ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ରାତ୍ର ୧ଟା୩୦ରେ ମନ୍ଦିର ଦ୍ଵାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ସହ ପଞ୍ଚଶୁତ୍ର ଅଭିଷେକ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା । ଭୋର ୪ଟା ସମୟରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତୀ ଭାସନ ଓ ତାଙ୍କ ପତ୍ନୀ ମନ୍ଦରରେ ପହଞ୍ଚି ପୂଜାର୍ଚ୍ଚନା କରି ପଞ୍ଚାମୃତ ହାଣ୍ଡିକୁ ମୁଣ୍ଡାଇ ବେଢା ପରିକ୍ରମା କରିଥିବା ବେଳେ ଜିଲାବାସୀଙ୍କ ମଙ୍ଗଳ କାମନା କରିଥିଲେ ଜିଲାପାଳ । ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪ଟା୩୦ରେ ସାହାଣ ମେଲା ହୋଇଥିଲା । ବର୍ତ୍ତମାନ ଭକ୍ତଙ୍କୁ ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ଦୁଇଭଉଣୀ ।

ରାତ୍ର ୩ଟା୩୦ରୁ ମୂଣ୍ଡନ କାର୍ଯ୍ଯ ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାର ଯୋଗୁଁ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଯାଇଛି । ଚୈତ୍ର ମଙ୍ଗଳବାରରେ ମା’ଙ୍କୁ ଦର୍ଶନ କରି ଭକ୍ତମାନେ ବେଶ ଖୁସି ଥିବା କହିଛନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ମୁଣ୍ଡନ କରିଛନ୍ତି ।ପାହାଡ ଉପରକୁ ସ୍ବତନ୍ତ୍ର ବସ, ରୋପୱେ ଓ ପାହାଛରେ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି । ଛତ୍ରପୁର ଉପଜିଲାପାଳ ଶୁଭାଶିଶ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗ୍ୟାସ ଅଭାବ ହେଲେ କାହାକୁ ଆଗେ ମିଳିବ ସିଲିଣ୍ଡର? ଭାରତ ସରକାରଙ୍କ ତାଲିକାରେ ଆପଣଙ୍କ ନା ଅଛି କି ନାହିଁ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୩: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ବନ୍ଦ ହୋଇଯାଇଛି, ଯାହା ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣକୁ ଯଥେଷ୍ଟ ପ୍ରଭାବିତ କରିଛି। ଏହାର ଜବାବରେ, ଭାରତର…

ଶତଭିଷା ନକ୍ଷତ୍ରକୁ ଗୋଚର କଲେ ବୁଧ, ଏହି ୩ ରାଶିର ବଦଳିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ଏବଂ ବୁଦ୍ଧିର କାରକ ଭାବରେ ବିବେଚିତ ବୁଧ ଗ୍ରହ ଆଜି ନିଜର ପକ୍ଷ ପରିବର୍ତ୍ତନ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,…

୧୨ ବର୍ଷ ପରେ ଓଡ଼ିଶାରେ ରାଜ୍ୟ ସଭା ପାଇଁ ହେଉଛି ନିର୍ବାଚନ, ୪ ଆସନରେ ୫ ପ୍ରାର୍ଥୀ, କେହି କଲେନି ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର,୧୦।୩: ସୋମବାର ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଶାନ୍ତିପୂର୍ଣ୍ଣ ଥିଲା, କାରଣ କୌଣସି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି…

ଯୁଦ୍ଧ ମଧ୍ୟରେ ଭାରତକୁ ଏମିତି କହିଦେଲା ଇରାନ, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଭାରତକୁ ଧନ୍ୟବାଦ ଦେଇଛି। ପୂର୍ବରୁ ଆମେରିକା ସମୁଦ୍ରରେ ଏକ ଇରାନୀ ଯୁଦ୍ଧଜାହାଜକୁ ଗୁଳି କରି ଖସାଇ ଦେବା…

୨୫ ମିନିଟ୍‌ର ଫୋନ୍‌ କଲ୍‌…ବଦଳାଇଦେଲା ସଞ୍ଜୁ ସାମସନଙ୍କ କ୍ୟାରିଅର୍‌: ବଖାଣିଲେ ସବୁ ସତ

ନୂଆଦିଲ୍ଲୀ,୧୦।୩: ଟି୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟରେ ସଞ୍ଜୁ ସାମସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା।…

ଟ୍ରମ୍ପଙ୍କ ଦାବିକୁ ନେଇ ଫାୟାର ହେଲା ଇରାନ, ଦେଲା ଏମିତି ଜବାବ

ତେହରାନ୍‌,୧୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ଖୁବ ଶୀଘ୍ର ଶେଷ ହୋଇପାରେ, କିନ୍ତୁ ଇରାନ ଏହାକୁ ନେଇ ଏକ…

‘ମୋ ପାଇଁ ବିଶ୍ୱକପ ଜିତିବା…’ ଏମିତି କ’ଣ କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୦।୩: ଭାରତର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ତାଙ୍କର କ୍ରମାଗତ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତିଶ୍ରୁତି…

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri