ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ ଏହି ରାଷ୍ଟ୍ରର ଦୁଇ ତୃତୀୟାଂଶ ତୈଳ ଓ ପ୍ରାକୃତିକ ବାଷ୍ପ ସମ୍ପଦରେ ସମୃଦ୍ଧ। ପର୍ଯ୍ୟାପ୍ତ ଜୀବାଶ୍ମ ଇନ୍ଧନ ସୃଷ୍ଟି କରୁଥିବାରୁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବଢ଼ାଇବା ଦିଗରେ ଏହାର ଯୋଗଦାନ ରହିଛି। ସବୁଜ ପୃଥିବୀର ପରିପନ୍ଥୀ ହେଉଛି ଜୀବାଶ୍ମ ଇନ୍ଧନ ବ୍ୟବହାର। ତେଣୁ ପୃଥିବୀ ଓ ପରିବେଶ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ନେଇ ହେଉଥିବା କପ୍‌ ସମ୍ମିଳନୀ ଗତ ବର୍ଷ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଏ ବର୍ଷ ଆଜରବୈଜାନରେ ଆୟୋଜନ କରାଯିବା ପୃଥିବୀବ୍ୟାପୀ ପରିବେଶପ୍ରେମୀଙ୍କୁ ତାଚ୍ଛଲ୍ୟ କଲାଭଳି ମନେହେଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବୁକର ପୁରସ୍କାର ବିଜେତା ସାମାନ୍ଥା ହାର୍ଭେ ତାଙ୍କ ପୁସ୍ତକ ‘ଅର୍ବିଟାଲ’ ପାଇଁ ବିଶ୍ୱବିଖ୍ୟାତ ଉପାଧି ପାଇବା ଅବସରରେ ଭାଷଣରେ କହିଥିଲେ, “ଆଜି ଆମେ ପୃଥିବୀକୁ ଯାହା କରୁଛେ, ତାହା ଆମେ ନିଜ ଉପରେ କରୁଛେ”।

ଭାରତୀୟମାନଙ୍କୁ ପରିବେଶ ବିଷୟରେ ବୁଝିବା ପାଇଁ କୌଣସି ବାହ୍ୟ ଦେଶକୁ ଦେଖିବାର ପ୍ରୟୋଜନ ନାହିଁ। କେନ୍ଦ୍ର ସରକାର, ଖୋଦ୍‌ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ସମ୍ପୂର୍ଣ୍ଣ ଜାତୀୟ କ୍ୟାବିନେଟ୍‌ ସହିତ ସବୁ ବିଦେଶୀ ଦୂତାବାସ, ସୁପ୍ରିମକୋର୍ଟର ପ୍ରତ୍ୟେକ ବିଚାରପତି ଏବଂ ଆମ ଦେଶର ଅଧିକାଂଶ ଶିଳ୍ପପତି ଓ ବ୍ୟବସାୟୀ ଦିଲ୍ଲୀରେ ବିରାଟକାୟ ବାସଭବନରେ ରହୁଛନ୍ତି। ଏହିସବୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଲ୍ଲୀର ଅସମ୍ଭାଳ ସ୍ତରର ପ୍ରଦୂଷଣ କୌଣସି ଭାବରେ ପ୍ରଭାବିତ କରୁଥିବା ଭଳି ମନେ ହେଉନାହିଁ। ଦିଲ୍ଲୀର ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଥିବା ବେଳେ ଭାରତର ଅଧିକାଂଶ ସହରାଞ୍ଚଳ ସବୁପ୍ରକାର ପ୍ରଦୂଷଣରେ ଶ୍ୱାସରୁଦ୍ଧ ହୋଇଗଲେଣି। ବିପଦକୁ ବୁଝିପାରୁ ନ ଥିବା ହେତୁ ଭାରତର କୋଣ ଅନୁକୋଣରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ୍‌ ଓ ଅଭୂତପୂର୍ବ ରାସାୟନିକ ପଦାର୍ଥର ବ୍ୟବହାର ମାରାତ୍ମକ ସ୍ଥିତି ସୃଷ୍ଟି କଲାଣି।

ଆମେ ଓଡ଼ିଶାବାସୀ କୌଣସି ଭାବରେ ପଛରେ ରହିଯାଇନାହୁଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମକାଳର ତାପମାତ୍ରା ଅସହ୍ୟ ସ୍ତରକୁ ଯାଉଥିବା ଦେଖି କେହି ବ୍ୟସ୍ତ ହେଲାଭଳି ମନେ ହେଉନାହିଁ। ଅର୍ଥନୈତିକ ସ୍ଥିତି ଅନୁଯାୟୀ ପଙ୍ଖା ତଳେ ନ ହେଲେ ଏୟାର୍‌କଣ୍ଡିଶନର ସାମ୍ନାରେ ବସିପଡ଼ିଲେ ସମସ୍ୟା ଅଳ୍ପ ସମୟ ପାଇଁ ଦୂର ହୋଇଯାଉଛି। ସ୍ବାଭାବିକ ମୌସୁମୀ ପରିବର୍ତ୍ତେ ଏବେ କେବଳ ଲଘୁଚାପରୁ ବର୍ଷା ଆଶା କରାଯାଇପାରୁଛି। ପର୍ବପର୍ବାଣି ସହିତ ଜଡ଼ିତ ଚାଷକାର୍ଯ୍ୟକୁ ଭିନ୍ନ ସମୟରେ କାର୍ଯ୍ୟକାରୀ କରାଇବା ପାଇଁ ଚାଷୀ ବାଧ୍ୟ ହେଉଛି। ପୃଥିବୀର ୧୦ଟି ସର୍ବାଧିକ ତାପମାତ୍ରା ସ୍ଥାନର ତାଲିକା ଦେଖିଲେ ସେଥିରୁ ୪ଟି ଓଡ଼ିଶା ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡ଼େ। ଏଭଳି ପ୍ରାକୃତିକ ବିପଦ ସୃଷ୍ଟି ହେଉଥିବାବେଳେ ଓଡ଼ିଶାର ଗଣମାଧ୍ୟମ ଏକ ସମ୍ପୂର୍ଣ୍ଣ ଭିନ୍ନ ବାଟ ଧରିବାକୁ ଚେଷ୍ଟା କରୁଛି। ଜୁଆର ମାଡ଼ିଆସିବ, ବାତ୍ୟା ମାଡ଼ିଆସୁଛି, ସବୁ ଧୋଇନେବ, ଭୀଷଣ ବେଗରେ ପବନ ବହି ଘରଦ୍ୱାର ଭାଙ୍ଗିଦେବା ଭଳି ଅନେକ ଭୟ ଉଦ୍ରେକକାରୀ ଶିରୋନାମାରେ ଖବର ପ୍ରସାର କରି ଜନସାଧାରଣଙ୍କୁ ବାଉଳା କରୁଛନ୍ତି। ଯାହା କ୍ଷତି ଘଟୁଛି, ସେଥିପାଇଁ କେହି ପ୍ରସ୍ତୁତ ଥିଲାଭଳି ଜଣାପଡୁନାହିଁ। ଏଥିପାଇଁ ଗଣମାଧ୍ୟମ ଉପରେ ବିଶ୍ୱାସ ମଧ୍ୟ କମିଯାଉଛି। କିଛି ସମୟ ପାଇଁ ଟେଲିଭିଜନ ଚ୍ୟାନେଲର ଟିଆର୍‌ପି ବଢ଼ିଯାଇପାରେ କିମ୍ବା ଖବରକାଗଜ ବିକ୍ରି ବୃଦ୍ଧି ପାଇପାରେ, କିନ୍ତୁ ତାହା ଦୀର୍ଘସ୍ଥାୟୀ ହେଉ ନାହିଁ। ଗଣମାଧ୍ୟମର ଦାୟିତ୍ୱ କେବଳ ନକଲ କରି ନିଜର ପ୍ରସାର ବଢ଼ାଇବାରେ ସୀମିତ ହୋଇଗଲେ ତାହା ସାମାଜିକ କ୍ଷତି ଘଟାଉଛି। ଯେତେବେଳେ ହାତୀ ମୃତ୍ୟୁ ଘଟୁଛି, ସେତେବେଳେ ସେହି ସ୍ଥାନକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସମୟ ରହୁନାହିଁ। କିନ୍ତୁ ପୋଲିସକୁ ସାହାଯ୍ୟ କରିବାକୁ ଯାଇ ଗଣମାଧ୍ୟମର ପ୍ରତିନିଧିମାନେ ଏକଜୁଟ ହେବା ସହିତ ଜିଲା ପୋଲିସର ଜିନ୍ଦାବାଦ କରିବାକୁ ଆଗେଇ ଆସିବା ସମସ୍ତଙ୍କୁ ଲଜ୍ଜାରେ ପକାଉଛି।

ଏହା ସ୍ବୀକାର କରିବାକୁ ହେବ ଯେ, ବ୍ୟକ୍ତିବିଶେଷ ସହଯୋଗ କରିପାରେ। ସେହିଭଳି ସରକାର ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ପରିବେଶ ସୁରକ୍ଷିତ ରଖିବା ସମ୍ଭବପର ହୋଇପାରେ। ହେଲେ ସେମାନଙ୍କ ଅସହଯୋଗ ହେତୁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଆମେ ପଲେ ଜନସାଧାରଣ ସରକାରୀ ନିର୍ଦ୍ଦେଶରେ ଏପାଖସେପାଖ ହେଉଛୁ, ୟାକୁତାକୁ ସଂଯୋଗ କରାଉଛୁ। ସେଭଳି କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଥିବାରୁ ମା’ ଧରିତ୍ରୀକୁ ଅବହେଳା କରିଦେଉଛୁ। ଏହି ଅଣଦେଖା ଚରିତ୍ର ଆମ ସମସ୍ତଙ୍କ ଆସନ୍ତାକାଲିର ପିଢ଼ିକୁ ଅନେକ କଷ୍ଟ ଓ ଦୁଃଖ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri