Posted inଖେଳ

ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍‌ଫିଟ୍‌ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍‌

ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ NCA ପକ୍ଷରୁ ସବୁଜ ସଙ୍କେତ ମିଳିନାହିଁ। ଲକ୍ଷ୍ନୌ ଦଳ ଏହାକୁ ନେଇ ଚିନ୍ତିତ। ଏହି ସମୟରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ LSG ଏହାର ୨୨ ବର୍ଷୀୟ ଯୁବ ପେସ ସେନସେଶନ୍‌ ମୟଙ୍କ ଯାଦବଙ୍କୁ ସମଗ୍ର ସିଜିନ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ NCA ଡାକ୍ତରଙ୍କ ସହିତ ଯୋଗାଯୋଗ କରିଛି। ଏହି ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମ ଥର ପାଇଁ କୌଣସି ଆଇପିଏଲ ଫ୍ରାଞ୍ଚାଇଜ ଏପରି ଦାବି କରିଛି।
OneCricket ରିପୋର୍ଟ ଅନୁଯାୟୀ, BCCIର ଏକ ସୂତ୍ର ମୟଙ୍କ ଯାଦବଙ୍କୁ ସମଗ୍ର ସିଜିନ ପାଇଁ ବାଧ୍ୟତାମୂଳକ ଭାବରେ ଅଯୋଗ୍ୟ ଘୋଷଣା କରିବାକୁ LSGର ଦାବି ନେଇ ଖୁଲାସା କରିଛି। ସେ କହିଛନ୍ତି, ’ଏହା ପ୍ରଥମ ଥର ଯେ ଏକ ଆଇପିଏଲ ଦଳ ଏତେ ଅଜବ ଦାବି କରୁଛି।’ ଏହି ଅନୁରୋଧ ଶୁଣି NCA ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରକୃତରେ IPLର ନିୟମ ଅନୁଯାୟୀ, କୌଣସି ଫ୍ରାଞ୍ଚାଇଜ ଖେଳାଳିଙ୍କୁ ବାଦ ନ ଦେଲେ ତାଙ୍କ ବଦଳରେ ଅନ୍ୟ ଖେଳାଳି ଆଣିପାରିବ ନାହିଁ। ସେଥିପାଇଁ ଲକ୍ଷ୍ନୌ ଏନ୍‌ସିଏ ସମ୍ମୁଖରେ ଏପରି ଦାବି ରଖିଛି। ତଥାପି LSG ପରିଚାଳନା ବିଭାଗ ରିପୋର୍ଟରେ ଏହି ଦାବିଗୁଡ଼ିକୁ ଅସ୍ବୀକାର କରିଛି।
ମୟଙ୍କ ଯାଦବ ଅକ୍ଟୋବର ୨୦୨୪ରେ ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ଏହି ୩ ମ୍ୟାଚ୍‌ ବିଶିଷ୍ଟ T୨୦ ସିରିଜରେ ସେ ଚମତ୍କାର ବୋଲିଂ କରିଥିଲେ। ତଥାପି ସେ ଶେଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରରେ ଅଛନ୍ତି ଏବଂ NCAରେ ରିହାବ୍‌ କରୁଛନ୍ତି। ତାଙ୍କ ଆଘାତ ସମ୍ପର୍କରେ ବିସିସିଆଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହିଁ। କିନ୍ତୁ କ୍ରିକବଜ ରିପୋର୍ଟ ଅନୁଯାୟୀ, ସେ IPLର ପ୍ରଥମାର୍ଦ୍ଧରେ ଖେଳିପାରିବେ ନାହିଁ।
ଯଦି ଏହା ହୁଏ, ତେବେ ଏହା ଲକ୍ଷ୍ନୌ ଦଳ ପାଇଁ ଏକ ବଡ଼ ଝଟ୍‌କା ହେବ। ସେ ଦଳର ପେସ ଆକ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଫ୍ରାଞ୍ଚାଇଜ ତାଙ୍କୁ ଏହି ସିଜିନ ପାଇଁ ୧୧ କୋଟି ଟଙ୍କାରେ ରିଟେନ କରିଛି। ଲକ୍ଷ୍ନୌ ଚଳିତ ସିଜନର ପ୍ରଥମ ମ୍ୟାଚ୍‌ ୨୪ ମାର୍ଚ୍ଚରେ ବିଶାଖାପାଟଣାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି। ମୟଙ୍କଙ୍କ ବ୍ୟତୀତଙ୍‌ ଯଦି ମୋହସିନ ଏବଂ ଆଭେଶ ମଧ୍ୟ ଏହି ମ୍ୟାଚ ପୂର୍ବରୁ ଫିଟ ନ ହୁଅନ୍ତି, ତେବେ ଲକ୍ଷ୍ନୌରେ କେବଳ ଆକାଶ ଦୀପ ଏବଂ ଶାମର ଯୋସେଫ ଦ୍ରୁତ ବୋଲର ଭାବରେ ରହିବେ।
ଏଲ୍‌ଏସ୍‌ଜି ସ୍କ୍ବାର୍ଡ:
ନିକୋଲାସ ପୂରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋହସିନ ଖାନ, ଆୟୁଷ ବାଡୋନି, ରିଷଭ ପନ୍ତ, ଡେଭିଡ୍‌ ମିଲର୍‌, ଆଇଡେନ ମାର୍କରାମ, ମିଚେଲ ମାର୍ଶ, ଆଭେଶ ଖାନ, ଅବଦୁଲ ସମାଦ, ଆର୍ଯ୍ୟନ ଜୁୟାଲ, ଆକାଶ ଦୀପ, ଶାହବାଜ ଅହମ୍ମଦ, ଏମ. ସିଦ୍ଧାର୍ଥ, ଆକାଶ ସିଂହ, ଦିଗବେଶ ସିଂହ, ହିମ୍ମତ ସିଂହ, ଆର୍ଯ୍ୟନ ଜୁୟାଲ, ଶାମର ଯୋସେଫ, ଯୁବରାଜ ଚୌଧୁରୀ, ପ୍ରିନ୍ସ ଯାଦବ, ମାଥ୍ୟୁ ବ୍ରିଟ୍‌ଜକେ, ରାଜବର୍ଦ୍ଧନ ହଙ୍ଗାରଗେକର, ଅର୍ଶିନ କୁଲକର୍ନି।

Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri