Posted inଜାତୀୟ

ଭାଗ୍ୟ ଭଲ ଆର୍ୟନଙ୍କୁ ମିଳିଛି ଜାମିନ୍‌, ଦେଶରେ ପଡ଼ିରହିଛି ଏଭଳି ୨ ଲକ୍ଷ ମାମଲା, କହିଲେ ବିଚାରପତି ଲୋକୁର…

ନୂଆଦିଲ୍ଲୀ,୨।୧୧: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ୍‌ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ୍‌ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ଜାମିନ୍‌ ମିଳିବା ଘଟଣାରେ ସୁପ୍ରିମ୍‌କୋର୍ଟ ବିଚାରପତି ମଦନ ବି. ଲୋକୁର କହିଛନ୍ତି ଯେ, ଭାଗ୍ୟ ତାଙ୍କୁ ବେଲ୍‌ ମିଳିଛି। ଦେଶରେ ଏଭଳି ୨ ଲକ୍ଷରୁ ଅଧିକ ମାମଲାର ବିଚାରାଧୀନ ଭାବେ ପଡ଼ି ରହିଛି। ସେସବୁ ମାମଲାର ସମାଧାନ ନେଇ ସେ ପ୍ରଶ୍ନ କରିଛନ୍ତି।

ସେ ଉତ୍ତରପ୍ରଦେଶର ଏନକାଉଣ୍ଟର୍‌ ଉପରେ ୟୁଥ ଫର ହ୍ୟୁମାନ ରାଇଟ ଡକ୍ୟୁମେଣ୍ଟେସନ, ସିଟିଜନ୍ସ ଏଗନେଷ୍ଟ୍‌ ହେଟ୍‌ ଔର ପିପଲ୍ସ ଓ୍ବାଚ୍‌ ଦ୍ୱାରା ପ୍ରକାଶିତ ‘ଏକ୍ସଟିଙ୍ଗ୍ୟୁଶିଙ୍ଗ୍‌ ଲାଇନ୍‌ ଲାଇଫ୍‌ : ପୋଲିସ କିଲିଙ୍ଗ୍‌ ଆଣ୍ଡ୍‌ କଭର୍‌ ଅପ ଇନ୍‌ ଦ ଷ୍ଟେଟ୍‌ ଅଫ୍‌ ୟୁପି’ ଶୀର୍ଷକ ରିପୋର୍ଟ ସମ୍ପର୍କରେ ଲୋକୁର ’ଏନକାଉଣ୍ଟର କିଲିଂ ଇନ ଇଣ୍ଡିଆ’ଉପରେ ନିଜର ବକ୍ତବ୍ୟ ରଖି ଏଭଳି କହିଛନ୍ତି।

ସେହିପରି ଦେଶରେ ୨୮ ଲକ୍ଷ ଏଭଳି ମାମଲା ରହିଛି, ଯେଉଁଥିରେ ଅଭିଯୁକ୍ତ ଫେରାର ରହିଛନ୍ତି। ଏଭଳିସ୍ଥଳେ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗୁଥିବା ସେ କହିଛନ୍ତି। ୨୨ ଲକ୍ଷ ସାକ୍ଷୀଙ୍କ ସାକ୍ଷ୍ୟ ବର୍ତ୍ତମାନ ସୁଦ୍ଧା କୋର୍ଟରେ ରେକର୍ଡ ହୋଇ ପାରିନାହିଁ। ମାମଲାଗୁଡ଼ିକୁ ସ୍ଥଗିତ ରଖାଯାଉଛି। ଏହି ପ୍ରସଙ୍ଗରେ ନ୍ୟାୟପାଳିକା କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷରେ ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୨ କୋଟି ୯୫ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏପରିସ୍ଥଳେ ଲୋକଙ୍କ ନ୍ୟାୟିକ ବ୍ୟବସ୍ଥା ଉପରୁ ବିଶ୍ୱାସ ଉଠିଗଲେ ହୁଏତ ସେମାନ ଏହାର ସମାଧାନର ପଥ ନିଜେ କରିବାକୁ ବାହାରି ନୂଆ ଅପରାଧ ଘଟାଇବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri