ଶୀତରେ ଆସୁଛି ବଡ଼ ବର୍ଷା! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬ା୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବ କେଉଁ ସ୍ଥାନରେ କଣ ରହିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଲଘୁଚାପ ଅବପାତର ରୂପ ନେବ କି ନାହିଁ ତାହା ଆସନ୍ତା ଚବିଶ ଘଣ୍ଟାରେ ସ୍ପଷ୍ଟ ହେବ । ଗତ କିଛି ଦିନ ହେବ ରାଜ୍ୟରେ କୁହୁଡି ଲହରୀ ଜାରି ରହିଥିବା ବେଳେ ଆଜି ତାପମାତ୍ରାରେ ଆହୁରି ହ୍ରାସ ଦେଖାଯାଇଛି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ଖୋଲା ପଡ଼ିଆରେ ଧାନ ଗଦା ହୋଇ ରହିଛି । ଏହି ସମୟରେ ଲଘୁଚାପ ଖବର ଚାଷୀଙ୍କ ମନରେ ଛନକା ପଶିଛି ।

 

Dharitri – Odisha’s No.1 Odia Daily