ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ରୁ ୩.୯୨ଲକ୍ଷ ଟଙ୍କା ଲୁଟ୍‌

ରସୁଲପୁର,୨୮।୮(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩.୯୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି ା ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି କ୍ୟାଶ ଟ୍ରେ ରେ ଥିବା ସମୁଦାୟ ଟଙ୍କା ନେଇ ଯାଇଛନ୍ତି ବୋଲି ଏଟିଏମ୍‌ ଲୋଡିଂକୁ ପରିଚାଳନା କରୁଥିବା ସଂସ୍ଥାର ସିନିୟର କାର୍ଯ୍ୟନିର୍ବାହୀ ସୁଧିର କୁମାର ବରାଳ ଥାନାରେ ଅଭିଯୋଗ କରିଛନ୍ତି ା ତେବେ ଏହି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ା
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏହି ଘଟଣା ଘଟଛି ା ଶନିବାର ସକାଳୁ ହାଟକୁ ବ୍ୟବସାୟୀମାନେ ଆସିବା ପରେ ଏଟିଏମ୍‌ ଲୁଟ୍‌ ହୋଇଥିବା ଜାଣି ପୋଲିସକୁ ଅବଗତ କରିଥିଲେ ା ଏସ୍‌ଡିପିଓ ପ୍ରମୋଦ କୁମାର ମଲ୍ଲିକ, କୁଆଖିଆ ଥାନା ଅଧିକାରୀ ଶିବ ଚରଣ ବେହେରା, ଏସ୍‌ଆଇ ଅନିତା ପ୍ରଧାନ, ଭାଗବତ ମହାଳି, ଏଏସ୍‌ଆଇ ପ୍ରଦୀପ କୁମାର ମଲିକ ପ୍ରମୁଖ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ ା ତଦନ୍ତରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇଥିଲା ା ତଦନ୍ତ ଚାଲିଥିବାରୁ ପୋଲିସ ଏ ସମ୍ପର୍କରେ ବିଶେଷ ସୂଚନା ଦେବାକୁ ମନା କରିଛି ା ପୋଲିସ ବଜାରର ବିଭିନ୍ନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିଛି ା ଲୁଟରେ ୪ଜଣରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ା ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରାଯାଇଛି ା ପୋଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି ା ସେମାନେ ତଦନ୍ତ ପାଇଁ ବାହାରକୁ ଯାଇଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri