ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ହାଇଲାଇଟ୍‌ କରୁଛି ମଞ୍ଚସ୍ଥ ଅପେରା ବଞ୍ଚିବାକୁ ଏଠି…

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବକୁ ଶୁକ୍ରବାର ୪ ଦିନ ବିତିଛି। ଦୂରଦୁରାନ୍ତରେ ରହୁଥିବା ବ୍ୟକ୍ତି ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସପରିବାର ସହ ପହଞ୍ଚିଛନ୍ତି। ଅସ୍ଥାୟୀ ଯାତ୍ରା ପୀଠକୁ ମା’ଙ୍କ ଆଗମନ ପରେ ସମଗ୍ର ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇପଡିଛି । ଆକର୍ଷଣୀୟ ତୋରଣ, ମୀନାବଜାର, ରାମ ଦୋଳି ଏବଂ ଝଲସି ଉଠୁଥିବା ଆଲୋକ ମାଳା ଶ୍ରଦ୍ଧାଳୁଙ୍କ ଭିଡକୁ ବହୁଗୁଣିତ କରିବାରେ ସହାୟକ ହୋଇଛି। ସାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା’ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ସହସ୍ର ପରମିତ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ’ଙ୍କୁ ଆବାହନ କରିଥିଲେ। ମା ’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ। ମୁଖ୍ୟ ଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ବଜାର ସାହି, କମାର ସାହି ଗଳି ଦେଇ ଗୋପବନ୍ଧୁ ସାହି, ସାନବ୍ରାହ୍ମଣ ସାହି, ସୁନାରି ସାହିର ଉତ୍ତରପଟ, ଦକ୍ଷିଣ ପଟ, ଫୁଲ ସୁନ୍ଦରୀ ସାହି, ନୂଆସାହି,ମୁଖାର୍ଜୀ ଲେନ, କମା ସାହି, କରଣ ସାହି, ହାଇସ୍କୁଲ ରୋଡ଼,ବିଷ୍ଣୁ ନଗର, ବିଦ୍ୟାରତ୍ନ ସାହି, ଅନ୍ନପୂର୍ଣ୍ଣା ସାହି, ଗୁଡ଼ିଆ ଗଳି ଦେଇ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରାପୀଠରେ ସକାଳେ ସାହାସପୁର ଗ୍ରାମର ଶ୍ରୀ ନୃସିଂହନାଥ କଳା ସଂଘର ପୌରାଣିକ ପ୍ରହଲ୍ଲାଦ ନାଟକ ଏବଂ ବାହାଡାଗୁଡ଼ା ଗ୍ରାମର ମା ’ ଠାକୁରାଣୀ ନାଟ୍ୟ ସଂଘର ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ରାତି ପ୍ରାୟ ୧୧ ଟାରେ ଫାସିଗୁଡ଼ା ପଞ୍ଚାୟତ ତୁଣ୍ଡୁରା ଗ୍ରାମର ‘ବଞ୍ଚିବାକୁ ଏଠି ଡର ଲାଗୁଛି ’ ଅପେରା ଟୁଟୁ ପାଢ଼ୀଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ , ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟ , ଦୀପକ କୁମାର ମିଶ୍ର, ଆଶିଷ ପଟ୍ଟନାୟକ , କୁରେଶୁ ମହାରଣା, ନୀଳମାଧବ ଗୌଡ , ପ୍ରଦୀପ କୁମାର ପଣ୍ଡା , ରବିନ୍ଦ୍ର ମାର୍ଥା , ଶିବଶଙ୍କର ମହାଙ୍କୁଡ, ଏ . ଗୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri