Posted inଖେଳ

କିଲିମାଞ୍ଜାରୋ ଆରୋହଣ କଲେ ମଧୁସ୍ମିତା

ଭୁବନେଶ୍ୱର, ୧୬।୨ (କ୍ରୀଡ଼ା ପ୍ରତିନିଧି): ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜାରୋ (୫,୮୯୫ ମି./୧୯,୩୪୧ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ବ୍ରହ୍ମପୁର ଗୋସାଣି ନୂଆଗାଁର ମଧୁସ୍ମିତା ପାତ୍ର। ଗତ ୧୦ ତାରିଖରେ ମଧୁସ୍ମିତା କିଲିମାଞ୍ଜାରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ ଆରୋହଣରେ ବାହାରିଥିଲେ। ୧୨ ତାରିଖରେ ସେ ବେସ୍‌ କ୍ୟାମ୍ପରେ ପହଞ୍ଚତ୍ଥିଲେ। ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ରାତ୍ର ୧୨ଟା ସମୟରେ ନିଜ ଗାଇଡ୍‌ଙ୍କ ସହ ସେ କିଲିମାଞ୍ଜାରୋ ଶିଖର ଉଦ୍ଦେଶ୍ୟରେ ବାହାରିଥିଲେ। ରାତିର ବିଯୁକ୍ତ ତାପମାତ୍ରା ଏବଂ ଅନ୍ୟ ପାର୍ଶ୍ୱ ପ୍ରଭାବ ଯୋଗୁ ସେ ସାମାନ୍ୟ କ୍ଳାନ୍ତ ଅନୁଭବ କରିଥିଲେ, ମାତ୍ର ଏଥିରେ ଭାଙ୍ଗି ନ ପଡ଼ି ଗାଇଡଙ୍କ ସହ ଆଗକୁ ବଢ଼ିଥିଲେ। ୧୩ ତାରିଖ ସକାଳ ୭.୦୫ ସମୟରେ ସେ କିଲିମାଞ୍ଜାରୋ ଶିଖରରେ (ଯାହା ଉହୁରୁ ପିକ୍‌ ଭାବେ ଜଣା) ପହଞ୍ଚତ୍ ନିଜ ଦେଶର ଜାତୀୟ ପତାକାକୁ ଉଡାଇଥିଲେ। କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେସ୍‌କ୍ୟାମ୍ପ ଦେଇ ତଳକୁ ଓହ୍ଲାଇ ଆସିଥିଲେ। ମଧୁସ୍ମିତା ହେଉଛନ୍ତି ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ପୁଷ୍ପାଞ୍ଜଳି ପାତ୍ରଙ୍କ କନ୍ୟା। ସେ ସମ୍ପ୍ରତି କମ୍ପୁଟର ଇଞ୍ଜିନିୟର ଭାବେ ଚେନ୍ନାଇରେ କାର୍ଯ୍ୟରତ। ଆଗାମୀ ଦିନରେ ସେ ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ଲକ୍ଷ୍ୟ ରଖିଥିବା ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହି। ସେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା ଏଚ୍‌ଏମ୍‌ଆଇ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଆରୋହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri