ଏଲନ ମସ୍କଙ୍କୁ ପଛରେ ପକାଇ ଏହି ବ୍ୟକ୍ତି ହେଲେ ବିଶ୍ୱର ଏକ ନମ୍ବର ଧନୀ, ଜାଣନ୍ତୁ ତାଙ୍କର କେତେ ସମ୍ପତ୍ତି

ନୂଆଦିଲ୍ଲୀ, ୨୮।୧: ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସ ମାଲିକଙ୍କ ମୁଣ୍ଡରୁ ବିଶ୍ୱର ଏକ ନମ୍ବର ଧନୀ ମାନ୍ୟତା ଖସି ଯାଇଛି। ଟେସଲା ଶେୟାର ଭାରି ମାତ୍ରାରେ ହ୍ରାସ ପାଇବା ପରେ ତାଙ୍କ ସମ୍ପତ୍ତିର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଫ୍ରାନ୍ସ ବ୍ୟବସାୟୀ ତଥା ବିଳାସପୂର୍ଣ୍ଣ ବ୍ରାଣ୍ଡର ଲୁଇ ଭ୍ୟୁଟନ୍ ମାଲିକ ବର୍ନାର୍ଡ ଆର୍ନାଲ୍ଟ ବର୍ତ୍ତମାନ ପୁଣି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାରଙ୍କ ଅନୁଯାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୦୭.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୨୦୪.୭ ବିଲିୟନ ଡ଼ଲାର୍ ରହିଛି।

ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକା ଅନୁଯାୟୀ ବର୍ନାର୍ଡ ଆର୍ନାଲ୍ଟ ଏବଂ ଏଲୋନ୍ ମସ୍କଙ୍କ ପରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ନାମ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୧୮୧.୩୦ ବିଲିୟନ ଡ଼ଲାର୍ ରହିଛି। ଚତୁର୍ଥ ସ୍ଥାନରେ ଲ୍ୟାରି ଏଲିସନଙ୍କ ନାମ ଅଛି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୧୪୨.୨୦ ବିଲିୟନ ଡ଼ଲାର୍।୧୩୯.୧ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ମେଟା ସିଇଓ ମାର୍କ ଜୁକରବର୍ଗ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଏହା ପରେ ୱାରେନ୍ ବଫେଟ୍, ଲ୍ୟାରି ପେଜ୍, ବିଲ୍ ଗେଟ୍ସ, ସର୍ଗି ବ୍ରିନ ଏବଂ ଷ୍ଟିଭ ବଲମେରଙ୍କ ନାମ ମଧ୍ୟ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛି।

ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାଁ ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ୧୧ତମ ସ୍ଥାନରେ ରହିଛି। ତାଙ୍କର ମୋଟ ସମ୍ପତ୍ତି ୧୦୪.୪ ବିଲିୟନ ଡଲାର ଅଟେ। ସେହିଭଳି ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନି ଏହି ତାଲିକାରେ ୧୬ ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୭୫.୭ ବିଲିୟନ ଡଲାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?