ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଳଧୁଆପଲ୍ଲୀ ନିମ୍ବେଶ୍ୱର ଶିବ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ମାଡ଼ମାରି ତାଙ୍କ କାନରୁ ଦୁର୍ବୃତ୍ତ ସୁନାଗହଣା ଲୁଟି ନେଇଛନ୍ତି। ସୂଚନାନୁଯାୟୀ, ଡିମିରିଆ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳେ ସାଇକଲ ଯୋଗେ ପାଳଧୁଆପଲ୍ଲୀ ଗ୍ରାମରେ ଥିବା ନିମ୍ବେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜା ସାରି ଫେରିବା ବେଳେ ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଯୁବତୀଙ୍କ ସାଇକଲକୁ ଧକ୍କା ଦେଇଥିଲା। ଯୁବତୀଜଣଙ୍କ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କୁ ମାଡ଼ ମାରି ସେ ପିନ୍ଧିଥିବା ସୁନାର କନାର ଲୁଟି ନେଇ ଫେରାର ହୋଇଯାଇଥିଲା। ତେବେ ଆହତ ଅବସ୍ଥାରେ ଯୁବତୀ ଜଣଙ୍କ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


