ମା’ ବରାଳଦେବୀ ମନ୍ଦିର ଉନ୍ନତି କରଣ ବାଟବଣା : ବର୍ଷବର୍ଷ ଧରି ସରୁନି କାମ

ଖଜୁରିପଡ଼ା,୨୩ା୧(ବିଦୁର ବେହେରା): ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀ କାହିଁ କେଉଁ ଅନାଦି କାଳରୁ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପାଠାରେ ପୂଜା ପାଇ ଆସୁଛନ୍ତି। ଜିଲା ତଥା ଜିଲା ବାହାରୁ ଅନେକ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶହଶହ ସଂଖ୍ୟାରେ ମନ୍ଦିରରେ ଭିଡ଼ ଜମାନ୍ତି। ସମଗ୍ର ରାଜ୍ୟରେ ଥିବା ଦେବୀପୀଠ ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ପାଇଁ ଓଡ଼ିଶା ସରକାର ଅନୁମୋଦନ ରାଶି ପ୍ରଦାନ କରି ସେ ସବୁର ଉନ୍ନତି କରଣ କରୁଛନ୍ତି। କିନ୍ତୁ ଏହି ପୀଠର ବିକାଶ ନିମନ୍ତେ ସେତେ ପରିମାଣରେ ସରକାର ଦୃଷ୍ଟି ଦେଉନାହାନ୍ତି। ଫଳରେ ମନ୍ଦିର ଉନ୍ନତି କରଣ ଏବେ ବାଟ ବଣା ହୋଇଛି। ଧୀରେଧୀରେ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି। ମନ୍ଦିର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ସରକାର ସମୟରେ ୨ କୋଟି ୯୯ ଲକ୍ଷ ଟଙ୍କା ଅନୁମୋଦନ ରାଶି ପ୍ରଦାନ କରିଥିଲେ। ସେହି ଟଙ୍କାରେ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଅଧା ପନ୍ତରିଆ ହୋଇ ରହିଛି। ବର୍ଷବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ। ଧାର୍ଯ୍ୟ ସମୟ ଅବଧି ପୁରିଥିଲେ ମଧ୍ୟ ଠିକାଦାର କାର୍ଯ୍ୟ ସମାପ୍ତି ପ୍ରତି ଦୃଷ୍ଟି ଦେଉନାହାନ୍ତି। କାର୍ଯ୍ୟ ନିର୍ମାଣ ଓ ତଦାରଖ କରିବା ଦାୟିତ୍ୱ ନେଇଥିବା ଫୁଲବାଣୀ ପୂର୍ତ୍ତ ବିଭାଗ ଠିକାଦାରଙ୍କୁ ଦାୟୀକରି ଖସି ଯିବାକୁ ବସିଛି। ମନ୍ଦିର ଗେଟ୍‌ ଆଗରେ ଲାଗିଥିବା ସୂଚନା ଫଳକରେ ଉ୍ଲେଖ ରହିଛି ଯେ, ମା’ବରାଳ ଦେବୀ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ୩୦ ନଭେମ୍ବର ୨୦୨୩ରୁ ଆରମ୍ଭ ହୋଇ ୨୯ ମେ’ ୨୦୨୪ ତାରିଖରେ ସମ୍ପୂର୍ଣ୍ଣ ହେବ। ଯାହାର ଅଟକଳ ୨,୪୯,୧୮,୯୧୪ ଟଙ୍କା ରହିଥିବା ବେଳେ ଏଗ୍ରିମେଣ୍ଟ ଭ୍ୟାଲ୍ୟୁ ୨,୨୪,୨୯,୫୧୫ ଟଙ୍କା ରହିଛି। କାମ କରୁଥିବା ଏଜେନ୍ସି ଦେବରାଜ ମୁଣ୍ଡା ସମ୍ବଲପୁର ଲେଖା ରହିଛି। ମନ୍ଦିର ଉନ୍ନତି କରଣ କାର୍ଯ୍ୟରେ ବ୍ୟବହାର ହୋଇଥିବା ଫେବର୍‌ ବ୍ଲକ ଇଟା ଏବଂ ବିଭିନ୍ନ ସାମଗ୍ରୀ ଗୁଡ଼ିକର ବ୍ୟବସାୟୀ ମାନେ ଟଙ୍କା ପାଇ ନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। କାର୍ଯ୍ୟରେ ବ୍ୟବହାର ହୋଇଥିବା ସାମଗ୍ରୀ ଗୁଡ଼ିକ କାଡ଼ି ନେଇଯିବେ ବୋଲି କହିଛନ୍ତି। ଏନେଇ ଫୁଲବାଣୀ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସ କହିଛନ୍ତି ଯେ, ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଠିକାଦାରଙ୍କ ଅବହେଳାଏବଂ ଦାୟିତ୍ୱ ହୀନତା ଯୋଗୁ ଅବଧି ସମୟ ମଧ୍ୟରେ ସମ୍ପୂର୍ଣ ହୋଇ ନାହିଁ। ଯାହା ପାଇଁ ଆମ ବିଭାଗ ଲଜ୍ୟା ଅନୁଭବ କରୁଛି। ମା’ଙ୍କ ମନ୍ଦିରକୁ ଦର୍ଶନ କରି ଯିବାକୁ ଦୁଃଖ ଲାଗୁଛି। ଏହି ଅବହେଳା ପାଇଁ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ସଞ୍ଜୟ କୁମାର କହଁର କହିଛନ୍ତି ଯେ, ମନ୍ଦିର ଉନ୍ନତି କରଣ କାର୍ଯ୍ୟ ଦିଗହରା ହେଉଛି ବୋଲି ତତ୍କାଳୀନ ଜିଲାପାଳ, ପୂର୍ତ୍ତ ବିଭାଗ ନର୍ବାହୀ ଅଧିକାରୀ, ଫୁଲବାଣୀ ବିଧାୟକ, ସାଂସଦଙ୍କୁ ଅଭିଯୋଗ କରାଯାଇଛି। ତଥାପି ମନ୍ଦିର ଉନ୍ନତି କରଣ କାର୍ଯ୍ୟ ବାଟ ବଣା ହେଉଛି। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri