ମୁତାବକ, ଉଭୟ ରାଜ୍ୟର ବୈଷୟିକ କମିଟି ସେପ୍ଟେମ୍ବରର ପ୍ରତ୍ୟେକ ସପ୍ତାହରେ ଥରେ ଲେଖା ବସି ଯେଉଁ ଗୁରୁତର ସମସ୍ୟା ରହିଛି ତାକୁ ଚିହ୍ନଟକରି ତା’ର ସମାଧାନ କରିବେ। ଏହି କମିଟି ମହାନଦୀ ଜଳ ଆବଣ୍ଟନ ନେଇ ଆଲୋଚନା ସହ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରସ୍ତୁତ କରିବେ। ସଦ୍ୟ ଘଟଣାକ୍ରମ ସାମ୍ନାକୁ ଆସିବାପରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରିଥିବା ବ୍ରିଜ୍‌ ନିର୍ମାଣକୁ ନେଇ ଲାଗି ରହିଥିବା ଆନ୍ତଃ ରାଜ୍ୟ ବିବାଦର ସମାଧାନ ବାଟ ଫିଟିବା ଆଶା କରାଯାଉଛି।
ଉଭୟ ରାଜ୍ୟର ବୈଷୟିକ କମିଟିର ଆଲୋଚନାରୁ କ’ଣ ଫଳ ବାହାରିଲା ଏବଂ ସେନେଇ ଆଗକୁ ବଢ଼ିବାର କିପ୍ରକାର ରାସ୍ତା ଫିଟିଛି ସେ ସମ୍ପର୍କରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ସଚିବମାନେ ଆସନ୍ତା ଅକ୍ଟୋବରରେ ଆଉ ଥରେ ଏକ ବୈଠକକରି ସେସବୁ ବିଷୟରେ ଚର୍ଚ୍ଚା କରିବେ। ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ବସିବା ପରେ ଆସନ୍ତା ଡିସେମ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁବିଧା ଦେଖି ଆଲୋଚନା କରିପାରନ୍ତି। ଏହି ଅବସରରେ କାମଗୁଡିକର ତଦାରଖ କରି ମହାନଦୀ ଜଳ ବିବାଦକୁ ନେଇ ଉଭୟ ରାଜ୍ୟର ଲୋକମାନଙ୍କ ହିତରେ ଦୀର୍ଘକାଳୀନ ଓ ସମ୍ମତିମୂଳକ ଭାବେ ସମାଧାନ କରିବାର ପଥକୁ ନିର୍ଣ୍ଣୟ କରିବେ।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ନେଇ ଦୀର୍ଘଦିନ ହେବ ଟ୍ରିବ୍ୟୁନାଲରେ ମାମଲା ଚାଲିଛି। ଗତ ୨ ତାରିଖରେ ଏନେଇ ଟ୍ରିବ୍ୟୁନାଲରେ ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.କେ. ଗାଙ୍ଗୁଲି ପୃଥକ୍‌ ପୃଥକ୍‌ ଭାବେ କହିଥିଲେ, ଏହି ପ୍ରସଙ୍ଗରେ ଆପୋସ ଆଲୋଚନା ବିଷୟ ବିଚାରାଧୀନ ରହିଛି। ଏହାପରେ ଏହି ମାମଲା ଶୁଣାଣି କରିବାକୁ ସେପ୍ଟେମ୍ବର ୬ କୁ ସମୟ ଘୁଞ୍ଚାଯାଇଥିଲା। ଆପୋସ ସମାଧାନ ଲାଗି ଖଣ୍ଡପୀଠ ସମୟ ଦେଇଥିବା ବେଳେ ଆସନ୍ତା ଶୁଣାଣି ବେଳେ ଉଭୟ ରାଜ୍ୟ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କହିଥିଲେ। ଆସନ୍ତା ଶୁଣାଣି ସମୟରେ ଉଭୟ ରାଜ୍ୟର ସଚିବମାନେ ଉପସ୍ଥିତ ରହି ଆପୋସ ଆଲୋଚନା କେତେବାଟ ଯାଇଛି ସେନେଇ ତଥ୍ୟ ରଖିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri