ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାରେ ଗୁରୁବାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି କ୍ରମରେ ତିଲୋରୀ ପଞ୍ଚାୟତର ଗୁମାଡି ନଦୀ ଫୁଲିଛି ଫଳରେ ଗୁମାଡି ନଦୀରେ ନୂତନ ପୋଲ ନିର୍ମାଣ ଚାଲିଥିବା ବେଳେ ତା’ ନିକଟରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି ଗୁରୁବାର ଲଗାଣ ବର୍ଷା ଯୋଗୁ ସାଂରେ ଜଲସ୍ତର ବୃଦ୍ଧି ପାଇବା ସହ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଏବେ ଅସ୍ଥାୟୀ ପୋଲ ବିପଦରେ ରହିଛି ପୂର୍ବରୁ ଉକ୍ତ ପୋଲ ବାରମ୍ବାର ଏକାଧିକ ଥର ବର୍ଷାରେ ଧୋଇ ହୋଇ ଯାଇଥିବା ନଜିର ରହିଥିବା ବେଳେ ଆଜିର ଲଘୁଚାପ ବର୍ଷାରେ ପୁଣି ପୋଲଟି ଧୋଇହୋଇ ଯାଇପାରେ ବୋଲି ଆଶଙ୍କା କରାଯାଇଛି କୌଣସି ଲୋକ ବିପଦରେ ଅଜଣାତରେ ଉକ୍ତ ପୋଲ ଉପରେ ଯିବା ଆଶଙ୍କା କରି ଗ୍ରାମର କେତେଜଣ ଯୁବକ ଉକ୍ତ ଗୁମାଡି ନଦୀ ନିକଟରେ ପହଞ୍ଚି ଲୋକଙ୍କୁ ବିପଦପୂର୍ଣ୍ଣ ଭାବେ ବଢିଲା ପାଣିରେ ଯିବାକୁ ବାରଣ କରିଛନ୍ତି ଲୋକଙ୍କୁ ଏବେ ସିମନବାଡିଠାରୁ ସେହି ରାସ୍ତା ଦେଇ ବୁଡ଼ାଗୁଡା ଯାତାୟାତ ନଯିବାକୁ ଅଞ୍ଚଳବାସୀ ବାରଣ କରିଛନ୍ତ। ଯେତେ ଅଧିକା ରାତି ବଢୁଛି ସେହି ରାସ୍ତା ଓ ଗୁମାଡି ନଦୀରେ ବିପଦ ବଢ଼ୁଥିବା କୁହାଯାଉଛି।


