ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ରାୟଗଡା ଭାରତୀୟ ଷ୍ଟେଟ୍ବ୍ୟାଙ୍କ (ଏଡିବି) ନିକଟରେ ଏଭଳି ଲୁଟ୍ ଘଟିଛି। ସୋମବାର ଅପରାହ୍ନ ୧୧ ଟାରେ କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ୍ସ ଶୋ’ରୁମର ଆକାଉଣ୍ଟାଣ୍ଟ ରଞ୍ଜିତ କୁମାର ଦଳାଇ ଷ୍ଟେଟ୍ ବ୍ୟାଙ୍କ ଏଡିବି ଶାଖାକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ସମ୍ପୃକ୍ତ ଆକାଉଣ୍ଟାଣ୍ଟ ସେମାନଙ୍କ ପିଛା କରିଥିଲେ ହେଁ ଲୁଟେରାମାନେ କେଉଁଆଡେ ଚମ୍ପଟ ମାରିଥିଲେ ଜଣାପଡି ନ ଥିଲା। ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ପ୍ରସନ୍ନ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ତଦନ୍ତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରାଯାଇଛି। କିଛି ସ୍ଥାନରେ ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରି ତଦନ୍ତ କରାଯାଉଥିବା ଆଇଆଇସି କହିଛନ୍ତି।

