Posted inଖେଳ

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ୧୬୭ ରନର ଟାର୍ଗେଟକୁ ପିଛା କରି ସିଏସକେ ୧୯.୩ ଓଭରରେ ବିଜୟୀ ହୋଇଥିଲା। ଏହି ସିଜନରେ ଏହା CSKର ଦ୍ୱିତୀୟ ବିଜୟ। ୧୧ ବଲ୍‌ରେ ୨୬ ରନ କରିଥିବା ଏମଏସ ଧୋନୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

ଏହି ଇନିଂସରେ ଧୋନୀ ୧ ଛକା ଏବଂ ୪ ଚୌକା ମାରିଥିଲେ। ଧୋନୀ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିବା ସବୁଠାରୁ ବୟସ୍କ IPL ଖେଳାଳି ହୋଇଯାଇଛନ୍ତି, ସେ ଶେଷ ଥର ପାଇଁ ୨୦୧୯ରେ ଏହି ପୁରସ୍କାର ଜିତିଥିଲେ। ଧୋନୀ ଏହି ପୁରସ୍କାର ଜିତିବ ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହାର ପ୍ରକୃତ ମାଲିକ କିଏ।

ଧୋନୀ କହିଛନ୍ତି, ଖେଳ ଜିତିବା ଭଲ, ଦୁର୍ଭାଗ୍ୟବଶତଃ ଶେଷ କିଛି ମ୍ୟାଚ ଆମ ସପକ୍ଷରେ ନ ଥିଲା। ଜିତିବା ଦଳକୁ ବହୁତ ଆତ୍ମବିଶ୍ୱାସ ଦିଏ। ଏକ ବିଜୟୀ ଦଳର ଅଂଶ ହେବା ଖୁସିର କଥା ଏବଂ ଆଶା କରୁଛି ଏହା ଜାରି ରହିବ। ପୂର୍ବ ଖେଳଗୁଡ଼ିକରେ ବୋଲିଂ କରିବା ସମୟରେ, ଆମେ ପ୍ରଥମ ଛଅ ଓଭରରେ ସଂଘର୍ଷ କରୁଥିଲୁ କିନ୍ତୁ ପରେ ମଧ୍ୟ ଓଭରଗୁଡ଼ିକରେ ପ୍ରତ୍ୟାବର୍ତ୍ତନ କରୁଥିଲୁ। ଆମେ ବ୍ୟାଟିଂ ୟୁନିଟ ଭାବରେ ମଧ୍ୟ ଭଲ ଆରମ୍ଭ ପାଇ ନ ଥିଲୁ, ହୁଏତ ଏହା ଚେନ୍ନାଇ ଉଇକେଟ ଯୋଗୁ ହୋଇଥିଲା। ହୁଏତ ଆମେ ଭଲ ଉଇକେଟ୍‌ରେ ଭଲ ପ୍ରଦର୍ଶନ କରିବୁ, ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଆତ୍ମବିଶ୍ୱାସ ଦେବୁ।

ଏମ ଏସ ଧୋନୀ ଏହି ପୁରସ୍କାର ଗ୍ରହଣ କରି କହିଥିଳେ, ଆଜି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି ଯେ ମୁଁ ଏହି ପୁରସ୍କାର ପାଉଛି। ନୁର ଅହମ୍ମଦ ଆଜି ପ୍ରକୃତରେ ଚମତ୍କାର ବୋଲିଂ କରିଥିଲେ। ସେ ହିଁ ଏହି ପୁରସ୍କାରର ପ୍ରକୃତ ହକଦାର।

ନୁର ଅହମ୍ମଦ କୌଣସି ଉଇକେଟ ନେଇ ନ ଥିଲେ କିନ୍ତୁ ସେ ଲକ୍ଷ୍ନୌ ସୁପରଜାଏଣ୍ଟସର ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ରଖିଥିଲେ, ସେ ତାଙ୍କର ୪ ଓଭର ସ୍ପେଲରେ କେବଳ ୧୩ ରନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri