ଏମ୍‌ଏସ୍‌ପି ଜାରି ରହିବ: ସୀତାରାମନ

ଚେନ୍ନାଇ: କୃଷକଙ୍କ ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ଏହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ନୂଆ କରି ଆସିଥିବା କୃଷି ବିଲ୍‌କୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଧାନ ଏବଂ ଗହମ ବ୍ୟତୀତ ଯେଉଁମାନେ ଅନ୍ୟ କୌଣସି ବର୍ଗରେ ଏମ୍‌ଏସ୍‌ପି ଦେଉ ନ ଥିଲେ ସେମାନେ ଆଜି ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା ନୂଆ ଆଇନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଚାର କରାଯାଇଛି। ଏହା ମଧ୍ୟରେ ଆନ୍ତଃ ରାଜ୍ୟ କୃଷି ବାଣିଜ୍ୟ ଉପରେ ମଧ୍ୟ ଧ୍ୟାନ ରଖାଯାଇଛି ବୋଲି ସେ ମତ ଦେଇଛନ୍ତି।
ସରକାର ଏମ୍‌ଏସ୍‌ପିକୁ ଉଚ୍ଛେଦ କରିନେବେ ବୋଲି କୃଷକଙ୍କ ମନରେ ଆଶଙ୍କା ଉପୁଜିଛି। ଏହାକୁ ନେଇ କୃଷକଙ୍କ ପକ୍ଷରୁ ପ୍ରତିବାଦ ଦେଖାଯାଉଛି। ବିରୋଧୀ ଦଳଗୁଡିକ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଥିବା ଦେଖାଯାଉଛି। ଏହାର ଉତ୍ତର ରଖି ସୀତାରାମନ କହିଛନ୍ତି, ବିରୋଧୀମାନେ ଯେଉଁଭଳି ଭାବେ ମିଥ୍ୟା ପ୍ରଚାର କରୁଛନ୍ତି ସେ ନେଇ କୌଣସି ବିଭ୍ରାନ୍ତ ହେବା ଆବଶ୍ୟକତା ନାହିଁ। ଏମ୍‌ଏସ୍‌ପି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନ ଏମ୍‌ଏସ୍‌ପି ପରିସରରେ ୨୦-୨୩ ଶସ୍ୟ ଆସୁଛି। ଯେଉଁମାନେ କେବଳ ଧାନ ଏବଂ ଗହମ ଉପରେ ଏମ୍‌ଏସ୍‌ପି ଦେଉଥିଲେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବା ସହ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୀତାରାମନ ଟାର୍ଗେଟରେ ଉତ୍ତର ରଖିଛନ୍ତି। ଦେଶ ମଧ୍ୟରେ ୨୩ରୁ ୨୪ ଲକ୍ଷ ଟନ୍‌ ଡାଲି ଜାତୀୟ ସାମଗ୍ରୀ ଆବଶ୍ୟକ ପଡୁଛି। ୧୬ ଲକ୍ଷ ଟନ୍‌ ଉତ୍ପାଦନ ହେଉଥିବା ବେଳେ ବଳକା ଆମଦାନୀରୁ ପୂରଣ କରାଯାଉଛି। ଏଭଳି ସ୍ଥିତିକୁ ବିଚାରକରି ସରକାର ଅନ୍ୟ ଖାଦ୍ୟଶସ୍ୟକୁ ମଧ୍ୟ ଏମ୍‌ଏସ୍‌ପି ପରିସରଭୁକ୍ତ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗୌରବ ଟ୍ରେନ୍‌ ମାଧ୍ୟମରେ ରେଳ ଟୁର୍‌

ନୂଆଦିଲ୍ଲୀ,୨୨।୧୨: ଭାରତୀୟ ରେଳପଥ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଲିମିଟେଡ୍‌ ପକ୍ଷରୁ ଏକ ୮ ଦିନିଆ ରେଳ ଟୁର୍‌ ଓ ଅନ୍ୟାନ୍ୟ ସେବା ଓ...

‘ଇମୋଶନାଲ ଟଚ୍‌’ ବଜାୟ ରଖୁ

ରିୟଲ୍‌ ଇଷ୍ଟେଟ୍‌ ହେଉଛି ତାଙ୍କ ପାରିବାରିକ ବ୍ୟବସାୟ। ହେଲେ ଅଳଙ୍କାର କ୍ଷେତ୍ରରେ କିଛି ନୂଆ କରିବା ଲକ୍ଷ୍ୟ ରଖି ବଡ଼ଭାଇ ଓମ୍‌ପ୍ରକାଶ ମିଶ୍ରଙ୍କ ସହଯୋଗରେ ଆରମ୍ଭ...

ପତଞ୍ଜଳି ଫୁଡ୍‌ସର ନୂଆ ପାମ୍‌ ଅଏଲ୍‌ ମିଲ୍‌ର ଶିଳାନ୍ୟାସ

ନୂଆଦିଲ୍ଲୀ,୨।୯:ଦେଶର ପ୍ରମୁଖ ଖାଦ୍ୟ ଏଫ୍‌ଏମ୍‌ସିଜି ଉଦ୍ୟୋଗ ପତଞ୍ଜଳି ଫୁଡ୍‌ସ ପକ୍ଷରୁ ଅରୁଣାଚଳ ପ୍ରଦେଶର ଇଷ୍ଟ୍‌ ସିଆଙ୍ଗ୍‌ ଜିଲାର ନିଗଲୋକେରେ ଥିବା ଇଣ୍ଡଷ୍ଟ୍ରିଆଲ୍‌ ଗ୍ରୋଥ୍‌ ସେଣ୍ଟରଠାରେ କମ୍ପାନୀର...

ଫାଷ୍ଟଟ୍ରାକ୍‌ ନିବେଶ ଲାଗି ଯୋଜନା

ନୂଆଦିଲ୍ଲୀ,୧୭।୫ ନିବେଶକୁ ପ୍ରୋତ୍ସାହନ ତଥା ତ୍ୱରିତ କରିବା ଲାଗି ସରକାର ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାକୁ ରୂପାୟନ କରିବା ଲାଗି ସରକାର ଏମ୍ପାଓ୍ବାର୍ଡ ଗ୍ରୁପ୍‌...

ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ...

ଓ୍ବାନ୍‌ପ୍ଲସ୍‌ ସହ ଜିଓର ସହଭାଗିତା

ନୂଆଦିଲ୍ଲୀ,୧୩।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟ ଫୋନ୍‌ ବ୍ରାଣ୍ଡ୍‌ ଓ୍ବାନ୍‌ପ୍ଲସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସମ୍ପର୍କରେ ଘୋଷଣା...

ଭାରତର ଲକ୍‌ଡାଉନ ପଦକ୍ଷେପକୁ ପ୍ରଶଂସା

ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି।...

କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି...

Advertisement
Archives

Model This Week