ପୁରୀ,୪ା୧: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜ ଉଦ୍ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ ଦେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ମହାରାଜ କହିଛନ୍ତି, ସେମାନେ ଜାଣି ନାହାନ୍ତି ଏହା କେତେ ବ୍ୟତିକ୍ରମ। ଆମେ ଯଦି ମହାପ୍ରଭୁଙ୍କ ଭକ୍ତ, ତା’ହେଲେ ଆଦେଶ ପାଳନ କରିବା। ଆଷାଢ଼ ଶୁକ୍ଳ ଦ୍ବିତୀୟରେ ନବଦିନାତ୍ମକ ରଥଯାତ୍ରା ପାଇଁ ନିର୍ଦ୍ଦେଶ ରହିଛି। ଏହା ହେଉଛି ମହାପ୍ରଭୁଙ୍କ ନିର୍ଦ୍ଦେଶ, ଆଉ କାହାର ନୁହେଁ। ମହର୍ଷି ବେଦବ୍ୟାସ ଯାହା ଲେଖିଛନ୍ତି, ତାହା ପାଳନ କରିବା ଦରକାର। ମହାପ୍ରଭୁଙ୍କ ଆଦେଶ ନ ଥିଲେ ଆମେ ବାହାରକୁ କାଢ଼ି ପାରନ୍ତେ ନାହିଁ। ବର୍ଷକୁ ଦୁଇ ଥର ମହାପ୍ରଭୁ ବାହାରକୁ ଆସିବାର ନିର୍ଦ୍ଦେଶ ରହିଛି। ଆମେ ବର୍ଷ ସାରା ମହାପ୍ରଭୁଙ୍କୁ ବାହାରକୁ ଆଣିପାରିବା ନାହିଁ ବୋଲି ଗଜପତି କହିଛନ୍ତି।