Posted inଖେଳ

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ୧୬୭ ରନର ଟାର୍ଗେଟକୁ ପିଛା କରି ସିଏସକେ ୧୯.୩ ଓଭରରେ ବିଜୟୀ ହୋଇଥିଲା। ଏହି ସିଜନରେ ଏହା CSKର ଦ୍ୱିତୀୟ ବିଜୟ। ୧୧ ବଲ୍‌ରେ ୨୬ ରନ କରିଥିବା ଏମଏସ ଧୋନୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।

ଏହି ଇନିଂସରେ ଧୋନୀ ୧ ଛକା ଏବଂ ୪ ଚୌକା ମାରିଥିଲେ। ଧୋନୀ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିବା ସବୁଠାରୁ ବୟସ୍କ IPL ଖେଳାଳି ହୋଇଯାଇଛନ୍ତି, ସେ ଶେଷ ଥର ପାଇଁ ୨୦୧୯ରେ ଏହି ପୁରସ୍କାର ଜିତିଥିଲେ। ଧୋନୀ ଏହି ପୁରସ୍କାର ଜିତିବ ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହାର ପ୍ରକୃତ ମାଲିକ କିଏ।

ଧୋନୀ କହିଛନ୍ତି, ଖେଳ ଜିତିବା ଭଲ, ଦୁର୍ଭାଗ୍ୟବଶତଃ ଶେଷ କିଛି ମ୍ୟାଚ ଆମ ସପକ୍ଷରେ ନ ଥିଲା। ଜିତିବା ଦଳକୁ ବହୁତ ଆତ୍ମବିଶ୍ୱାସ ଦିଏ। ଏକ ବିଜୟୀ ଦଳର ଅଂଶ ହେବା ଖୁସିର କଥା ଏବଂ ଆଶା କରୁଛି ଏହା ଜାରି ରହିବ। ପୂର୍ବ ଖେଳଗୁଡ଼ିକରେ ବୋଲିଂ କରିବା ସମୟରେ, ଆମେ ପ୍ରଥମ ଛଅ ଓଭରରେ ସଂଘର୍ଷ କରୁଥିଲୁ କିନ୍ତୁ ପରେ ମଧ୍ୟ ଓଭରଗୁଡ଼ିକରେ ପ୍ରତ୍ୟାବର୍ତ୍ତନ କରୁଥିଲୁ। ଆମେ ବ୍ୟାଟିଂ ୟୁନିଟ ଭାବରେ ମଧ୍ୟ ଭଲ ଆରମ୍ଭ ପାଇ ନ ଥିଲୁ, ହୁଏତ ଏହା ଚେନ୍ନାଇ ଉଇକେଟ ଯୋଗୁ ହୋଇଥିଲା। ହୁଏତ ଆମେ ଭଲ ଉଇକେଟ୍‌ରେ ଭଲ ପ୍ରଦର୍ଶନ କରିବୁ, ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଆତ୍ମବିଶ୍ୱାସ ଦେବୁ।

ଏମ ଏସ ଧୋନୀ ଏହି ପୁରସ୍କାର ଗ୍ରହଣ କରି କହିଥିଳେ, ଆଜି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି ଯେ ମୁଁ ଏହି ପୁରସ୍କାର ପାଉଛି। ନୁର ଅହମ୍ମଦ ଆଜି ପ୍ରକୃତରେ ଚମତ୍କାର ବୋଲିଂ କରିଥିଲେ। ସେ ହିଁ ଏହି ପୁରସ୍କାରର ପ୍ରକୃତ ହକଦାର।

ନୁର ଅହମ୍ମଦ କୌଣସି ଉଇକେଟ ନେଇ ନ ଥିଲେ କିନ୍ତୁ ସେ ଲକ୍ଷ୍ନୌ ସୁପରଜାଏଣ୍ଟସର ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ରଖିଥିଲେ, ସେ ତାଙ୍କର ୪ ଓଭର ସ୍ପେଲରେ କେବଳ ୧୩ ରନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri