Posted inଜାତୀୟ

ମୁଁ ବିଷ୍ଣୁଙ୍କ ଅବତାର… ସମସ୍ତଙ୍କୁ ସୁଦର୍ଶନ ଚକ୍ରରେ କାଟିଦେବି: ଭାଇରାଲ୍‌ ହେଉଛି ଆଇଆଇଟି ବାବାଙ୍କ ଭିଡିଓ

ଲକ୍ଷ୍ନୌ,୨୦।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅନେକ ଜଣାଶୁଣା ବାବା ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଇଆଇଟି ବାବା ଓରଫ ଅଭୟ ସିଂହ ଗ୍ରେୱାଲ ଅନ୍ୟତମ। ଲୋକମାନେ ଦାବି କରିଛନ୍ତି, ଏହି ବାବା ନିଶାଗ୍ରସ୍ତ ଥିଲେ, ଏବେ ଲୋକମାନଙ୍କୁ ଏହା କହିବାର ଆଉ ଏକ ସୁଯୋଗ ମିଳିଛି। କାରଣ ଆଇଆଇଟି ବାବା ଓରଫ ଅଭୟ ସିଂହ ଗ୍ରେୱାଲଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ସୁଦର୍ଶନ ଚକ୍ରରେ ଲୋକଙ୍କୁ କାଟିବା ବିଷୟରେ କହୁଥିବା ଦେଖାଯାଉଛି। ଭିଡିଓରେ ବାବା କହିଥିଲେ, ତୁମେମାନେ ମୋର ଶକ୍ତିକୁ ଚିହ୍ନ, ନଚେତ୍‌ ଯେତେବେଳେ ତୁମେ ଅନୁଭବ କରିବ, ମୁଁ ତୁମକୁ ସୁଦର୍ଶନ ଚକ୍ରରେ କାଟି ଦେଇଥିବି। ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବା ପରେ, ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଆଇଆଇଟି ବାବା ଲୋକମାନଙ୍କୁ କହିଥିଲେ, ଭଗବାନ ଶିବ ମୋ ସ୍ବପ୍ନରେ ଆସିଥିଲେ, ମୁଁ ଜଣେ ବହୁତ ପବିତ୍ର ହୃଦୟର ବ୍ୟକ୍ତି। ମୁଁ ଭଗବାନ ବିଷ୍ଣୁଙ୍କ ଅବତାର। ଯଦି ତୁମେ ଏବେ ବିଶ୍ୱାସ କରିବ ନାହିଁ, ତେବେ କେବେ ବିଶ୍ୱାସ କରିବ? ଯେତେବେଳେ ବିଶ୍ୱାସ କରିବ ସେତେବେଳେ ମୁଁ ତୁମକୁ ସଦର୍ଶନ ଚକ୍ରରେ କାଟିଦେଇଥିବି।
ମହାକୁମ୍ଭକୁ ଆସିଥିବା ଆଇଆଇଟିଙ୍କ ବିଷୟରେ ଅନେକ ପ୍ରକାରର ଖୁଲାସା ହେଉଛି। ବାବା ନିଜ ବିଷୟରେ ଯେଉଁ ଦାବି କରିଛନ୍ତି ତାହା ବହୁତ ଆଶ୍ଚର୍ଯ୍ୟଜନକ। ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିବା ବାବା ଦାବି କରିଛନ୍ତି, ସେ କଳ୍କିଙ୍କ ଅବତାର। ଭଗବାନ ଶିବ ନିଜେ ତାଙ୍କୁ ଏହି ନାମ ଦେଇଛନ୍ତି। ସେ କହିଲେ,ଭଗବାନ ତାଙ୍କୁ କହିଥିଲେ ଯେ ତାଙ୍କର ନାମ କଳ୍କି, ଏହା ବ୍ୟତୀତ ସେ ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri