ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ଥାଇ ମଧ୍ୟ ଅଧିକ ଦେଖାଇ ମଧ୍ୟାହ୍ନ ଭୋଜନ ରନ୍ଧାଯାଇଥିବା ଭଳି ଘଟଣା ଷ୍ଟାଣ୍ଡିଙ୍ଗ କମିଟି ନଜରକୁ ଆସିଛି।

ଏହି ଟିମ୍‌ରେ ରତିକାନ୍ତ ପଣ୍ଡା, ଅରୁଣ କୁମାର ମିଶ୍ର, ଡାଲିମ୍ବ ଭତରା, କୃଷ୍ଣା ମଞ୍ଜରୀ ବିଷୋୟୀ, ଧନସିଂ ଭତରା, ଜିଲାପରିଷଦ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ବିମଳ ତ୍ରିପାଠୀ ପ୍ରମୁଖ ରହିଥିଲେ। ଜିଲାପରିଷଦ ଅଧ୍ୟକ୍ଷ ମୋତିରମ ନାୟକଙ୍କ ସମେତ କମିଟି ସଦସ୍ୟମାନେ ଉମରକୋଟ ବ୍ଲକ ରାଉତଗୁଡ଼ା, ବଙ୍ଗପାଲିଗୁଡ଼ା, ସିନ୍ଧିଗାଁ, ଝରିଗାଁ ବ୍ଲକର ଝଳିଆଗୁଡ଼ା, ଡାବୁଗାଁ ବ୍ଲକ କେନ୍ଦୁଗୁଡ଼ା, ପାପଡ଼ାହାଣ୍ଡି ବ୍ଲକ ଜାମ୍ବଗୁଡ଼ା, ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡ଼ା, କୁଜାଜାନିଗୁଡ଼ା ଓ ନନ୍ଦାହାଣ୍ଡି ବ୍ଲକ ହିର୍ଲିଆଗୁଡ଼ା ଭଳି ୨୫ଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ପ୍ରାଥମିକ ବିଦ୍ୟାଳୟରେ ଏଯାଏ ଅନେକ ପିଲା କ୍ରମିକ ସଂଖ୍ୟା ଜାଣି ନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି କିନ୍ତୁ ଧାନ କଟା ଯୋଗୁ ଛୁଟିରେ ରହିଯାଇଛନ୍ତି। ପିଲାଙ୍କ ପାଠ ପଢ଼ାରେ ସମସ୍ୟା ହେଉଥିବା କମିଟି ସଦସ୍ୟ ଦେଖିଥିଲେ। ସେହିଭଳି ଗ୍ରାମାଞ୍ଚଳରେ ଶିକ୍ଷକ ରାହୁନାହାନ୍ତି। ନିଜ ପିଲାଙ୍କୁ ସହରରେ ପାଠପଢା ସୁବିଧା ଥିବା ଯୋଗୁ ଅନେକ ଶିକ୍ଷକ ଗ୍ରାମଞ୍ଚଳରେ ନିଯୁକ୍ତି ପାଇଁ ସହରମୁହାଁ ହୋଇଥିବା ଜାଣି କମିଟି ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri