Posted inଖେଳ

ତୃତୀୟ ଥରରେ ଲସ୍‌ଏଞ୍ଜେଲ୍ସ ୩ୟ

ଲସ୍‌ଏଞ୍ଜେଲ୍ସ ,୧୩ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପିତ ହୋଇଥିବା ବେଳେ ପରବର୍ତ୍ତୀ ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପ୍ୟାରିସ୍‌ ମେୟର ଆନ୍ନେ ହିଡାଲଗୋ ଲସ୍‌ଏଞ୍ଜେଲ୍ସ ମେୟର କାରେନ୍‌ ବାସ୍‌ଙ୍କୁ ଅଲିମ୍ପିକ୍ସ ପତାକା ପ୍ରଦାନ କରିଥିଲେ। କାରେନ୍‌ ବାସ୍‌ ଏହି ପତାକା ଗ୍ରହଣ କରିବା ପରେ ସେ ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌ଙ୍କୁ ଦେଇଥିଲେ। ଏକ ପ୍ରି ରେକର୍ଡେଡ୍‌ ଭିଡିଓରେ କ୍ରୁଜ୍‌ କିଭଳି ଟ୍ରେକିଂ, ପାରାଚୁଟ୍‌ ଓ ଫ୍ଲାଇଟ ନେଇ ପ୍ୟାରିସ୍‌ରେ ପହଞ୍ଚିଛନ୍ତି ତାହା ଦେଖିବାକୁ ମିଳିଥିଲା। ଏହା ସହ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା।

ଲସ୍‌ଏଞ୍ଜେଲ୍ସ ଟ୍ରାୟୋଲୋଜି: ବିଶ୍ୱର ତୃତୀୟ ସହର ଭାବରେ ଲସ୍‌ଏଞ୍ଜେଲ୍ସ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ପ୍ରଥମେ ଲଣ୍ଡନ ଓ ଚଳିତ ସଂସ୍କରଣ ପରେ ପ୍ୟାରିସ୍‌ ଏହି କୃତିତ୍ୱ ହାସଲ କରିଛନ୍ତି। ପୂର୍ବରୁ ଲସ୍‌ଏଞ୍ଜେଲ୍ସ ୧୯୩୨ ଓ ୧୯୮୪ରେ ଅଲିମ୍ପିକ୍ସ ଆୟୋଜନ କରିଥିଲା। ପ୍ୟାରିସ୍‌ ୧୯୦୦, ୧୯୨୪ ଓ ୨୦୨୪ରେ ଅଲିମ୍ପିକ୍ସ ଆୟୋଜନ କରିଥିବା ବେଳେ ଲଣ୍ଡନ ୧୯୦୮, ୧୯୪୮ ଓ ୨୦୧୨ରେ ଆୟୋଜନ କରିଥିଲା।

୧୯୩୨ ମସିହାରେ ଲସ୍‌ଏଞ୍ଜେଲ୍ସ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିଥିଲା। ସମଗ୍ର ବିଶ୍ୱରେ ଗ୍ରେଟ୍‌ ଡିପ୍ରେସନ ଦେଖାଦେଇଥିଲା। ବିଶ୍ୱର ଅନେକ ରାଷ୍ଟ୍ର ଅର୍ଥନୈତିକ ସଙ୍କଟ କାରଣରୁ ଏଥିରେ ଅଂଶଗ୍ରହଣ କରି ପାରି ନ ଥିବା ବେଳେ ଲସ୍‌ଏଞ୍ଜେଲ୍ସ ଏକମାତ୍ର ବିଡର ରହିଥିଲା। ଅନେକ ଦୃଷ୍ଟିକୋଣରୁ ଏହି ଅଲିମ୍ପିକ୍ସ ଚମତ୍କାର ରହିଥିଲା। ଆମେରିକୀୟ କିମ୍ବଦନ୍ତୀ ମହିଳା ଆଥ୍‌ଲେଟ ବେବ୍‌ ଡିଡ୍ରିକ୍‌ସନ ଜାହାରିସ୍‌ ଜାଭେଲିନ୍‌ ଥ୍ରୋ ଓ ମହିଳା ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ୧୯୮୪ ଅଲିମ୍ପିକ୍ସ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଶ୍ୱର ସଫଳ କ୍ରୀଡ଼ା ଇଭେଣ୍ଟ ରହିଥିଲା। ଉଦ୍‌ଘାଟନୀ ସମାରୋହରେ ହଲିଉଡ୍‌ ଅଭିନେତାଙ୍କ ପ୍ରଚଳନ ଏହି ସଂସ୍କରଣରୁ ଆରମ୍ଭ ହୋଇଥିଲା। କାର୍ଲ ଲୁଇସ୍‌ ଓ ମେରୀ ଲୋଉ ରେଟନ୍‌ ଆମେରିକାର ଘରେ ଘରେ ପ୍ରସିଦ୍ଧି ହାସଲ କରିଥିଲେ। ଯୁବ ମାଇକେଲ୍‌ ଜୋର୍ଡାନ୍‌ ଏହି ସଂସ୍କରଣରେ ଆମେରିକା ଦଳକୁ ବାସ୍କେଟବଲରେ ସ୍ବର୍ଣ୍ଣ ପଦକ ଜିତାଇଥିଲେ।

ଲସ୍‌ଏଞ୍ଜେଲ୍ସ ମେୟର କାରେନ୍‌ ବାସ୍‌ ଅଲିମ୍ପିକ୍ସ ପତାକା ଗ୍ରହଣ କରିଥିବା ବେଳେ ବିଗତ କିଛି ଦିନ ହେବ ସେ ପ୍ୟାରିସରେ ରହିଥିଲେ। ଅଲିମ୍ପିକ୍ସ ପରି ବିଶାଳ ଇଭେଣ୍ଟକୁ କିଭଳି ସଫଳତାର ସହ ଆୟୋଜନ କରାଯାଉଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ତାଙ୍କ ସହିତ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ କମିଟି ମୁଖ୍ୟ ଟ୍ରାସି ପାର୍କ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ଅଲିମ୍ପିକ୍ସ ପାଇଁ କୌଣସି ନୂଆ ଷ୍ଟାଡିୟମ ନିର୍ମାଣ କରିବା ପରିବର୍ତ୍ତେ ପୁରାତନ ଷ୍ଟାଡିୟମଗୁଡିକର ପୁନରୁଦ୍ଧାର କରାଯିବ ବୋଲି କାରେନ୍‌ ସୂଚନା ଦେଇଛନ୍ତି। ସେହିପରି ଅଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ସୋଫି ଷ୍ଟାଡିୟମରେ ହେବ ବୋଲି ମଧ୍ୟ ସେ କହିଛନ୍ତି। ଦୁଇଟି ଏନ୍‌ଏଫ୍‌ଏଲ ଟିମ୍‌ର ହୋମ୍‌ ଭେନ୍ୟୁ ରହିଥିବା ସୋଫି ଷ୍ଟାଡିୟମ ଥରେ ସୁପର ବାଉଲ୍‌(ରଗ୍‌ବୀ ଫାଇନାଲ) ଓ ଏକାଧିକ ଟେଲର ସ୍ବିଫ୍ଟ କନସର୍ଟ ମଧ୍ୟ ଆୟୋଜିତ ହୋଇଛି।

ସୋଫିରେ ସନ୍ତରଣ ସୁବିଧା ନ ଥିବାରୁ ଏହା ଉପରେ କାର୍ଯ୍ୟ ଆବଶ୍ୟକ ବୋଲି କହିଛନ୍ତି କାରେନ୍‌। ସେନ୍‌ ନଦୀର ପାଣିକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ସନ୍ତରଣ ବ୍ୟବସ୍ଥା ଆରମ୍ଭ କରିବା ସହ ମେଟ୍ରୋ ଚଳାଚଳ ବ୍ୟବସ୍ଥାକୁ ସଶକ୍ତ କରାଯିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ଦେଇଛନ୍ତି। ନିକଟରେ ମେଟ୍ରୋ ରେଳ ଚଳାଚଳ ପ୍ରକଳ୍ପ ପାଇଁ ୯୦୦ ମିଲିୟନ ଡଲାର ଅର୍ଥ ମଞ୍ଜୁର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri