ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ LPG ଉପଭୋକ୍ତାମାନଙ୍କ ପାଇଁ e-KYC କରିବାର ଶେଷ ତାରିଖ ୩୧ ଅଗଷ୍ଟ ସ୍ଥିର କରାଯାଇଛି। ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି କାମ ପୂରଣ ନକରନ୍ତି, ତେବେ ଆପଣଙ୍କ ଗ୍ୟାସ କନେକ୍ସନର ସେବା ପ୍ରଭାବିତ ହୋଇପାରେ ଏବଂ ନୂଆ ସିଲିଣ୍ଡର ବୁକିଂ ବନ୍ଦ ହୋଇପାରେ।
ସରକାର ଏବଂ ତେଲ କମ୍ପାନୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନକଲି ଏବଂ ଅକାମୀ ଗ୍ୟାସ କନେକ୍ସନ ଉପରେ ରୋକ ଲଗାଇବା। ଅନେକ ମାମଲାରେ ଦେଖାଯାଇଛି ଯେ ଗୋଟିଏ ନାମରେ ଏକାଧିକ କନେକ୍ସନ ଚାଲିଛି କିମ୍ୱା ହିତାଧିକାରୀଙ୍କ ମୃତ୍ୟୁ ପରେ ବି କନେକ୍ସନ ସକ୍ରିୟ (ଆକ୍ଟିଭ) ରହିଛି। e-KYC ମାଧ୍ୟମରେ ପ୍ରକୃତ ଉପଭୋକ୍ତାଙ୍କ ପରିଚୟ ସୁନିଶ୍ଚିତ କରାଯାଉଛି, ଯାହାଦ୍ୱାରା ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍ସିଡିର ଲାଭ ସିଧାସଳଖ ସଠିକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ।
ବୁକିଂ ଉପରେ ରୋକ: ୩୧ ଅଗଷ୍ଟ ପରେ e-KYC ହୋଇନଥିବା ଉପଭୋକ୍ତାଙ୍କ ଅନ୍ଲାଇନ କିମ୍ୱା ଅଫ୍ଲାଇନ ସିଲିଣ୍ଡର ବୁକିଂ ବ୍ଲକ କରାଯାଇପାରେ।
ସବ୍ସିଡି ବନ୍ଦ: ଯଦି ଆପଣଙ୍କର ବାୟୋମେଟ୍ରିକ କିମ୍ୱା ପରିଚୟ ପ୍ରମାଣୀକରଣ ପୂରଣ ହୋଇନଥାଏ, ତେବେ ମିଳୁଥିବା ସରକାରୀ ସବ୍ସିଡି ରୋକାଯାଇପାରେ।
କନେକ୍ସନ ସସପେଣ୍ଡ: ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ପୂରଣ ନକଲେ କନେକ୍ସନକୁ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇପାରେ।
ଉପଭୋକ୍ତାମାନେ ବହୁତ ସହଜ ଉପାୟରେ ଅନ୍ଲାଇନ କିମ୍ୱା ଅଫ୍ଲାଇନ ମାଧ୍ୟମରେ ନିଜର e-KYC କରିପାରିବେ:
ଅନ୍ଲାଇନ: ନିଜର ଇଣ୍ଡେନ (Indane), ଭାରତ ଗ୍ୟାସ କିମ୍ୱା HP ଗ୍ୟାସ କମ୍ପାନୀର ଅଫିସିଆଲ ମୋବାଇଲ ଆପ ଡାଉନ୍ଲୋଡ କରନ୍ତୁ। ଆପ୍ରେ ଲଗଇନ କରି ଆଧାର ସଂଖ୍ୟା ଏବଂ ଫେସ ଅଥେଣ୍ଟିକେସନ କିମ୍ୱା OTP ମାଧ୍ୟମରେ କିଛି ମିନିଟ୍ରେ e-KYC ପୂରଣ କରନ୍ତୁ। ଆପଣଙ୍କ ପାଖରେ ମୋବାଇଲ ନମ୍ୱର ସହ ସଂଯୋଗ ଥିବା ଆଧାର କାର୍ଡ ରହିବା ଜରୁରୀ।
ଅଫ୍ଲାଇନ: ନିଜର ନିକଟସ୍ଥ ଗ୍ୟାସ ଏଜେନ୍ସି ଅଫିସ୍କୁ ଯାଆନ୍ତୁ। ସେଠାରେ ଆଧାର କାର୍ଡ ଏବଂ ଗ୍ୟାସ ପାସ୍ୱୁକ ନେଇ ବାୟୋମେଟ୍ରିକ ମେସିନ ସାହାଯ୍ୟରେ ଭେରିଫିକେସନ କରାନ୍ତୁ। ଏହା ବ୍ୟତୀତ, ଘରେ ସିଲିଣ୍ଡର ଡେଲିଭରୀ ସମୟରେ ଡେଲିଭରୀ ଏଜେଣ୍ଟଙ୍କ ସାହାଯ୍ୟରେ ମଧ୍ୟ ବାୟୋମେଟ୍ରିକ ପ୍ରମାଣୀକରଣ କରାଯାଇପାରିବ।
ସମୟ ବହୁତ କମ ବାକି ଅଛି, ତେଣୁ ଶେଷ ମୁହୂର୍ତ୍ତର କୌଣସି ଅସୁବିଧା କିମ୍ୱା ସଭର୍ର୍ ଡାଉନ ସମସ୍ୟାରୁ ବଞ୍ଚିବା ପାଇଁ ଆଜି ହିଁ ନିଜର e-KYC ପ୍ରକ୍ରିୟା ପୂରଣ କରିନିଅନ୍ତୁ।

