ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଭାଗ୍ୟଧର

ଡେରାବିଶ,୧୯ା୭ (ବେବର୍ତ୍ତା ଅଜୟ ଦାସ): ରାଜମିସ୍ତ୍ରି ଭାବେ କାର୍ଯ୍ୟ କରି ବିଭିନ୍ନ ଲୋକଙ୍କ ଘରକୁ ନିର୍ମାଣ କରିବା ସହ ନୂତନ ଘରେ ବସବାସ ପାଇଁ ସୁଯୋଗ ସୃଷ୍ଟି କରୁଥିଲେ। ମାତ୍ର ହଠାତ୍‌ ସ୍ବାସ୍ଥ୍ୟଗତ କାରଣରୁ ନିଜ ଘର ଏବେ ଉଜୁଡି ଯିବାକୁ ବସିଲାଣି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅଧୀନ ନୋଳସାହି ଗ୍ରାମରେ। ଏହି ଗ୍ରାମର ଭାଗ୍ୟଧର ସେଠୀ(୫୦) ଜଣେ ରାଜମିସ୍ତ୍ରି ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସ୍ବଅର୍ଜିତ ଅର୍ଥରେ ପରିବାରର ୫ ଜଣ ସଦସ୍ୟ ପ୍ରତିପୋଷଣ ହେଉଥିଲେ। ପରିବାର ବେଶ ହସଖୁସିରେ ଦିନ କାଟୁଥିବା ବେଳେ ହଠାତ ଭାଗ୍ୟଧର ଅସୁସ୍ଥ ହୋଇପଡିଥିଲେ। କଟକ ଓ ଭୁବନେଶ୍ୱରରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ହେବା ସହ ସମସ୍ତ ପରୀକ୍ଷା କରାଇଥିଲେ। ପରେ ଭାଗ୍ୟଧରଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବା ଜଣାପଡିଥିଲା। ତେବେ ଭାଗ୍ୟଧରଙ୍କୁ ସୁସ୍ଥ କରିବା ପାଇଁ ପରିବାର ପକ୍ଷରୁ ଘରେ ରହିଥିବା ସଞ୍ଚତ୍ତ ଧନ ଖର୍ଚ୍ଚ କରିବା ପରେ ଆବଶ୍ୟକ କରୁଥିବା ଅଧିକ ଅର୍ଥ ଯୋଗାଡ ପାଇଁ ଘରେ ଥିବା ସମସ୍ତ ଅଳଙ୍କାର ସମେତ ବାସନ କୁସନ ପର ଘରେ ବନ୍ଧା ପକାଇ ଭାଗ୍ୟଧରଙ୍କୁ ଚିକିତ୍ସା କରାଯାଇଥିଲା। ଦୀର୍ଘ ୮ ମାସ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ଘରେ ପାଳିଥିବା ଗୋରୁ ମଧ୍ୟ ବିକ୍ରିକରି ସାରିଲେଣି। ହେଲେ ଭାଗ୍ୟଧରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଅନ୍ୟପକ୍ଷରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଭାଗ୍ୟଧରଙ୍କ ପରିବାର ଚଳିବା ବର୍ତ୍ତମାନ କଷ୍ଟକର ହୋଇ ପଡିଛି। କ୍ଷିଣ ଓ ଦୁର୍ବଳ ଶରୀର ସହ ଗୋଡହାତ ଭଲ ଭାବେ ଚଳୁନି। ଏବେ ରୋଗର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରତି ସପ୍ତାହରେ ଦୁଇ ଥର ଡାଏଲେସିସ ହେବାକୁ ଭାଗ୍ୟଧର କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ଆବଶ୍ୟକ ଅର୍ଥ ମଧ୍ୟ ନାହିଁ। ଏଥିସହ ପ୍ରତ୍ୟେକ ଦିନ ଖାଉଥିବା ଔଷଧ କିଣିବାକୁ ପାଖରେ ଅର୍ଥ ମଧ୍ୟ ଅଭାବ। ଏହି ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ସହାୟତା କରାଯାଇଛି। ମାତ୍ର ପ୍ରଶାସନିକ ସହାୟତା ଭାଗ୍ୟଧରଙ୍କୁ ଯୋଗାଇ ଦେବାକୁ ରଘୁଦେଇପୁର ସରପଞ୍ଚ ଭକ୍ତିଲତା ନାୟକ, ସମିତିସଭ୍ୟା ମୋନାଲିସା ମଲ୍ଲିକ, ସାମାଜିକ କର୍ମୀ ଦୈତାରୀ ଜେନା ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଭାଗ୍ୟଧରଙ୍କ ସ୍ତ୍ରୀ, ଦୁଇ ଝିଅ ଓ ପୁଅ ଅଛନ୍ତି। ପୁଅ ନବମ ଶ୍ରେଣୀରେ, ସାନ ଝିଅ ଯୁକ୍ତ ଦୁଇରେ ପଢୁଛନ୍ତି। ବଡ ଝିଅ ପାଠପଢ଼ା ପରେ ଘରେ ରହିଛନ୍ତି। ତେବେ ପରିବାର ପାଇଁ ଏକମାତ୍ର ରୋଜଗାରକ୍ଷମ ଥିବା ଭାଗ୍ୟଧରଙ୍କ ଏପରି ଅବସ୍ଥା ପରେ ସମସ୍ତେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ତେଣୁ ସରକାରୀ ସ୍ତରରେ ଓ କେହି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଭଗ୍ୟଧରଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ସ୍ତ୍ରୀ ସସ୍ମିତା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri