ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି

ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା ଜଳ ନିଷ୍କାସନ କରାଯାଉ ନ ଥିବାରୁ ପାଣି ଏଏଫଆର ଲାଇନ ଅତିକ୍ରମ କରି ସାରିଲାଣି। ପ୍ରକଳ୍ପରେ ଯେତେ ଏରିଆରେ ପାଣି ରହିବା କଥା ଏଏଫ୍‌ଆର୍‌ ଖୁଣ୍ଟ ପୋତାଯାଇଛି। ଜଳସ୍ତର କ୍ଷମତା ଅଧିକ ବଢି ଯାଇଥିବାରୁ କୋମନା ବ୍ଲକ ରଜନା ଗାଁର ଅଧିକାଂଶ ଚାଷୀଙ୍କ ଅଣ ବୁଡି ଜମିକୁ ପାଣି ଯାଇ ଧାନ, ପନିପରିବା, ଡାଲି ଜାତୀୟ ଫସଲ, ଆମ୍ବ, ପଣସ, ଡାଳିମ୍ବ, ପିଜୁଳି ଇତ୍ୟାଦି ଭଳି ଅର୍ଥକାରୀ ଗଛ ସବୁ ନଷ୍ଟ ହେବାରେ ଲାଗିଛି। ଚାଷୀ କେତେ ପରିଶ୍ରମ କରି ଫଳ ଗଛ ଲଗାଇଥିବା ବେଳେ ଥରେ ଉପତ୍ାଦନ କଲେ ବର୍ଷଯାକ ଚାଷୀ ଖୁସିରେ ଚଳିଥାଏ। ସେହି ଫସଳ ସବୁ ନଷ୍ଟ ହୋଇ ଯାଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସରକାର ଜମି ଅଧିଗ୍ରହଣ କଲା ସମୟରେ ଏଏଫଆର ଲାଇନ ପର୍ଯ୍ୟନ୍ତ ଜଳ ମଗ୍ନ ହେବ ବୋଲି କହିଥିଲେ। ହେଲେ ଲଗାଣ ବର୍ଷାରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ଏଏଫଆର ଲାଇନଠାରୁ ୩ ଶହ ମିଟରରୁ ଊର୍ଦ୍ଧ୍ୱ ବାହାରକୁ ମାଡି ଯାଇଥିବାରୁ ଫସଲ ସବୁ ନଷ୍ଟ ହେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ ହେବାରେ ଲାଗିଛି। ଫସଲ ନଷ୍ଟ ହୋଇ ଗଲେ ପରିବାର କେମିତି ଚଳାଇବୁ ବୋଲି ଚାଷୀ ଚିନ୍ତାରେ ରହିଛନ୍ତି। ରଜନା ଗାଁର ଭିକରାମ ହାତିଙ୍କ ୭୫ ଡେସିମିଲ, ଲଛ ହାତି ୧ ଏକର, ଲକ୍ଷୀ କେତକି ୫୪ ଡେସିମିଲ, ଡୋଲା ଶଗରିଆଙ୍କ ୧.୨୦ ଡେସିମିଲ, ପଞ୍ଚୁରାମ ହାତି, କୁମର ହାତି, ଲଳିତ ହାତି, ଘନଶ୍ୟାମ କେତକି, ଅକୁର କେତକି ଓ ଗାଁର ଅନ୍ୟ ଚାଷୀମାନଙ୍କ ମଧ୍ୟ ଅଣ ବୁଡି ଜମି ପ୍ରକଳ୍ପ ପାଣିରେ ବୁଡି ଯାଇଛି। ନଷ୍ଟ ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ରାଶି ଦିଆଯାଉ ଓ ଫସଲ ସମ୍ପୂର୍ଣ୍ଣ ନଷ୍ଟ ନ ହେବା ପୂର୍ବରୁ ପ୍ରକଳ୍ପ ପାଣି ଛଡାଯାଉ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ରଜନା ଅଞ୍ଚଳର ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri