ମନ୍ଦିର ପରିସରରେ ଗୋଟିଏ ଶାଢ଼ିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ, ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ…

ଜୟପୁର,୧୫ା୧୦(ପବନ ପାଣିଗ୍ରାହୀ): ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥା ୨ ଜଣଙ୍କ ମୃତଦେହ ଜବତ କରିଛି ଟାଉନ ପୋଲିସ। ଗୋପବନ୍ଧୁ ନଗରରେ ଥିବା କନକଦୁର୍ଗା ମନ୍ଦିର ପରିସରରେ ୨ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ମୃତକ ଦ୍ୱୟ ହେଲେ ମନ୍ଦିରର ପୂଜକ ତୃତୀୟ ଲିଙ୍ଗି ରାଜୁ ମାଛ ଓ ପାଇକ ସାହି ସମରା ଜାନୀ।

ସୂଚନା ଅନୁଯାୟୀ, ଗୋପବନ୍ଧୁ ନଗରରେ ଥିବା କନକ ଦୁର୍ଗା ମନ୍ଦିର ପୂଜକ ଭାବେ ରାଜୁ ମାଛ କାର୍ଯ୍ୟ କରୁଥିଲେ। ଜୟନଗରର ସମରା ଜାନୀ ମିସ୍ତ୍ରୀ କାମ କରୁଥିଲେ। ସେହି ଅଞ୍ଚଳରେ ସମରା କାର୍ଯ୍ୟ କରୁଥିବା ବେଳେ ରାଜୁ ସହ ସମ୍ପର୍କ ଗଢ଼ି ଉଠିଥିଲା। ମନ୍ଦିର ପରିସରରେ ଗୋଟିଏ ଶାଢ଼ିରେ ୨ ଜଣ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି। ଜୟପୁର ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରି ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ଏ ନେଇ ଜୟପୁର ଟାଉନ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ୨ ଜଣ ଆତ୍ମହତ୍ୟା କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଥିବା ଜୟପୁର ଏସ୍‌ଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ହିଁ ଜାଣିବାକୁ ପାଇଛି।

 

Dharitri – Odisha’s No.1 Odia Daily

Share