ଲୋ-ଭୋଲ୍‌ଟେଜ୍‌ରେ ନୟାନ୍ତ

ଢେଙ୍କାନାଳ ଅଫିସ, ୨୦।୪: ତତଲା କଡ଼େଇରେ ପରିଣତ ହୋଇଛି ସାରା ରାଜ୍ୟ। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ। ଜିଲାର ତାପମାତ୍ରା ୪୦ ଟପିଥିବାବେଳେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ଲୋ-ଭୋଲ୍‌ଟେଜ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସାଜିଛି। ବିଦ୍ୟୁତ୍‌ ବିଭାଗର ଦୂରଦୃଷ୍ଟି ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା ଦକ୍ଷିଣକାଳୀ ରୋଡ୍‌ ଓ ଜୁବଲିଟାଉନ୍‌ ଅଞ୍ଚଳବାସୀ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଦକ୍ଷିଣକାଳୀ ଅଞ୍ଚଳକୁ ସେବାଶ୍ରମ ବିଦ୍ୟାଳୟ ନିକଟ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। କ୍ଷମତା ତୁଳନାରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସୃଷ୍ଟି ହେଉଛି। ଫ୍ୟାନ୍‌ ଭଲ ଭାବେ ଘୂରୁନାହିଁ। ପାଣି ପମ୍ପ ଚାଲୁ ନ ଥିବାରୁ ସମସ୍ୟା ଉପୁଜୁଛି। ତେଣୁ ଅଞ୍ଚଳପାଇଁ ସ୍ବତନ୍ତ୍ର ଭାବେ ଏକ ଟ୍ରାନ୍ସଫର୍ମର ବସାଇବା କିମ୍ବା ଆଶ୍ରମ ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମର କ୍ଷମତା ବଢ଼ାଇବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ସେମାନେ ବୁଧବାର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସୁବାସ ଶତପଥୀ, ରମେଶ ସାମଲ, ପ୍ରସନ୍ନ ରାୟ, ଜୟଶ୍ରୀ ପି. ଶତପଥୀ, ମାନସ ମହାନ୍ତି, ଅଲିଭାଜ୍ୟୋତି ଦାସ, ଅପରାଜିତା ପାଲ, ପ୍ରଦୀପ ରଥ, ରମାକାନ୍ତ ନାୟକ ମନୋଜ ବେହେରା, କୁଳମଣି ମାଝି, ଅକ୍ଷୟ ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ଜୁବିଲି ଟାଉନ ଅନ୍ତର୍ଗତ ସନ୍‌ ହସ୍ପିଟାଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି। ଅଞ୍ଚଳର ଗୋବିନ୍ଦ ଶତପଥୀ, ପଦ୍ମନାଭ ଲେଙ୍କା, ରବିନାରାୟଣ ଦାସ, ସଚ୍ଚିକାନ୍ତ ବିଶ୍ୱାଳ, ପ୍ରମୋଦ ବେହେରା ପ୍ରମୁଖ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଯଯାତି କେଶରୀ ଦାସଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଖୁବ୍‌ଶୀଘ୍ର ଏକ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସାହିବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri