Posted inଜାତୀୟ

ପ୍ରୋଟିନ୍‌ ପରିବର୍ତ୍ତନ ପାଇଁ ମେଶିନ୍‌ ଲର୍ନିଂ ପ୍ରେଡିକ୍ଟର

ନୂଆଦିଲ୍ଲୀ,୨ା୧୨(ପି.ଟି.): ପ୍ରୋଟିନ୍‌ର ମୂଳ ଆନୁବଂଶିକ ସଂରଚନାରେ ପରିବର୍ତ୍ତନ ପାଇଁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସର ଗବେଷକମାନେ ଏକ ମେଶିନ ଲର୍ନିଂ ଆଧାରିତ ପ୍ରେଡିକ୍ଟର ବିକଶିତ କରିଛନ୍ତି। ବର୍ତ୍ତମାନର ପଦ୍ଧତି ଅଧିକ ସମୟସାପେକ୍ଷ ଏବଂ ବ୍ୟୟବହୁଳ ହୋଇଥିବାବେଳେ ନୂଆ ପଦ୍ଧତି ଏହା ତୁଳନାରେ ବହୁତ ଉନ୍ନତ ବୋଲି ଜଣେ ଅଧିକାରୀ କହିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (ଆଇଟି) ଆଧାରିତ ଉପକରଣ ‘DeepPPAPredMut’ରେ ୟୁଜର ଅନୁକୂଳ ଓ୍ବେବ୍‌ ସର୍ଭର ରହିଛି, ଯାହା ଗବେଷକମାନଙ୍କ ପାଇଁ ସୁଗମତା ବଢ଼ାଇଥାଏ। ବାୟୋଇନ୍‌ଫର୍ମେଟିକ୍ସ ନାମକ ମର୍ଯ୍ୟାଦାଜନକ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି।
ପ୍ରୋଟିନ୍‌ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଲ୍‌ ସିଗ୍‌ନାଲିଂ, ପ୍ରତିରୋଧ ପ୍ରତିକ୍ରିୟା ଏବଂ କୋଷ ଚକ୍ରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ସେଗୁଡ଼ିକ ଏଞ୍ଜାଇମ୍‌ ଭାବେ ରହିପାରେ ଏବଂ ଜୈବରସାୟନ ପ୍ରତିକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ମାଂସପେଶୀ ଟିସୁରେ ଥିବା ଆକ୍ଟିନ୍‌ ଏବଂ ମ୍ୟୋସିନ୍‌ରେ ମଧ୍ୟ ଏହାର ଗଠନମୂଳକ ଏବଂ ଯାନ୍ତ୍ରିକ କାର୍ଯ୍ୟ ରହିଛି। ତେବେ ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସରେ ମ୍ୟୁଟେଶନ ବା ମୂଳ ଆନୁବଂଶିକ ସଂରଚନାରେ ପରିବର୍ତ୍ତନ ବେଳେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା କମ୍ପ୍ଲେକ୍ସର ସ୍ଥିରତାକୁ ପ୍ରଭାବିତ କରିବା ସହ ଏହାର କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିଥାଏ, ଯେଉଁଥିପାଇଁ ରୋଗ ସୃଷ୍ଟି ହୁଏ। ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସ ହେଉଛି ୨ ବା ତଦୂର୍ଦ୍ଧ୍ୱ ପ୍ରୋଟିନ୍‌ର ଏକତ୍ରୀକରଣ। ପ୍ରୋଟିନ୍‌ର ଦୁଇ ବା ତା’ଠାରୁ ଅଧିକ ଅଣୁ ମଧ୍ୟରେ ପାରସ୍ପରିକ କ୍ରିୟାର ଶକ୍ତି ହେଉଛି ବନ୍ଧନ ଶକ୍ତି, ଯାହା ପ୍ରୋଟିନ୍‌-ପ୍ରୋଟିନ୍‌ କମ୍ପ୍ଲେକ୍ସ ମ୍ୟୁଟେଶନ୍‌ର ପ୍ରଭାବ ଆକଳନ କରିବାରେ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଆଇଟି ମାଡ୍ରାସ ବାୟୋଟେକ୍‌ନୋଲୋଜି ବିଭାଗ ପ୍ରଫେସର ଏମ୍‌. ମିଚେଲ ଗ୍ରୋମିହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri