Posted inଜାତୀୟ

ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ

ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ୍‌ଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ବିରୋଧୀ ଦଳ ନେତା ହେବା ପରେ ଆମେରିକାରେ ପ୍ରବାସୀ ଭାରତୀୟମାନଙ୍କ ସହ ଏହା ଥିଲା ରାହୁଲଙ୍କର ପ୍ରଥମ ଆଲୋଚନା। ଏହି ଅବସରରେ ଭାରତକୁ ଗୋଟିଏ ବିଚାରଧାରା ବୋଲି କହୁଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ସେ ସମାଲୋଚନା କରିଛନ୍ତି। କଂଗ୍ରେସ ଭାରତକୁ ବିଚାରଧାରାର ବହୁଳତା ବିବେଚନା କରିଥାଏ ବୋଲି ସେ କହିଛନ୍ତି। ଆମେରିକା ଭଳି ଭାରତରେ ଜାତି, ବର୍ଣ୍ଣ, ଭାଷା, ଧର୍ମ ଓ ପରମ୍ପରା ନିର୍ବିଶେଷରେ ସମସ୍ତଙ୍କୁ ରାଜନୀତିରେ ଭାଗନେବା ପାଇଁ ଅନୁମତି ମିଳିବା ଉପରେ କଂଗ୍ରେସ ବିଶ୍ୱାସ କରେ। ଭାରତର ପ୍ରଧାନମନ୍ତ୍ରୀ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ଦେଶବାସୀ ସ୍ପଷ୍ଟ ଭାବେ ବୁଝିବା ପରେ ଗତ ନିର୍ବାଚନରେ ଲଢ଼େଇ ସ୍ପଷ୍ଟ ହୋଇଥିଲା। ଭାରତୀୟ ରାଜନୀତିରେ ଭଲପାଇବା, ସମ୍ମାନ ଏବଂ ବିନମ୍ରତାକୁ ସାମିଲ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ରାହୁଲ କହିଛନ୍ତି। ଭାରତ ଗଢ଼ିବାକୁ ଉଦ୍ୟମ କରୁଥିବା ପ୍ରତ୍ୟେକଙ୍କୁ ସେ ସମ୍ମାନ କରନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଫଳାଫଳ ଆସିବା ପରେ କେହି ଆଉ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭୟ କରି ନ ଥିଲେ। ଗଣତନ୍ତ୍ରକୁ ବୁଝିଥିବା ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଆମ ସମ୍ବିଧାନ ଓ ଧର୍ମ ଉପରେ ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ ବୋଲି ସେମାନେ ଅନୁଭବ କରିଛନ୍ତି। ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri