ରାଜରାସ୍ତାକୁ ଓହ୍ଲାଇଲେ ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ: ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗୀର,୨୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ଼୍ୟାମ ପ୍ରକଳ୍ପର ବିସ୍ଥାପିତ ମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ ଛାତ୍ରୀଛାତ୍ର, ମହିଳା ଓ ପୁରୁଷ ରାସ୍ତାରୋକୋ କରିଛନ୍ତି। ସକାଳ ୮ଟାରୁ ରାସ୍ତାରୋକୋ ଜାରି ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ସରକାର ଓ ପ୍ରଶାସନ ଫେଲ ମାରିଛି। ବାରମ୍ବାର ଆପତ୍ତି, ଅଭିଯୋଗ ଓ ଦାବି ପରେ ମଧ୍ୟ ପ୍ରଶାସନ ବିସ୍ଥାପିତଙ୍କ କୌଣସି ଦାବିକୁ ପୂରଣ ନ କରିବାରୁ ଆଜି ରାସ୍ତାରୋକ ଆନ୍ଦୋଳନକୁ ଲୋକେ ଓହ୍ଳାଇ ଥିବା ମୀନକେତନ ଚାନ୍ଦ, ଯଜ୍ଞକର ବିଶ୍ୱାଳ, ଭରତ ସାହୁ, ବିନୟ ସାହୁ ଓ ଡାକ୍ତର ଗଡତ୍ୟା କହିଛନ୍ତି। ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀ ମାନେ ବିଭିନ୍ନ ପ୍ରସଙ୍ଗରେ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିସ୍ଥାପିତମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଥିଲେ ।

ସୂଚନାଯୋଗ୍ୟ, ଜିଲାବାସୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଭିଟାମାଟି ଛାଡିଥିବା ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପର ବିସ୍ଥାପିତମାନେ ଏବେ ମୌଳିକ ସମସ୍ୟା ଦେଇ ଗତି କରିବା ସହ ବହୁ କଷ୍ଟରେ ବିସ୍ଥାପିତ କଲୋନୀରେ ରହୁଛନ୍ତି। ବାରମ୍ବାର ଦାବି କରିବା ପରେ ମଧ୍ୟ ପ୍ରଶାସନ କୌଣସି ପ୍ରତିକାର ବ୍ୟବସ୍ଥା ନ କରିବାରୁ ବଲାଙ୍ଗୀର ସଦର ବ୍ଲକ ଝାଙ୍କରପାଲି ପୁନର୍ବାସ କଲେନୀ ଏବଂ ଗେଡାବାଞ୍ଜି ପୁନର୍ବାସ କଲୋନୀରେ ରହୁଥିବା ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଓ ବିଜାପାଟି ଗଁାର ବିସ୍ଥାପିତମାନେ ଆନ୍ଦୋଳନ କରିଛନ୍ତି।

ଏହି ଆନ୍ଦୋଳନ ପାଇଁ ବିସ୍ଥାପିତମାନେ ପ୍ରଶାସନକୁ ଲିଖିତ ଜଣାଇ ପ୍ରସ୍ତୁତି ଚୂଡାନ୍ତ କରିଥିବା ଜାଣିବା ପରେ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପିତମାନଙ୍କ ସହ ଏକ ଆଲୋଚନା ବୈଠକ କରାଯାଇଥିଲା। ସ୍ଥାନୀୟ ଲୋୟର ସୁକ୍‌ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉପଜିଲାପାଳ ଆଲୋକ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ଭୋଇ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିସ୍ଥାପିତ ପ୍ରତିନିଧିମାନେ ଯୋଗଦାନ କରିଥିଲେ। ବିସ୍ଥାପିତମାନେ ସେମାନଙ୍କ ୧୩ ଦଫା ଦାବି ଉପରେ ପ୍ରଶ୍ନ କରିଥିଲେ।

ବିସ୍ଥାପିତ ହେବାର ପ୍ରାୟ ତିନିବର୍ଷ ହୋଇଯାଇଥିଲେ ମଧ୍ୟ ଝାଙ୍କରପାଲି ଏବଂ ଗେଡାବାଞ୍ଜି ପୁନର୍ବାସ କଲୋନୀରେ ସ୍କୁଲ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠାପଢ଼ା ଠପ୍‌ ହୋଇଯାଇଛି। ପାନୀୟ ଜଳ ଯୋଗାଣ ଓ ସ୍ବାସ୍ଥ୍ୟକେନ୍ଦ୍ର ସୁବିଧା ନାହିଁ। ଏଠାରେ ବନ୍ଧ କି ପୋଖରୀ ଖୋଳା ଯାଇନାହିଁ। ନିକଟସ୍ଥ ନାଳାରେ ଚେକ୍‌ଡ୍ୟାମ୍‌ ତିଆରି ନଁାରେ ଟଙ୍କା ଆତ୍ମସାତ କରାଯାଇଛି। ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ସେଠାକୁ ରାସ୍ତା ନାହିଁ ବୋଲି କହିଥିଲେ। ଏହାସହିତ ଗେଡାବାଞ୍ଜି ଓ ଝାଙ୍କରପାଲି ପୁନର୍ବାସ କଲେନୀ ମଧ୍ୟରେ ଏକ ରାସ୍ତା ତିଆରି, ବେକାର ଯୁବକଙ୍କୁ ନିଯୁକ୍ତି, ଜଗନ୍ନାଥ ମନ୍ଦିର ନିର୍ମାଣ, ପୋଲିସ ଫାଣ୍ଡି ଓ ମାର୍କେଟ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ଉପଜିଲାପାଳ ପଟେଲ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭୋଇ ବିସ୍ଥାପିତଙ୍କୁ ବୁଝାଶୁଝା କହିଥିଲେ ମଧ୍ୟ ବିସ୍ଥାପିତ ସନ୍ତୋଷ ପ୍ରକାଶ କରି ନ ଥିଲେ। ସେମାନେ ବୁଧବାର ରାସ୍ତାରୋକୋ କରିବେ ବୋଲି କହିଥିଲେ। ଏହି ବୈଠକରେ ସଦର ଥାନା ଆଇଆଇସି ରାଜକୁମାର ବିଶ୍ୱାଳ, ବିସ୍ଥାପିତଙ୍କ ପ୍ରତିନିଧି ଯଜ୍ଞକର ବିଶ୍ୱାଳ, ମୀନକେତନ ଚାନ୍ଦ, ବିନୟ ସାହୁ, ଭରତ ସାହୁ, ରାଜେନ୍ଦ୍ର ଗଡତ୍ୟା, ରାମପ୍ରସାଦ ଚାନ୍ଦ, ବିକାଶ ସାହୁ, ଯୋଗେନ୍ଦ୍ର ସେଠ୍‌, ବିହାରୀ ସେଠ୍‌, ଦୁଃଖେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri