ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ କିଏ ଭୂତ ତ କିଏ…

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ।  ଭୂତ ପ୍ରେତଙ୍କ ବେଶ ଧରି ନାଚିଲେ ଶ୍ରଦ୍ଧାଳୁ।
ମହାସମାରୋହରେ ଜେନାଖାଳରେ ସତନ୍ତ୍ର ଗୁପ୍ତ ରୀତିନୀତି ପୂଜାର୍ଚ୍ଚନା ପରେ ଭୋର ୫ଟା ୧୫ରେ ପୂଜକ ଓ ବାହୁକ ମାନେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇଁ ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲ ରୁ ମା’ଙ୍କ ମନ୍ଦିର ପ୍ରର୍ଯ୍ୟନ୍ତ ୩ କିମି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିରେ ଜିଲା ତଥା ପଡୋଶୀ ରାଜ୍ୟର ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ସେହିପରି ମା’ଙ୍କ ଛତର ଯାଉଥିବା ସମୟରେ ଅନେକ ମାନସିକଧାରୀ  ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ  ପଶୁପକ୍ଷୀ ବଳି ଦେଇଥିଲେ।
ମଧ୍ୟାହ୍ନ ୧୧ ଟା ୪୫ ରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚି ଥିଲା। ଏହି ସମୟରେ କଳାହାଣ୍ଡି ମହାରାଜ ଛତ୍ର ବାହୁକ ଠାରୁ ଛତରକୁ ନିଜେ ଗ୍ରହଣ କରି ମନ୍ଦିରର ଗର୍ଭଗୃହକୁ ବୋହି ନେଇଥିଲେ।  ମା’ଙ୍କ ଛତର ଯାତ୍ରାରେ  କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସମେତ ୨୨ଟି ଘଣ୍ଟ ଦଳ ଅଂଶଗ୍ରହଣ କରିଥିଲେ।  ଜୟ ମା’ମାଣିକେଶରୀ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଏପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri