୫୮୦ ବର୍ଷ ପରେ ଦୀର୍ଘତମ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଅତିକ୍ରମ କରିବ। ଚନ୍ଦ୍ର ଗ୍ରହଣ ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ପୂର୍ଣ୍ଣ ଗ୍ରାସ ହେବ। ଅପରାହ୍ନ ୫ଟା ୩୩ରେ ମୋକ୍ଷ ଘଟିବ। ଗ୍ରହଣ ଦୀର୍ଘ ୩ ଘଣ୍ଟା ୨୮ ମିନିଟ୍‌ ୨୩ ସେକେଣ୍ଡ ଧରି ଲାଗିବ ବୋଲି ନାସା କହିଛି। ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲ୍‌ ରଙ୍ଗ ଧାରଣ କରିବ। ଚନ୍ଦ୍ରଙ୍କର ୯୭ ପ୍ରତିଶତ ଅଂଶ ଗ୍ରହଣ ସମୟରେ ଆଚ୍ଛାଦିତ ହେବ।

ଏହା ଭାରତରେ ମଧ୍ୟ ଦେଖିବାକୁ ମିଳିବ। ଏହାପୂର୍ବରୁ, ୨୬ ମେ’ରେ ଚନ୍ଦ୍ରଗ୍ରହଣ ହୋଇଥିଲା। ୫୮୦ ବର୍ଷ ପରେ ପୁଣି ଏଭଳି ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଏହା ପୂର୍ବରୁ ୧୪୪୦ ଫେବୃୟାରୀ ୧୮ରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥିଲା। ଏଭଳି ଘଟଣା ପୁଣି ୨୬୬୯ ଫେବୃୟାରୀ ୮ରେ ଘଟିବ ବୋଲି ନାସା କହିଛି।

ଜ୍ୟୋର୍ତିବିଜ୍ଞାନୀମାନଙ୍କ ଅନୁଯାୟୀ, ୨୦୦୧ ରୁ ୨୦୨୧ ମଧ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ନାସା ପକ୍ଷରୁ କୁହାଯାଇଛି ଏକବିଂଶ ଶତାବ୍ଦୀରେ ପୃଥିବୀରେ ୨୨୮ଟି ଚନ୍ଦ୍ରଗ୍ରହଣ ଦେଖାଯିବ। ଗୋଟିଏ ମାସରେ ୨ ଏବଂ ୩ଟି ଚନ୍ଦ୍ରଗ୍ରହଣ ଅବା ସୂର୍ଯ୍ୟପରାଗ ମଧ୍ୟ ଦେଖାଯିବ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତର ଆସାମ ଏବଂ ଅରୁଣାଚଳପ୍ରଦେଶରେ ଦୃଶ୍ୟମାନ ହେବ।

ଉତ୍ତର ଆମେରିକାର ଲୋକମାନେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ଲାଭ କରିବେ। ସେହିପରି ମେକ୍ସିକୋ, ଅଷ୍ଟ୍ରେଲିଆ, ପୂର୍ବ ଏସିଆ ଏବଂ ଉତ୍ତର ୟୁରୋପରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହାପରେ ଚଳିତ ବର୍ଷ ଡିସେମ୍ବର ୪ରେ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ। ସେହିପରି ୨୦୨୨ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri