ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ରାଜ୍ୟ ଉପରେ ବିଭିନ୍ନ ପାଣିପାଗ ନିୟାମକ ସକ୍ରିୟ ରହିଛି। ଏହାର ପ୍ରଭାବରେ ଗତ ୨୪ଘଣ୍ଟାରେ ବାଲେଶ୍ବର ଜିଲା ଭୋଗରାଇ ଅଞ୍ଚଳରେ ସର୍ବାଧିକ ୮.୩ ସେ.ମି. ବର୍ଷା ରେକର୍ଡ କରାଯାଇଛି। ଶନିବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଥିବାବେଳେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ୨୬ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି।