Posted inଜାତୀୟ

କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି

ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ। ଏହି ଜମିରେ ଘର କରି ରହିଥିବା ଚାଷୀ ପରିବାର ପ୍ରବଳ ପିଟିଥିଲା ପୋଲିସ। ପୋଲିସର ଏଇ ବର୍ବରତାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାଷୀ ପରିବାର ପୋଲିସକୁ ଅନୁରୋଧ କରି କହିଥିଲେ, ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଥର ଚାଷ କରିଛି। ଏଇ ଫସଲ କାଟିବାକୁ ଦିଅ, ତା’ ପରେ ଜମି ଖାଲି କରିଦେବି। ହେଲେ ପୋଲିସ ଅଧିକାରୀ ଏହା ଶୁଣି ନ ଥିଲେ। କେବଳ ଜମିକୁ ଖାଲି କରି ନ ଥିଲେ, ପୋଲିସ କର୍ମଚାରୀ ଅତି ନିର୍ଦ୍ଦୟ ଭାବେ ଏହି ଚାଷୀ ପରିବାରକୁ ରୁଲ୍‌ ବାଡିରେ ପିଟି ଚାଲିଥିଲେ। ଆଖି ଆଗରେ ଫସଲ ନଷ୍ଟ ଏବଂ ତା’ ଉପରେ ପୋଲିସର ବର୍ବର ମାଡ ସହି ନ ପାରି ଶେଷରେ କୃଷକ ଦମ୍ପତି କୀଟନାଶକ ପିଇ ଦେଇଥିଲେ। କୀଟନାଶକ ପିଇବା ପରେ ଦମ୍ପତି ବେହୋଶ ହୋଇ ଯାଇଥିଲେ। ତଥାପି ପୋଲିସ ହୃଦୟ ତରଳି ନ ଥିଲା। ଅଚେତ ଅବସ୍ଥାରେ ପୋଲିସ ଏହି ଦମ୍ପତିକୁ ଘୋଷାଡି ଘୋଷାଡି ଯେପରି ଡାକ୍ତରଖାନା ନେଇଥିଲା। ଏବେ ଦମ୍ପତି ଚିକିତ୍ସିତ ହେଉଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ

ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍‌ଏସ୍‌ଜି ଟିମ୍‌କୁ ଅଧାଜଳା କପଡା...

ଭୂକମ୍ପରେ ବହୁ ଘର କ୍ଷତିଗ୍ରସ୍ତ

ଆଇଜଲ,୨୩ା୬(ପି.ଟି.) ମିଜୋରାମରେ ସୋମବାର ଭୋର ସମୟରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବିଭିନ୍ନ ସ୍ଥାନରେ...

କରୋନାରେ ଆଖି ବୁଜିଲେ ଭାଜପା ବିଧାୟିକା କିରଣ ମାହେଶ୍ବରୀ

ଜୟପୁର,୩୦।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ରାଜସ୍ଥାନ ରାଜସମାନ୍ଦର ଭାଜପା ବିଧାୟିକା କିରଣ ମାହେଶ୍ବରୀ। ରବିବାର ବିଳମ୍ବିତ ରାତିରେ ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ...

ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା

ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍‌ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ

ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା...

ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ...

ଝଡତୋଫାନରେ ତାଜମହଲ କ୍ଷତିଗ୍ରସ୍ତ

ଆଗ୍ରା, ୩୧।୫ : ବିଶ୍ୱପ୍ରସିଦ୍ଧ ତାଜମହଲ ଝଡତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତାଜମହଲର ମାର୍ବଲ ଓ ରେଲିଂରେ ଲାଗିଥିବା ଜାଲି ଓ ଲାଲ ପଥରର ଜାଲି...

Advertisement
Archives

Model This Week