୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ଏପରି କି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୯ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ସେହିଦିନ ସନ୍ଧ୍ୟା କିମ୍ବା ୨୦ ତାରିଖରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ଯୋଗୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୨ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ କୋରାପୁଟରେ ୪୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୨, ଦେବଗଡ଼ ୨୪, ନବରଙ୍ଗପୁର ୨୩, ବାରିପଦା ୧୧, ତାଳଚେର ୧୫, ଭବାନୀପାଟଣା ୧୪, ସୋନପୁର ୧୪, ନୟାଗଡ଼ ୧୯, ଫୁଲବାଣୀ ୧୯ ଏବଂ ଟିଟିଲାଗଡ଼ରେ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କେମିତି କରାଯାଇଥିଲା ହତ୍ୟା

କୋଲକାତା,୭।୫: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଫଳାଫଳ ଘୋଷଣା ପରଠାରୁ, ରାଜ୍ୟରେ ହିଂସା କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ। ନୂତନ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ…

ଚନ୍ଦ୍ରନାଥଙ୍କ ହତ୍ୟାକୁ ନେଇ ଏମିତି କଥା କହିଲେ ଶୁଭେନ୍ଦୁ ଅଧିକାରୀ ସଭିଏଁ ଚକିତ

କୋଲକାତା,୭।୫: ବୁଧବାର ପଶ୍ଚିମବଙ୍ଗରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଦେଶର ରାଜନୀତିରେ ଏକ ଅନ୍ଧାକାର ଅଧ୍ୟାୟ ଯୋଡିଛି। ଭାଜପା ନେତା ଏବଂ ମୁଖ୍ୟମନ୍ତ୍ରୀ ପଦର ଦୃଢ଼ ଦାବିଦାର…

ଛଟେଇ ବିରୋଧରେ ଗର୍ଜିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ, କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ କହିଲା…

ବନ୍ତ,୭ା୫(କିଶୋର କୁମାର ସେଠୀ): କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତିକୁ ନେଇ ଶ୍ରମିକ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କର୍ମଚାରୀମାନେ ପ୍ରଥମେ ବନ୍ତ ସେକ୍ସନ କାର୍ଯ୍ୟାଳୟରେ…

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗର ବଡ଼ ସୂଚନା, ଗଡିବ ୨୦୦….

ଭୁବନେଶ୍ବର,୭।୫: ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍…

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri