ବାଣପୁର,୨୧।୫(ଦିଲ୍ଲୀପ କୁମାର ସ୍ବାଇଁ): ବୁଧବାର ଅଧରାତିରେ ବାଣପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠି ପୋଲିସ ପାଖକୁ ଯିବାକୁ ସାଧାରଣ ଲୋକେ ଡରନ୍ତି କିନ୍ତୁ ବିଳମ୍ବିତ ରାତିରେ ଜୈନିକ ଯୁବକ ଫୁଙ୍ଗୁଳା ଦେହରେ କେବଳ ଏକ ଅନ୍ତବସ୍ତ୍ର ପିନ୍ଧି ଥାନା ସାମ୍ନାରେ ଉନ୍ମତ୍ତ ହୋଇ ବାଣପୁର ପୋଲିସ ହାଏ ହାଏ ସ୍ଲୋଗାନ ଦେଉ ଥିବା ବେଳେ ଉପସ୍ଥିତ ପୋଲିସ କେବଳ ନୀରବଦ୍ରଷ୍ଟା ହୋଇଥିବା ଦୃଷ୍ଟିକୁ ଆସିଛି। ସ୍ଲୋଗାନବେଳେ ବାଣପୁର ପୋଲିସ ତାକୁ ବିନା ଦୋଷରେ ମାରିଥିବାର ସ୍ଲୋଗାନ ସହ ବାଣପୁର ଥାନା ଏବଂ ବାଣପୁର ପୋଲିସ ହାଏ ହାଏ ସ୍ଲୋଗାନ ଦେଉଥିବାବେଳେ ଉପସ୍ଥିତ ପୋଲିସ ଉକ୍ତ ଯୁବକଙ୍କୁ ବୁଝାଉ ଥିବା ଦେଖାଯାଇଛି। ଶେଷ ଖବର ଅନୁଯାୟୀ, ରାତିରେ ଏହି ତାମସାକୁ ବଢିବାକୁ ନ ଦେଇ ବହୁ କଷ୍ଟରେ ଉପସ୍ଥିତ ଥାନାର ଅଧିକାରୀମାନେ ବଳ ପ୍ରୟୋଗ କରି ଉକ୍ତ ଯୁବକଙ୍କୁ ଥାନା ଫାଟକ ବାହାରକୁ ନେଇ ଫାଟକ ବନ୍ଦ କରିଦେଇଛନ୍ତି। ଉକ୍ତ କାଣ୍ଡର ସବିଶେଷ ଘଟଣା ଥାନାରେ ସିସିଟିଭିରେ ରେକର୍ଡ ରହିଛି। ଏହାକୁ ଛାନଭିନ୍ କରାଗଲେ ସବିଶେଷ ଘଟଣା ସାମ୍ନାକୁ ଆସିବ।
Dharitri – Odisha’s No.1 Odia Daily

