ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ ବଦଳରେ ନିମ୍ନମାନର ଗୋରୁକୁଣ୍ଡକୁ ଯିବାଭଳି ଖାଦ୍ୟ ପ୍ରଦାନ କରାଯାଉଛି। ପୂର୍ବରୁ ଏ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସୋମବାର ତାର ପ୍ରମାଣ ମିଳିଛି। କେବଳ ଗହମକୁ ପେସି ଛତୁଆ ପ୍ରସ୍ତୁତ କରି ଦେବାକୁ ହୋଇଥିବା ଯୋଜନା ପଣ୍ଡ ହୋଇଛି। ଠିକ୍‌ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଛତୁଆ ସେଣ୍ଟରରେ ପହଞ୍ଚତ୍ ଯିବାରୁ ସୁପରଭାଇଜର ସଫେଇ ଦେବା ସହ ବୁଟ ଓ ବାଦମ ନ ଥିବାରୁ ସୋମବାର ମିଶ୍ରଣ ହେଉନାହିଁ ବୋଲି ସେ କହିଛନ୍ତି।
ସରକାର ପୁଷ୍ଟିହୀନତା ଦୂର କରିବାକୁ ୬ ମାସରୁ ୩ ବର୍ଷର ଶିଶୁଙ୍କୁ ସରକାର ଛତୁଆ ଓ ସୁଜି ପ୍ରତି ମାସରେ ଯୋଗାଇ ଦେଉଥିବା ବେଳେ ଗର୍ଭବତୀ ଓ ପ୍ରସୂତିମାନଙ୍କୁ ଛତୁଆ, ଖସାଲଡୁ, ବାଦାମଲଡୁ, ମୁଢ଼ି, ସୋଲା, ଖଜୁରୀକୋଳି ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ଅପପୁଷ୍ଟିରୁ ରୋକିବାକୁ ସରକାର ସୁଷମ ଓ ଉତ୍ତମ ଖାଦ୍ୟ ଯୋଗାଇ ଦେଉଥିବାବେଳେ ଅତି ନିମ୍ନମାନର ଛତୁଆ ଯୋଗ ଯାଉଛି। ଯାହାକି ଶିଶୁଙ୍କ ପେଟକୁ ଯିବା ପରିବର୍ତ୍ତେ ଏହି ଛତୁଆ ଗୋରୁକୁଣ୍ଡକୁ ଯାଉଛି। ସରକାରଙ୍କ ନିୟମ ମୁତାବକ, ପ୍ରତି ମାସର ୨୩ ତାରିଖରେ ଛତୁଆ ପ୍ରସ୍ତୁତ ପାଇଁ ପୂର୍ବରୁ ଭଜା ହୋଇଥିବା ଗହମ, ବୁଟ, ଚିନାବାଦାମ ସହିତ ଚିନି ମିଶ୍ରଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜରଙ୍କ ଉପସ୍ଥିତିରେ ସରକାରଙ୍କ ସାମଗ୍ରୀର ଅନୁପାତ ଅନୁଯାୟୀ ଓଜନ କରାଯାଇ ମିଶ୍ରଣ ହେବ। ଏହି ମିଶ୍ରଣ ପ୍ରକ୍ରିୟା ପରେ ଛତୁଆ ପ୍ରସ୍ତୁତ ହେବ। ଏହାପରେ ଛତୁଆ ପ୍ୟାକେଟ କରାଯାଇ ବ୍ୟାଚ୍‌ ନମ୍ବର ଓ ପ୍ରସ୍ତୁତି ତାରିଖ ଲେଖାଯାଇ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଠିକାଦାର ପହଞ୍ଚାଇବେ। ରାଜନଗର ବ୍ଲକ ମଲିଆବୁଦାଠାରେ ଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀର ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ସୋମବାର କେବଳ ଗହମରେ ଛତୁଆ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବା ପରେ ଏହି ମସୁଧା ପଣ୍ଡ ହୋଇଛି। ଏହି ଛତୁଆ ପ୍ରସ୍ତୁତ କେନ୍ଦ୍ରରେ ୨୩ କୁଇଣ୍ଟାଲ ଗହମ ଭଜା ହୋଇ ରହିଥିବା ଦେଖାଇ ଥିଲେ। ଗହମ କୁଇଣ୍ଟାଲ ପିଛା ୨୦ କେଜି ବୁଟ ଓ ୧୫ କେଜି ବାଦାମ ମିଶ୍ରଣ କରାଯିବାର ସରକାରଙ୍କ ନିୟମ ରହିଛି ବୋଲି ସୁପରଭାଇଜର ବିଜୟାଲକ୍ଷ୍ମୀ ସ୍ବାଇଁ କହିଥିଲେ। ମାତ୍ର ଆବଶ୍ୟକ ମୁତାବକ ବାଦାମ ଓ ବୁଟ ନ ଥିଲା। ୨୩ କୁଇଣ୍ଟାଲ ଗହମ ପାଇଁ ୪ କୁଇଣ୍ଟାଲ ୬୦ କେଜି ବୁଟ ଓ ୩ କୁଇଣ୍ଟାଲ ୪୫ କେଜି ବାଦାମ ପରିବର୍ତ୍ତେ ମାତ୍ର ୫୦ କେଜି ବୁଟ ଓ ୫୦ କେଜି ବାଦାମ ଛତୁଆ ପ୍ରସ୍ତୁତ କେନ୍ଦ୍ରରେ କେବଳ ଶୋ ପାଇଁ ରଖାଯାଇଥିଲା। ୨୩ କୁଇଣ୍ଟାଲ ଗହମ ପାଇଁ ଆବଶ୍ୟକ ବୁଟ ଓ ବାଦାମ ଗୋଟିଏ ଜାଗାରେ ରଖିବାକୁ କହିବା ପରେ ସୁପରଭାଇଜର କଥା ଗୋଳାଇ ଆବଶ୍ୟକ ବୁଟ ଓ ବାଦାମ ନାହିଁ। ସେଥିପାଇଁ ଆଜି ମିଶ୍ରଣ ହେବ ନାହିଁ ବୋଲି କହିଥିଲେ। ଯଦି ଆଜି ମିଶ୍ରଣ ହେବାର ନ ଥିଲା, ତେବେ ସୁପରଭାଇଜର ସେଠାକୁ ଯାଇଁ ଦୀର୍ଘ ସମୟ ଧରି ବସି ରହିଥିଲେ କାହିଁକି। ସବୁଠୁ ବଡ଼କଥା ହେଲା ସାରା ଓଡ଼ିଶାରେ ପ୍ରତି ମାସ ୨୩ ତାରିଖରେ ଛତୁଆ ପ୍ରସ୍ତୁତ ପୂର୍ବରୁ ଗହମ, ବୁଟ, ବାଦାମ ଓ ଚିନି ତାର ପରିମାଣ ଅନୁଯାୟୀ ସୁପରଭାଇଜରଙ୍କ ଉପସ୍ଥିତିରେ ମିଶ୍ରଣ କରାଯାଇଥାଏ। ସରକାର ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri