ପୁରୁଷୋତ୍ତମପୁର,୨୦।୧୦(ସବିତା ମିଶ୍ର): ପବିତ୍ର ବୀଜୟା ଦଶମୀ ଅବସରରେ ଗଞ୍ଜାମଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠ ଲୋକାରଣ୍ୟ ହୋଇପଡିଛି। ଅଧର୍ମ ଉପରେ ଧର୍ମ, ପାପ ଉପରେ ପୁଣ୍ୟ ଓ ଅସତ୍ୟ ଉପରେ ସତ୍ୟର ବିଜୟ ସହ ବିଭିନ୍ନ ସଂକଟରୁ ବିଶ୍ବବାସୀଙ୍କୁ ସୁରକ୍ଷା ଦେବାଲାଗି ମା’ ତାରାତାରିଣୀ ଦୁଇଭଉଣୀ ମହିଷାମର୍ଦ୍ଦିନୀ ରୁପ ଧାରଣ କରିଛନ୍ତି। ମା’ଙ୍କ ଏହି ବେଶକୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷାଲାଗି ଭକ୍ତଙ୍କ ଭିଡ ଲାଗିରହିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସେବାୟତମାନେ ପରମ୍ପରା ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି।
Dharitri – Odisha’s No.1 Odia Daily

