ଆସୁଛି ଲଘୁଚାପ: ୧୦ ତାରିଖରେ ଏହି ସବୁ ସ୍ଥାନରେ ବର୍ଷିବ, ପାଣିପାଗ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୬।୧: ଆସୁଛି ଲଘୁଚାପ । ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଛନ୍ତି, ୧୦ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ଆଶଙ୍କା ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା ଅଛି। ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଗତକାଲି ସନ୍ଧ୍ୟାରେ ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗ କହିଛି।

Dharitri – The Largest & Most Trusted Odia Daily