ମା’ ବରାଳଦେବୀ ମନ୍ଦିର ଉନ୍ନତି କରଣ ବାଟବଣା : ବର୍ଷବର୍ଷ ଧରି ସରୁନି କାମ

ଖଜୁରିପଡ଼ା,୨୩ା୧(ବିଦୁର ବେହେରା): ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀ କାହିଁ କେଉଁ ଅନାଦି କାଳରୁ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପାଠାରେ ପୂଜା ପାଇ ଆସୁଛନ୍ତି। ଜିଲା ତଥା ଜିଲା ବାହାରୁ ଅନେକ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶହଶହ ସଂଖ୍ୟାରେ ମନ୍ଦିରରେ ଭିଡ଼ ଜମାନ୍ତି। ସମଗ୍ର ରାଜ୍ୟରେ ଥିବା ଦେବୀପୀଠ ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ପାଇଁ ଓଡ଼ିଶା ସରକାର ଅନୁମୋଦନ ରାଶି ପ୍ରଦାନ କରି ସେ ସବୁର ଉନ୍ନତି କରଣ କରୁଛନ୍ତି। କିନ୍ତୁ ଏହି ପୀଠର ବିକାଶ ନିମନ୍ତେ ସେତେ ପରିମାଣରେ ସରକାର ଦୃଷ୍ଟି ଦେଉନାହାନ୍ତି। ଫଳରେ ମନ୍ଦିର ଉନ୍ନତି କରଣ ଏବେ ବାଟ ବଣା ହୋଇଛି। ଧୀରେଧୀରେ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି। ମନ୍ଦିର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ସରକାର ସମୟରେ ୨ କୋଟି ୯୯ ଲକ୍ଷ ଟଙ୍କା ଅନୁମୋଦନ ରାଶି ପ୍ରଦାନ କରିଥିଲେ। ସେହି ଟଙ୍କାରେ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଅଧା ପନ୍ତରିଆ ହୋଇ ରହିଛି। ବର୍ଷବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ଧାର୍ଯ୍ୟ ସମୟ ଅବଧି ପୁରିଥିଲେ ମଧ୍ୟ ଠିକାଦାର କାର୍ଯ୍ୟ ସମାପ୍ତି ପ୍ରତି ଦୃଷ୍ଟି ଦେଉନାହାନ୍ତି। କାର୍ଯ୍ୟ ନିର୍ମାଣ ଓ ତଦାରଖ କରିବା ଦାୟିତ୍ୱ ନେଇଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ଠିକାଦାରଙ୍କୁ ଦାୟୀକରି ଖସି ଯିବାକୁ ବସିଛି। ମନ୍ଦିର ଗେଟ୍‌ ଆଗରେ ଲାଗିଥିବା ସୂଚନା ଫଳକରେ ଉ୍ଲେଖ ରହିଛି ଯେ, ମା’ବରାଳ ଦେବୀ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ୩୦ ନଭେମ୍ବର ୨୦୨୩ରୁ ଆରମ୍ଭ ହୋଇ ୨୯ ମେ’ ୨୦୨୪ ତାରିଖରେ ସମ୍ପୂର୍ଣ୍ଣ ହେବ। ଯାହାର ଅଟକଳ ୨,୪୯,୧୮,୯୧୪ ଟଙ୍କା ରହିଥିବା ବେଳେ ଏଗ୍ରିମେଣ୍ଟ ଭ୍ୟାଲ୍ୟୁ ୨,୨୪,୨୯,୫୧୫ ଟଙ୍କା ରହିଛି। କାମ କରୁଥିବା ଏଜେନ୍ସି ଦେବରାଜ ମୁଣ୍ଡା ସମ୍ବଲପୁର ଲେଖା ରହିଛି। ମନ୍ଦିର ଉନ୍ନତି କରଣ କାର୍ଯ୍ୟରେ ବ୍ୟବହାର ହୋଇଥିବା ଫେବର୍‌ ବ୍ଲକ ଇଟା ଏବଂ ବିଭିନ୍ନ ସାମଗ୍ରୀ ଗୁଡ଼ିକର ବ୍ୟବସାୟୀ ମାନେ ଟଙ୍କା ପାଇ ନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। କାର୍ଯ୍ୟରେ ବ୍ୟବହାର ହୋଇଥିବା ସାମଗ୍ରୀ ଗୁଡ଼ିକ କାଡ଼ି ନେଇଯିବେ ବୋଲି କହିଛନ୍ତି। ଏନେଇ ଫୁଲବାଣୀ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସ କହିଛନ୍ତି ଯେ, ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଠିକାଦାରଙ୍କ ଅବହେଳାଏବଂ ଦାୟିତ୍ୱ ହୀନତା ଯୋଗୁ ଅବଧି ସମୟ ମଧ୍ୟରେ ସମ୍ପୂର୍ଣ ହୋଇ ନାହିଁ। ଯାହା ପାଇଁ ଆମ ବିଭାଗ ଲଜ୍ୟା ଅନୁଭବ କରୁଛି। ମା’ଙ୍କ ମନ୍ଦିରକୁ ଦର୍ଶନ କରି ଯିବାକୁ ଦୁଃଖ ଲାଗୁଛି। ଏହି ଅବହେଳା ପାଇଁ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସଞ୍ଜୟ କୁମାର କହଁର କହିଛନ୍ତି ଯେ, ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଦିଗହରା ହେଉଛି ବୋଲି ତତ୍କାଳୀନ ଜିଲାପାଳ, ପୂର୍ତ୍ତ ବିଭାଗ ନର୍ବାହୀ ଅଧିକାରୀ, ଫୁଲବାଣୀ ବିଧାୟକ, ସାଂସଦଙ୍କୁ ଅଭିଯୋଗ କରାଯାଇଛି। ତଥାପି ମନ୍ଦିର ଉନ୍ନତି କରଣ କାର୍ଯ୍ୟ ବାଟ ବଣା ହେଉଛି। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

ପ୍ରତିଷ୍ଠା ଉତ୍ସବର ଦିନକ ପରେ ମନ୍ଦିରରୁ ଚୋରି

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଆନନ୍ଦନଗରରେ ଅବସ୍ଥିତ ନବନିର୍ମିତ ମା’ ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖରେ ସରିଛି। ମାତ୍ର ପ୍ରତିଷ୍ଠା ଉତ୍ସବର…

କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ

କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା…

୧୪ ବଲ୍‌ରେ ଅଭିଷେକଙ୍କ ଅର୍ଦ୍ଧଶତକ

ଗୁଆହାଟୀ,୨୫ା୧- ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୪…

ପାରିବାରିକ କଳହର କରୁଣ ପରିଣତି, ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆନନ୍ଦପୁୁର/ହାଟଡିହି,୨୫।୧(ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଜମିବାଡ଼ି ବିବାଦରୁ ରବିବାର ସନ୍ଧ୍ୟାରେ ଟ୍ରିପଲ…

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri