ପୁରୁଷୋତ୍ତମପୁର ଚଳଚଞ୍ଚଳ: ଚାନ୍ଦି ଗହଣାରେ ସଜେଇ ହେଇ ପୂଜା ପାଉଛନ୍ତି ମା’ ଧନଦାତ୍ରୀ

ପୁରୁଷୋତ୍ତମପୁର,୧୬ା୧୦(ସୀମାଞ୍ଚଳ ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ ଧନଦାତ୍ରୀ ତଥା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲା ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇଉଠିଥିବାବେଳେ ପଣ୍ଡିତ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ସମ୍ପୂର୍ଣ୍ଣ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ମା’ ଗଜଲକ୍ଷ୍ମୀଙ୍କ ମେଢ଼ ଦେଖିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା ଲାଗି ଜନଗହଳି ଲାଗିରହିଛି।

ଏଠିକାର ସର୍ବପୁରାତନ ହେଉଛି ରଥସାହି ପୂଜା ମଣ୍ଡପ। ଦୀର୍ଘ ୪୭ ବର୍ଷ ହେଲା ଏଠାରେ ମା’ ଗଜଲକ୍ଷ୍ମୀ ପୂଜାପାଇ ଆସୁଛନ୍ତି। ମାତ୍ର ଦୁଇବର୍ଷ ହେଲା ପୂଜାକମିଟି ପକ୍ଷରୁ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଆଉ ସାଢ଼େ ଛଅ କିଲୋଗ୍ରାମରୁ ଊର୍ଦ୍ଧ୍ୱ ଅଳଙ୍କାରରେ ମା’ ସଜ୍ଜିତ ହୋଇ ଝଲସି ଉଠି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହା ସାଙ୍ଗକୁ ରଥସାହି ଛକରେ ନିର୍ମିତ ୩୦ ଫୁଟ ଉଚ୍ଚତାର ଆକର୍ଷଣୀୟ ଇଲେକ୍ଟ୍ରି ତୋରଣ ସାଙ୍ଗକୁ ସମଗ୍ର ସାହିଟି ରଙ୍ଗୀନ ଆଲୋକରେ ଝଲସି ଉଠିଛି। ଏହି ମେଢ଼କୁ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା ଲାଗି ପ୍ରତ୍ୟହ ବିଭିନ୍ନ ଗ୍ରାମରୁ ଭକ୍ତଙ୍କ ସୁଅଛୁଟିବାରେ ଲାଗିଛି।

ମଙ୍ଗଳବାର ମା’ଙ୍କୁ ମେଲାଣି ଦିଆଯିବ। ମା’ ପୂଜାମଣ୍ଡପରେ ଥିବା ପର୍ଯ୍ୟନ୍ତ ପ୍ରତ୍ୟହ ହୋମଯଜ୍ଞ ମାନ ଜାରିରହିବ। ସମସ୍ତଙ୍କ ମଧ୍ୟରେ ଏକତା ରକ୍ଷାକରିବା ସହ ଶାନ୍ତିର ବାତାବରଣ ସୃଷ୍ଟି କରି ଭାଇଚାରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ହିଁ ଏଠାରେ ପ୍ରତିବର୍ଷ ପୂଜାର ଆୟୋଜନ କରାଯାଉଛି। ଏପରିକି ବର୍ତ୍ତମାନର ଆଧୁନିକତାରେ ବଶବର୍ତ୍ତୀହୋଇ ପୂର୍ବସଂସ୍କୁତିକୁ ଲୋକେ ଭୁଲି ଯାଇଥିବାବେଳେ ଏଠାରେ ସେହି ପୁରୁଣା ସଂସ୍କୁତିକୁ ସାହିବାସିନ୍ଦା ବଜାୟ ରଖିଛନ୍ତି। ସମସ୍ତେ ଏକତ୍ର ଭାବେ ଗାଁଦାଣ୍ଡରେ ତଳେ ବସି ପ୍ରସାଦ ସେବନ କରୁଥିବାର ଦୃଶ୍ୟ ଭାଇଚାରା ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri