ରାଜରାସ୍ତାକୁ ଓହ୍ଲାଇଲେ ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ: ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗୀର,୨୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ଼୍ୟାମ ପ୍ରକଳ୍ପର ବିସ୍ଥାପିତ ମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ ଛାତ୍ରୀଛାତ୍ର, ମହିଳା ଓ ପୁରୁଷ ରାସ୍ତାରୋକୋ କରିଛନ୍ତି। ସକାଳ ୮ଟାରୁ ରାସ୍ତାରୋକୋ ଜାରି ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ଓ ପ୍ରଶାସନ ଫେଲ ମାରିଛି। ବାରମ୍ବାର ଆପତ୍ତି, ଅଭିଯୋଗ ଓ ଦାବି ପରେ ମଧ୍ୟ ପ୍ରଶାସନ ବିସ୍ଥାପିତଙ୍କ କୌଣସି ଦାବିକୁ ପୂରଣ ନ କରିବାରୁ ଆଜି ରାସ୍ତାରୋକ ଆନ୍ଦୋଳନକୁ ଲୋକେ ଓହ୍ଳାଇ ଥିବା ମୀନକେତନ ଚାନ୍ଦ, ଯଜ୍ଞକର ବିଶ୍ୱାଳ, ଭରତ ସାହୁ, ବିନୟ ସାହୁ ଓ ଡାକ୍ତର ଗଡତ୍ୟା କହିଛନ୍ତି। ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀ ମାନେ ବିଭିନ୍ନ ପ୍ରସଙ୍ଗରେ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିସ୍ଥାପିତମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଥିଲେ ।

ସୂଚନାଯୋଗ୍ୟ, ଜିଲାବାସୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଭିଟାମାଟି ଛାଡିଥିବା ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନେ ଏବେ ମୌଳିକ ସମସ୍ୟା ଦେଇ ଗତି କରିବା ସହ ବହୁ କଷ୍ଟରେ ବିସ୍ଥାପିତ କଲୋନୀରେ ରହୁଛନ୍ତି। ବାରମ୍ବାର ଦାବି କରିବା ପରେ ମଧ୍ୟ ପ୍ରଶାସନ କୌଣସି ପ୍ରତିକାର ବ୍ୟବସ୍ଥା ନ କରିବାରୁ ବଲାଙ୍ଗୀର ସଦର ବ୍ଲକ ଝାଙ୍କରପାଲି ପୁନର୍ବାସ କଲେନୀ ଏବଂ ଗେଡାବାଞ୍ଜି ପୁନର୍ବାସ କଲୋନୀରେ ରହୁଥିବା ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଓ ବିଜାପାଟି ଗଁାର ବିସ୍ଥାପିତମାନେ ଆନ୍ଦୋଳନ କରିଛନ୍ତି।

ଏହି ଆନ୍ଦୋଳନ ପାଇଁ ବିସ୍ଥାପିତମାନେ ପ୍ରଶାସନକୁ ଲିଖିତ ଜଣାଇ ପ୍ରସ୍ତୁତି ଚୂଡାନ୍ତ କରିଥିବା ଜାଣିବା ପରେ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପିତମାନଙ୍କ ସହ ଏକ ଆଲୋଚନା ବୈଠକ କରାଯାଇଥିଲା। ସ୍ଥାନୀୟ ଲୋୟର ସୁକ୍‌ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉପଜିଲାପାଳ ଆଲୋକ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ଭୋଇ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିସ୍ଥାପିତ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ବିସ୍ଥାପିତମାନେ ସେମାନଙ୍କ ୧୩ ଦଫା ଦାବି ଉପରେ ପ୍ରଶ୍ନ କରିଥିଲେ।

ବିସ୍ଥାପିତ ହେବାର ପ୍ରାୟ ତିନିବର୍ଷ ହୋଇଯାଇଥିଲେ ମଧ୍ୟ ଝାଙ୍କରପାଲି ଏବଂ ଗେଡାବାଞ୍ଜି ପୁନର୍ବାସ କଲୋନୀରେ ସ୍କୁଲ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠାପଢ଼ା ଠପ୍‌ ହୋଇଯାଇଛି। ପାନୀୟ ଜଳ ଯୋଗାଣ ଓ ସ୍ବାସ୍ଥ୍ୟକେନ୍ଦ୍ର ସୁବିଧା ନାହିଁ। ଏଠାରେ ବନ୍ଧ କି ପୋଖରୀ ଖୋଳା ଯାଇନାହିଁ। ନିକଟସ୍ଥ ନାଳାରେ ଚେକ୍‌ଡ୍ୟାମ୍‌ ତିଆରି ନଁାରେ ଟଙ୍କା ଆତ୍ମସାତ କରାଯାଇଛି। ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ସେଠାକୁ ରାସ୍ତା ନାହିଁ ବୋଲି କହିଥିଲେ। ଏହାସହିତ ଗେଡାବାଞ୍ଜି ଓ ଝାଙ୍କରପାଲି ପୁନର୍ବାସ କଲେନୀ ମଧ୍ୟରେ ଏକ ରାସ୍ତା ତିଆରି, ବେକାର ଯୁବକଙ୍କୁ ନିଯୁକ୍ତି, ଜଗନ୍ନାଥ ମନ୍ଦିର ନିର୍ମାଣ, ପୋଲିସ ଫାଣ୍ଡି ଓ ମାର୍କେଟ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ଉପଜିଲାପାଳ ପଟେଲ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭୋଇ ବିସ୍ଥାପିତଙ୍କୁ ବୁଝାଶୁଝା କହିଥିଲେ ମଧ୍ୟ ବିସ୍ଥାପିତ ସନ୍ତୋଷ ପ୍ରକାଶ କରି ନ ଥିଲେ। ସେମାନେ ବୁଧବାର ରାସ୍ତାରୋକୋ କରିବେ ବୋଲି କହିଥିଲେ। ଏହି ବୈଠକରେ ସଦର ଥାନା ଆଇଆଇସି ରାଜକୁମାର ବିଶ୍ୱାଳ, ବିସ୍ଥାପିତଙ୍କ ପ୍ରତିନିଧି ଯଜ୍ଞକର ବିଶ୍ୱାଳ, ମୀନକେତନ ଚାନ୍ଦ, ବିନୟ ସାହୁ, ଭରତ ସାହୁ, ରାଜେନ୍ଦ୍ର ଗଡତ୍ୟା, ରାମପ୍ରସାଦ ଚାନ୍ଦ, ବିକାଶ ସାହୁ, ଯୋଗେନ୍ଦ୍ର ସେଠ୍‌, ବିହାରୀ ସେଠ୍‌, ଦୁଃଖେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

ପୂଜାର୍ଚ୍ଚନା ପରେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ନୂଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଏବେ ଦଳର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ପଦ ଗ୍ରହଣ କରିବା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri