Posted inଖେଳ

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ NCA ପକ୍ଷରୁ ସବୁଜ ସଙ୍କେତ ମିଳିନାହିଁ। ଲକ୍ଷ୍ନୌ ଦଳ ଏହାକୁ ନେଇ ଚିନ୍ତିତ। ଏହି ସମୟରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ LSG ଏହାର ୨୨ ବର୍ଷୀୟ ଯୁବ ପେସ ସେନସେଶନ୍‌ ମୟଙ୍କ ଯାଦବଙ୍କୁ ସମଗ୍ର ସିଜିନ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ NCA ଡାକ୍ତରଙ୍କ ସହିତ ଯୋଗାଯୋଗ କରିଛି। ଏହି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମ ଥର ପାଇଁ କୌଣସି ଆଇପିଏଲ ଫ୍ରାଞ୍ଚାଇଜ ଏପରି ଦାବି କରିଛି।
OneCricket ରିପୋର୍ଟ ଅନୁଯାୟୀ, BCCIର ଏକ ସୂତ୍ର ମୟଙ୍କ ଯାଦବଙ୍କୁ ସମଗ୍ର ସିଜିନ ପାଇଁ ବାଧ୍ୟତାମୂଳକ ଭାବରେ ଅଯୋଗ୍ୟ ଘୋଷଣା କରିବାକୁ LSGର ଦାବି ନେଇ ଖୁଲାସା କରିଛି। ସେ କହିଛନ୍ତି, ’ଏହା ପ୍ରଥମ ଥର ଯେ ଏକ ଆଇପିଏଲ ଦଳ ଏତେ ଅଜବ ଦାବି କରୁଛି।’ ଏହି ଅନୁରୋଧ ଶୁଣି NCA ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରକୃତରେ IPLର ନିୟମ ଅନୁଯାୟୀ, କୌଣସି ଫ୍ରାଞ୍ଚାଇଜ ଖେଳାଳିଙ୍କୁ ବାଦ ନ ଦେଲେ ତାଙ୍କ ବଦଳରେ ଅନ୍ୟ ଖେଳାଳି ଆଣିପାରିବ ନାହିଁ। ସେଥିପାଇଁ ଲକ୍ଷ୍ନୌ ଏନ୍‌ସିଏ ସମ୍ମୁଖରେ ଏପରି ଦାବି ରଖିଛି। ତଥାପି LSG ପରିଚାଳନା ବିଭାଗ ରିପୋର୍ଟରେ ଏହି ଦାବିଗୁଡ଼ିକୁ ଅସ୍ବୀକାର କରିଛି।
ମୟଙ୍କ ଯାଦବ ଅକ୍ଟୋବର ୨୦୨୪ରେ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ଏହି ୩ ମ୍ୟାଚ୍‌ ବିଶିଷ୍ଟ T୨୦ ସିରିଜରେ ସେ ଚମତ୍କାର ବୋଲିଂ କରିଥିଲେ। ତଥାପି ସେ ଶେଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରରେ ଅଛନ୍ତି ଏବଂ NCAରେ ରିହାବ୍‌ କରୁଛନ୍ତି। ତାଙ୍କ ଆଘାତ ସମ୍ପର୍କରେ ବିସିସିଆଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହିଁ। କିନ୍ତୁ କ୍ରିକବଜ ରିପୋର୍ଟ ଅନୁଯାୟୀ, ସେ IPLର ପ୍ରଥମାର୍ଦ୍ଧରେ ଖେଳିପାରିବେ ନାହିଁ।
ଯଦି ଏହା ହୁଏ, ତେବେ ଏହା ଲକ୍ଷ୍ନୌ ଦଳ ପାଇଁ ଏକ ବଡ଼ ଝଟ୍‌କା ହେବ। ସେ ଦଳର ପେସ ଆକ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଫ୍ରାଞ୍ଚାଇଜ ତାଙ୍କୁ ଏହି ସିଜିନ ପାଇଁ ୧୧ କୋଟି ଟଙ୍କାରେ ରିଟେନ କରିଛି। ଲକ୍ଷ୍ନୌ ଚଳିତ ସିଜନର ପ୍ରଥମ ମ୍ୟାଚ୍‌ ୨୪ ମାର୍ଚ୍ଚରେ ବିଶାଖାପାଟଣାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି। ମୟଙ୍କଙ୍କ ବ୍ୟତୀତଙ୍‌ ଯଦି ମୋହସିନ ଏବଂ ଆଭେଶ ମଧ୍ୟ ଏହି ମ୍ୟାଚ ପୂର୍ବରୁ ଫିଟ ନ ହୁଅନ୍ତି, ତେବେ ଲକ୍ଷ୍ନୌରେ କେବଳ ଆକାଶ ଦୀପ ଏବଂ ଶାମର ଯୋସେଫ ଦ୍ରୁତ ବୋଲର ଭାବରେ ରହିବେ।
ଏଲ୍‌ଏସ୍‌ଜି ସ୍କ୍ବାର୍ଡ:
ନିକୋଲାସ ପୂରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋହସିନ ଖାନ, ଆୟୁଷ ବାଡୋନି, ରିଷଭ ପନ୍ତ, ଡେଭିଡ୍‌ ମିଲର୍‌, ଆଇଡେନ ମାର୍କରାମ, ମିଚେଲ ମାର୍ଶ, ଆଭେଶ ଖାନ, ଅବଦୁଲ ସମାଦ, ଆର୍ଯ୍ୟନ ଜୁୟାଲ, ଆକାଶ ଦୀପ, ଶାହବାଜ ଅହମ୍ମଦ, ଏମ. ସିଦ୍ଧାର୍ଥ, ଆକାଶ ସିଂହ, ଦିଗବେଶ ସିଂହ, ହିମ୍ମତ ସିଂହ, ଆର୍ଯ୍ୟନ ଜୁୟାଲ, ଶାମର ଯୋସେଫ, ଯୁବରାଜ ଚୌଧୁରୀ, ପ୍ରିନ୍ସ ଯାଦବ, ମାଥ୍ୟୁ ବ୍ରିଟ୍‌ଜକେ, ରାଜବର୍ଦ୍ଧନ ହଙ୍ଗାରଗେକର, ଅର୍ଶିନ କୁଲକର୍ନି।

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri