ମହାନଦୀ ଜଳ ବିବାଦ: ଫିଟିପାରେ ସମାଧାନ ବାଟ

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ବଙ୍ଗୋପସାଗରରେ ମିଶିଥିବା ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ୮୫୧ କି.ମି. ଲମ୍ବର ହୋଇଥିବାବେଳେ ଏଥିରୁ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ। ନଦୀ ଜଳ ବଣ୍ଟନ ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ କୌଣସି ଆନୁଷ୍ଠାନିକ ଚୁକ୍ତି ହୋଇ ନ ଥିବାରୁ ଏହାକୁ ନେଇ ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ମୁହଁାମୁହିଁ ହୋଇଆସୁଛନ୍ତି। ଛତିଶଗଡ଼ ଉପରମୁଣ୍ଡରେ ବ୍ୟାରେଜ ଓ ସେତୁ ନିର୍ମାଣକରି ଅଣମୌସୁମୀ ଋତୁରେ ଜଳ ପ୍ରବାହକୁ ଅଟକାଉଥିବାରୁ ଏହି ଆନ୍ତଃ ଜଳ ବିବାଦ ଲାଗିରହିଛି। ୨୦୨୪ରେ ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଛତିଶଗଡ଼ର ଭାଜପା ସରକାର ସହ ଆଲୋଚନା ଜରିଆରେ ସମାଧାନ ବାଟ ଫିଟିବା ନେଇ ଆଶା କରାଯାଉଥିଲା। ୨୦୨୫ ଅଗଷ୍ଟ ୨ରେ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆପୋସ ଆଲୋଚନା ଜରିଆରେ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେବା ସହ ସେପ୍ଟେମ୍ବର ୬ରେ ପରବର୍ତ୍ତୀ ଶୁଣାଣି ଲାଗି ଧାର୍ଯ୍ୟ କରିଥିଲେ। ଏହି କ୍ରମରେ ଶନିବାର ନୂଆଦିଲ୍ଲୀରେ ଉଭୟ ରାଜ୍ୟ ସମାଧାନ ପାଇଁ ଅଗ୍ରସର ହୋଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ପାରସ୍ପରିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସହମତି ପ୍ରକାଶ ପାଇଛି। ତଦନୁସାରେ ସେପ୍ଟେମ୍ବରରେ ବୈଷୟିକ କମିଟି ବୈଠକ ବସିବ।

ମହାନଦୀ ଜଳବିବାଦ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସମେତ ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମହାନଦୀ ଜଳ ବିବାଦ ଉପରେ ଆଲୋଚନା କରିଛନ୍ତି। ବୈଠକରେ ହୋଇଥିବା ଆଲୋଚନା ମୁତାବକ, ଉଭୟ ରାଜ୍ୟର ବୈଷୟିକ କମିଟି ସେପ୍ଟେମ୍ବରର ପ୍ରତ୍ୟେକ ସପ୍ତାହରେ ଥରେ ଲେଖା ବସି ଯେଉଁ ଗୁରୁତର ସମସ୍ୟା ରହିଛି ତାକୁ ଚିହ୍ନଟକରି ତା’ର ସମାଧାନ କରିବେ। ଏହି କମିଟି ମହାନଦୀ ଜଳ ଆବଣ୍ଟନ ନେଇ ଆଲୋଚନା ସହ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରସ୍ତୁତ କରିବେ। ସଦ୍ୟ ଘଟଣାକ୍ରମ ସାମ୍ନାକୁ ଆସିବାପରେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରିଥିବା ବ୍ରିଜ୍‌ ନିର୍ମାଣକୁ ନେଇ ଲାଗି ରହିଥିବା ଆନ୍ତଃ ରାଜ୍ୟ ବିବାଦର ସମାଧାନ ବାଟ ଫିଟିବା ଆଶା କରାଯାଉଛି।
ଉଭୟ ରାଜ୍ୟର ବୈଷୟିକ କମିଟିର ଆଲୋଚନାରୁ କ’ଣ ଫଳ ବାହାରିଲା ଏବଂ ସେନେଇ ଆଗକୁ ବଢ଼ିବାର କିପ୍ରକାର ରାସ୍ତା ଫିଟିଛି ସେ ସମ୍ପର୍କରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ସଚିବମାନେ ଆସନ୍ତା ଅକ୍ଟୋବରରେ ଆଉ ଥରେ ଏକ ବୈଠକକରି ସେସବୁ ବିଷୟରେ ଚର୍ଚ୍ଚା କରିବେ। ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ବସିବା ପରେ ଆସନ୍ତା ଡିସେମ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁବିଧା ଦେଖି ଆଲୋଚନା କରିପାରନ୍ତି। ଏହି ଅବସରରେ କାମଗୁଡିକର ତଦାରଖ କରି ମହାନଦୀ ଜଳ ବିବାଦକୁ ନେଇ ଉଭୟ ରାଜ୍ୟର ଲୋକମାନଙ୍କ ହିତରେ ଦୀର୍ଘକାଳୀନ ଓ ସମ୍ମତିମୂଳକ ଭାବେ ସମାଧାନ କରିବାର ପଥକୁ ନିର୍ଣ୍ଣୟ କରିବେ।

ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ନେଇ ଦୀର୍ଘଦିନ ହେବ ଟ୍ରିବ୍ୟୁନାଲରେ ମାମଲା ଚାଲିଛି। ଗତ ୨ ତାରିଖରେ ଏନେଇ ଟ୍ରିବ୍ୟୁନାଲରେ ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ.କେ. ଗାଙ୍ଗୁଲି ପୃଥକ୍‌ ପୃଥକ୍‌ ଭାବେ କହିଥିଲେ, ଏହି ପ୍ରସଙ୍ଗରେ ଆପୋସ ଆଲୋଚନା ବିଷୟ ବିଚାରାଧୀନ ରହିଛି। ଏହାପରେ ଏହି ମାମଲା ଶୁଣାଣି କରିବାକୁ ସେପ୍ଟେମ୍ବର ୬ କୁ ସମୟ ଘୁଞ୍ଚାଯାଇଥିଲା। ଆପୋସ ସମାଧାନ ଲାଗି ଖଣ୍ଡପୀଠ ସମୟ ଦେଇଥିବା ବେଳେ ଆସନ୍ତା ଶୁଣାଣି ବେଳେ ଉଭୟ ରାଜ୍ୟ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ କହିଥିଲେ। ଆସନ୍ତା ଶୁଣାଣି ସମୟରେ ଉଭୟ ରାଜ୍ୟର ସଚିବମାନେ ଉପସ୍ଥିତ ରହି ଆପୋସ ଆଲୋଚନା କେତେବାଟ ଯାଇଛି ସେନେଇ ତଥ୍ୟ ରଖିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri