ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର ବିଶ୍ୱଜିତ୍ ରାଉତ। ଅଭିଯୋଗ ଅନୁଯାୟୀ, ଦୁଇବର୍ଷ ତଳେ ବିଶ୍ୱଜିତ୍ ଫେସ୍ବୁକ୍ ମାଧ୍ୟମରେ କେନ୍ଦ୍ରାପଡ଼ା ସଦର ଅଞ୍ଚଳର ଜଣେ ଯୁବତୀଙ୍କ ସହ ପରିଚିତ ହୋଇଥିଲେ। ଉଭୟ ପ୍ରଥମେ ସାଙ୍ଗହୋଇ ଚାଟିଂ କରିଥିଲେ। ପରେ ଫୋନ୍ ନମ୍ବର ଦିଆନିଆ ହେବା ପରେ ରାତିଦିନ କଥା ହୋଇଥିଲେ। ଏହାପରେ ବିଶ୍ୱଜିତ୍ ତାଙ୍କୁ ପ୍ରେମ କରୁଥିବା କହିବା ସହ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀ ରାଜି ହେବାପରେ ଉଭୟ ଭୁବନେଶ୍ୱର ଆସି ଲଜ୍ରେ ରହିବା ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ କିଛିମାସ ପରେ ଯୁବତୀ ତାଙ୍କୁ ବିବାହ ପାଇଁ କହିଥିଲେ। ହେଲେ ସେ ରାଜି ନ ହେବାରୁ ଯୁବତୀ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

