ଭୁବନେଶ୍ୱର,୯।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଏବେ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ତଣ୍ଟି କାଟି ହତ୍ୟା କରିବା ଅଭିଯୋଗରେ ପ୍ରେମିକାଙ୍କୁ ଅଟକ ରଖିଛି ପୋଲିସ। ଆଉ ଜଣେ ପ୍ରେମିକ ଜରିଆରେ ପ୍ରେମିକା ହତ୍ୟା କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ସୂଚନା ଅନୁସାରେ ବ୍ରିଜ୍ ତଳକୁ ଖସି ପଡ଼ିଥିବା ଗାଡ଼ିକୁ ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ଯୁବକ ଚଲାଉଥିଲେ।ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପ୍ରେମିକାଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ।
ସେପଟେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ଆସି ଆଉ ଜଣେ ଡ୍ରାଇଭରଙ୍କ ସହାୟତାରେ ଗାଡ଼ି ନେଇ ପଳାଉଥିବା ବେଳେ କାରଟି ବ୍ରିଜ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି।
Dharitri – Odisha’s No.1 Odia Daily