Posted inଜାତୀୟ

ପଦ୍ମ ଉଡିଲା, ହାତ ପଡିଲା: ୩-୧ରେ ନକ୍‌ଆଉଟ କଂଗ୍ରେସ…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଭାଜପାଠାରୁ ୩-୧ରେ ନକ୍‌ଆଉଟ ହୋଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୧୧୫ ରହିଛି। ଭାଜପା ମଧ୍ୟପ୍ରଦେଶରେ ୧୬୩ ଆସନରେ ଆଗୁଆ ରହିଛି। ସେହିପରି ରାଜସ୍ଥାନରେ ୧୯୯ ଆସନ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ୧୦୦ ରହିଛି। ଭାଜପା ରାଜସ୍ଥାନରେ ୧୧୩ ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ରହିଛି। ଭାଜପା ୫୫ ସଂଖ୍ୟା ଛୁଇଁଛି।

ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛି। ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୩ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୧ ଏବଂ ଭାଜପା ୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୭ ଆସନରେ ଆଗୁଆ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri